କଙ୍ଗାରୁ କୋର୍ଟ ନେଇ ଆଇନ ମନ୍ତ୍ରୀଙ୍କ ଉଦବେଗ
ଭୁବନେଶ୍ୱର,୧୧ ଡିସେମ୍ବର (ହି.ସ.)- ବାଲେଶ୍ୱର ଓ କଳାହାଣ୍ଡିରେ କଙ୍ଗାରୁ କୋର୍ଟ ନେଇ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଉଦବେଗ ପ୍ରକାଶ କରିଛନ୍ତି। ମନ୍ତ୍ରୀ କହିଛନ୍ତି ରାଜ୍ୟରେ ଯେଉଁଠି ଯେଉଁଠି ଏଭଳି ଘଟଣା ଘଟୁଛି, ମୁଖ୍ୟମନ୍ତ୍ରୀଙ୍କ ସ୍ପଷ୍ଟ ନିର୍ଦ୍ଦେଶ ଅଛି ଏବଂ ଡିଜି ପୋଲିସ ମଧ୍ୟ ତତ୍ପର ଅଛନ
କଙ୍ଗାରୁ କୋର୍ଟ ନେଇ ଆଇନ ମନ୍ତ୍ରୀଙ୍କ ଉଦବେଗ


ଭୁବନେଶ୍ୱର,୧୧ ଡିସେମ୍ବର (ହି.ସ.)- ବାଲେଶ୍ୱର ଓ କଳାହାଣ୍ଡିରେ କଙ୍ଗାରୁ କୋର୍ଟ ନେଇ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଉଦବେଗ ପ୍ରକାଶ କରିଛନ୍ତି। ମନ୍ତ୍ରୀ କହିଛନ୍ତି ରାଜ୍ୟରେ ଯେଉଁଠି ଯେଉଁଠି ଏଭଳି ଘଟଣା ଘଟୁଛି, ମୁଖ୍ୟମନ୍ତ୍ରୀଙ୍କ ସ୍ପଷ୍ଟ ନିର୍ଦ୍ଦେଶ ଅଛି ଏବଂ ଡିଜି ପୋଲିସ ମଧ୍ୟ ତତ୍ପର ଅଛନ୍ତି, ତୁରନ୍ତ ଆକ୍ସନ ନିଆଯିବ । ଯେକୌଣସି ଗାଁରେ ଯେତେ ପ୍ରଭାବଶାଳୀ ଲୋକ ହୁଅନ୍ତୁ ନା କାହିଁକି କଙ୍ଗାରୁ କୋର୍ଟ କଲେ କିମ୍ବା ଆଇନ ହାତକୁ ନେଲେ ନିଶ୍ଚିତ ଦଣ୍ଡ ପାଇବେ । ଆମ ସରକାରରେ ସେମାନଙ୍କୁ ଛାଡ଼ ନାହିଁ।

କଙ୍ଗାରୁକୋର୍ଟ ଭଳି ପୁରୁଣା ମାନସିକତା ଏ ପର୍ଯ୍ୟନ୍ତ କିଛି ଲୋକଙ୍କର ଛାଡ଼ିନି । ଏହା ଅଭାବନୀୟ ଘଟଣା । ବ୍ରହ୍ମଗିରି ଅଂଚଳର ଏକ ଘଟଣା ମୋ ନଜରକୁ ଆସିଛି । ଏକ ଘରକିଆ କରିବା, ଅତ୍ୟାଚାର କରିବା ଏବଂ ଆଇନ ହାତକୁ ନେବା ଗ୍ରହଣୀୟ ନୁହେଁ । ଘଟଣା ନଜରକୁ ଆସିବା ପରେ ଏସପି ଏବଂ ଡ଼ିଆଇଜିଙ୍କ ସହିତ ଆଲୋଚନା କରିଛି, ସେମାନେ ପଦକ୍ଷେପ ନେବା ଆରମ୍ଭ କରିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande