
କେନ୍ଦ୍ରାପଡ଼ା, ୧୧ ଡିସେମ୍ବର(ହି.ସ.) – କେନ୍ଦ୍ରାପଡ଼ା ଅବକାରୀବି ଭାଗ ପକ୍ଷରୁ କେନ୍ଦ୍ରାପଡ଼ା ସଦର, କୁଦାନଗରୀ ଓ ତାଳଚୁଆ ମେରାଇନ ଥାନ ଅଧିନିସ୍ଥ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ରଙ୍ଗଣୀ ଗ୍ରାମର ସପନ ଜେନାଙ୍କ ଠାରୁ ୩୨ ଲିଟର ଦେଶୀ ମଦ ଓ କେଦାର ଦଳେଇଙ୍କ ଠାରୁ ୨୪ ଲିଟର ଦେଶୀ ମଦ, ପାଟପରିଆ ଗ୍ରାମର ବଟକୃଷ୍ଣ ଦାସଙ୍କ ଠାରୁ ୧୯ ଲିଟର ଦେଶୀ ମଦ, ଖଣ୍ଡାସାହି ଗ୍ରାମର ସତ୍ୟନ୍ଦ୍ର ବେହେରାଙ୍କ ଠାରୁ ୨୫ ଲିଟର ଦେଶୀ ମଦ, ହାରୀଅଙ୍କ ଗ୍ରାମର ଦୋଳ ଗୋବିନ୍ଦ ମଳିକଙ୍କ ଠାରୁ ୩୭ ଲିଟର ଦେଶୀ ମଦ ଓ ଅୟତପୁର ଗ୍ରାମର କ୍ଷୀରୋଦ ମଳିକଙ୍କ ଠାରୁ ୨୧ ଲିଟର ଦେଶୀ ମଦ ଜବତ କରାଯାଇ ଏମାନଙ୍କୁ ଗିରଫ କରାଯାଇଅଛି। ଏମାନଙ୍କ ପାଖରୁ ସମୁଦାୟ ୧୫୮ ଲିଟର ଦେଶୀ ମଦ ଜବତ କରାଯାଇ ୬ ଜଣଙ୍କୁ କୋର୍ଟ ଚାଲାଣ କରାଯାଇ ଅଛି। ଏହି ଚଢ଼ାଉରେ ଅବକାରୀ ଉପ ନିରିକ୍ଷକ ପ୍ରିୟଦର୍ଶୀ ମାନସ ରଞ୍ଜନ ମିଶ୍ର, ଛାୟାକାନ୍ତ ନାୟକ, ସହକାରୀ ଉପ ନିରୀକ୍ଷକ ଜଗନ୍ନାଥ ବେଶେରା, ସୁନୀଲ କୁମାର ମିଶ୍ର, ପ୍ରଦୀପ କୁମାର ମଳିକଓ ଅନ୍ୟ କର୍ମଚାରି ସାମିଲ ଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ରବି