
ଧର୍ମଶାଳା,୧୧ଡିସେମ୍ବର(ହି.ସ.) - ଯାଜପୁର ଜିଲା ଧର୍ମଶାଳା ବ୍ଲକ ଅଧିନ ଉତରପ୍ରତାପ ପଂଚାୟତ ରେ ଚାଷୀ ଙ୍କୁ ମିଳୁନି ଚିନାବାଦାମ ବିହନ। ଚଳିତ ବର୍ଷ ଚିନାବାଦାମ ଚାଷ ପାଇଁ ପାଗ ଅନୁକୂଳ ଥିବାରୁ ଚିନାବାଦାମ ଚାଷ ପାଇଁ ଚାଷୀମାନେ ଜମିକୁ ପ୍ରସ୍ତୁତ କରିଦେଇଥିବା ବେଳେ ସରକାରୀ ବିହନ ମିଳିବାରେ ବିଳମ୍ବ ହେଉଥିବାରୁ ଚାଷୀମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଉତର ପ୍ରତାପ ପଂଚାୟତ ଅଧୀନ ନରସିଂହ ପୁର , ନୀଳକଣ୍ଠ ପୁର, ଅଲଣିସାହୁ ପାଟଣା, ଉତର ପ୍ରତାପ ଗାଆଁର ଚାଷୀ ମାନେ ଚିନାବାଦାମ ଚାଷ ଉପରେ ନିର୍ଭର କରିଥାନ୍ତି। ଏଠାରେ ସହ ସହ ଏକର ଚାଷ ଜମିରେ ପ୍ରତ୍ୟେକ ବର୍ଷ ଚିନାବାଦାମ ଚାଷ କରାଯାଇଥାଏ। କିନ୍ତୁ ବିଡମ୍ବନା ର ବିଷୟ କୃଷି ବିଭାଗ ପକ୍ଷରୁ ଯୋଗାଇ ଦିଆଯାଉଥିବା ବିହନ ନମିଳି ବାରୁ ଚାଷୀ ମାନେ ଚଢ଼ା ଦରରେ ବାହାରୁ ବିହନ କିଣି ଚାଷ କାର୍ଯ୍ୟ କରୁଥିବା ଦେଖିବାକୁ ମିଳିଛି। ପଂଚାୟତରେ ଚାଷୀଙ୍କ ସଂଖ୍ୟା ଅନୁଯାୟୀ କୃଷି ବିଭାଗ ପକ୍ଷରୁ ଆବଶ୍ୟକୀୟ ପରିମାଣର ଚିନାବାଦାମ ବିହନ ଯୋଗାଇ ଦିଆଯାଉନାହିଁ। ଯାହା ଫଳରେ ଅନେକ ଚାଷୀ ଖୋଲାବଜାରରୁ ଚଢା ମୂଲ୍ୟରେ ବାଦାମ ବିହନ କିଣି ଚାଷ କରିବାକୁ ବାଧ୍ୟ ହେଉଛନ୍ତି। ଏଥିପ୍ରତି ବିଭାଗୀୟ ଅଧିକାରୀ ଦୃଷ୍ଟି ଦେବାକୁ ଚାଷୀମାନେ ଦାବି କରିଛନ୍ତି।
.......................................
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ