
ଧର୍ମଶାଳା,୧୧ଡିସେମ୍ବର(ହି.ସ.) - ସ୍ୱାସ୍ଥ୍ୟ କେନ୍ଦ୍ରର ଉନ୍ନତି କରଣ ନିମନ୍ତେ ସରକାର ବିଭିନ୍ନ ବ୍ୟବସ୍ଥା କରିବା ସହ କୋଟି କୋଟି ଟଙ୍କା ବ୍ୟୟ ବରାଦ କରୁଛନ୍ତି। ହେଲେ ବାସ୍ତବରେ ତାହା କାର୍ଯ୍ୟରେ ଆସୁ ନଥିବା ବାରମ୍ବାର ଅଭିଯୋଗ ହୋଇ ଆସୁଥିଲେ ମଧ୍ୟ ତାହା କାମରେ ଆସୁ ନଥିବାରୁ ସ୍ଥାନୀୟ ଅଂଚଳରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଯାଜପୁର ଜିଲା ରସୁଲପୁର ବ୍ଲକ ଅବିଭକ୍ତ ବ୍ରହ୍ମବରଦା ପଂଚାୟତରେ ଅବସ୍ଥିତ ଥିବା ବ୍ରହ୍ମବରଦା ନୂତନ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଜି ଯାଜପୁର ମୁଖ୍ୟ ଚିକିତ୍ସା ଅଧିକାରୀ ଡ. ବିଜୟ କୁମାର ମିଶ୍ର ଅଚାନକ ଏହି ସ୍ୱାସ୍ଥ୍ୟ କେନ୍ଦ୍ରରେ ପଂହଚି ତଦନ୍ତ କରିଥିଲେ। ଏହି ସ୍ୱାସ୍ଥ୍ୟ କେନ୍ଦ୍ରର ପରିବେଶକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ। ଅକ୍ସିଜେନ ସିଲିଣ୍ଡର ଥାଇ ମଧ୍ୟ କାମରେ ଆସୁ ନଥିବା ନେଇ ଘୋର ଅସନ୍ତାଷ ପ୍ରକାଶ କରିଥିଲେ। ନିୟମିତ ଡାକ୍ତର ଆସିବା ସହ,ଏକ ଆମ୍ବୁଲାନ୍ସ ଯୋଗାଇ ଦିଆଯିବା ସହ, ତୁରନ୍ତ ଅକ୍ସିଜେନ ବ୍ୟବସ୍ଥା କରିବା, ଅତ୍ୟାବଶ୍ୟକୀୟ ଅଧିକ ଔଷଧ ମହଜୁଦ ରଖିବାକୁ ପ୍ରତିଶୃତି ଦେଇଥିଲେ। ସ୍ୱାସ୍ଥ୍ୟ କେନ୍ଦ୍ରର ଜମି ଚିହ୍ନଟ ଓ ସରକାରୀ ଗୃହକୁ ତୁରନ୍ତ ହସ୍ତାନ୍ତର କରିବା ନେଇ ସେ ରସୁଲପୁର ତହସିଲଦାର ଓ ବ୍ଲକ ଉନ୍ନୟନ ଅଧିକାରୀଙ୍କ ସହ ଆଲୋଚନା କରିବାକୁ ସ୍ଥାନୀୟ ଜନସାଧାରଣଙ୍କୁ ପ୍ରତିଶ୍ରୃତି ଦେଇଥିଲେ। ଅଲ ଉମା ସଂଗଠନର ଅବୁବକର ଖାଁନ, ମୁକ୍ତାର ଖାଁନ, ଆବୁସାଏମା, ସେକ୍ ଆବୁଲ, ମହତାବ ଅହମ୍ମଦ, ସେକ୍ ଫେସାଲ ଅଲ୍ଲୀ, ଅବଦୁଲ ଅସ୍ୱତ, ଇସଲାମ ଖାଁନ ଓ ମହମ୍ମଦ ଅଲ୍ଲୀ ପ୍ରମୁଖ ଉପସ୍ଥିତ ରହି ସ୍ୱାସ୍ଥ୍ୟ କେନ୍ଦ୍ରର ସମସ୍ୟା ନେଇ ଜିଲା ଚିକିତ୍ସା ଅଧିକାରୀ ଡକ୍ତର ମିଶ୍ରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ