
ଭୁବନେଶ୍ୱର ,୧୧ ଡିସେମ୍ବର (ହି.ସ.)- ମଞ୍ଜୁର ହୋଇଥିବା ଘର ସମ୍ପୂର୍ଣ୍ଣ ହେଉନଥିବା ଉପରେ ପ୍ରତିକ୍ରିୟା ରଖିଛନ୍ତି ପଂଚାୟତି ରାଜ ମନ୍ତ୍ରୀ ରବି ନାରାୟଣ ନାଏକ। ମନ୍ତ୍ରୀ କହିଛନ୍ତି ଯେ ୨୦୨୫-୨୬ରେ ୪ ହଜାର ଘର ଆମର ଏଚିଭମେଂଟ। ଯେଉଁ ମାନଙ୍କ ଜାଗା ନାହିଁ କିମ୍ବା ଏମିତି ଜାଗାରେ ଅଛି ସେଠି ଦେଇହେବନାହିଁ, ଗୋଟେ ଇନଷ୍ଟାଲମେଂଟ ପାଇଲା ପରେ ଲୋକେ ବାହାରକୁ ଚାଲିଯାଉଛନ୍ତି। ଘର ପାଇଁ ବାଲି, ଇଟା, ସିମେଂଟ ଅବଶ୍ୟକ ସେଥିପାଇଁ ଅଧିକାରୀ କାମ କରୁଛନ୍ତି । ଆଗାମୀ ଦିନରେ ସମସ୍ତଙ୍କୁ ସାମିଲ କରି କାମ କରିବୁ ।
ବିଗତ ଦିନରେ ଆମେ ୨୮ ଲକ୍ଷ ଘର ଦେଇଥିଲୁ । ନୂତନ ଭାବେ ୩୮ ଲକ୍ଷ ଘର ପଞ୍ଜିକୃତ ହୋଇଛି। କେନ୍ଦ୍ର ସରକାରଙ୍କ ଠାରୁ ୧ ଲକ୍ଷ ୨୦ ହଜାର ଘର ପାଇଥିଲୁ ।୨୮ ହଜାର ଘର ସମ୍ପୂର୍ଣ୍ଣ ହେବାକୁ ଯାଉଛି । ୨୦ ହଜାର ସମ୍ପୂର୍ଣ ହୋଇସାରିଛି । ୨୦୨୫-୨୬ ରେ ୪ ହଜାର ଘର ଆମର ଏଚିଭମେଣ୍ଟ । ଅନ୍ତଦ୍ୱୟ ଗୃହ ଯୋଜନା ରେ ଆମେ ୧ ଲକ୍ଷ ୬୮ ହଜାର ଲୋକଙ୍କୁ ଘର ଦେଇଛୁ। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ ୧ ଲକ୍ଷ ୨୦ ହଜାର ଘର ଆମେ ଦେଇଛୁ।
୨୦୨୫-୨୬ରେ ୧ ଲକ୍ଷ ୩୪୪ ହଜାର ଘର ମଞ୍ଜୁର ହୋଇଥିବା ବେଳେ ୪ ହଜାର ୧୪୪ ଘର ସମ୍ପୂର୍ଣ୍ଣ ହୋଇଥିବା ମନ୍ତ୍ରୀ ବିଧାନସଭାରେ ଲିଖିତ ଉତର ରଖିଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା