
କେନ୍ଦ୍ରାପଡ଼ା, ୧୧ ଡିସେମ୍ବର(ହି.ସ.) – ବିଶିଷ୍ଟ ସମାଜସେବୀ ଚିତରଂଜନ ବେହେରାଙ୍କ ପ୍ରଥମ ବାର୍ଷିକ ଶ୍ରାଦ୍ଧସଭା ପ୍ରୋଜେକ୍ଟ ସ୍ୱରାଜ୍ୟର ଉପ ସଭାନେତ୍ରୀ ଶ୍ରମିଷ୍ଠା ନାଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟିକା ଡ଼ଃ ସିପ୍ରା ମଲିକ, ବରିଷ୍ଠ ସାମ୍ବାଦିକ ଆଶିଷ ସେନାପତି, ସମବାୟବିତ୍ ପ୍ରମୋଦ କୁମାର ସାହୁ, ପୂର୍ବତନ ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସ, କେଦାରନାଥ ସାମନ୍ତରାୟ, ସଚ୍ଚିଦାନନ୍ଦ ମିଶ୍ର, ଗୟାଧର ଧଳ ପ୍ରମୁଖ ଉପସ୍ଥିତ ରହି ସ୍ୱର୍ଗତଃ ଚିତ ରଂଜନଙ୍କ ସ୍ମୃତିଚାରଣ କରିବା ସହ ତାଙ୍କର ଆଦର୍ଶ ଜୀବନୀ ଉପରେ ଆଲୋକପାତ କରିଥିଲେ। ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ସ୍କୁଲ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଜଳବାୟୁ ପରିବର୍ତନ, ଜଳ ଜଙ୍ଗଲ ଜମିର ସୁରକ୍ଷା ଦିଗରେ ନାଗରିକର ଭୂମିକା ସଂପର୍କରେ ପ୍ରତିଯୋଗିତା କରା ଯାଇଥିଲା। ଏହି ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରି ଉତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କ ପୁରସ୍କୃତ କରାଯାଇ ଥିଲା।
.......................................
ହିନ୍ଦୁସ୍ଥାନ ସମାଚାର / ରବି