
ଭୁବନେଶ୍ୱର,୧୧ ଡିସେମ୍ବର (ହି.ସ.)- ରାଜ୍ୟରେ ଦାଦନ ସମସ୍ୟା ନେଇ ପ୍ରତିକ୍ରିୟା ରଖିଛନ୍ତି ପଂଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ। ସେ କହିଛନ୍ତି ଦାଦନ ସମସ୍ୟା ଦୂର ପାଇଁ ସରକାର ଗୁରୁତର ସହ କାର୍ଯ୍ୟ କରୁଛନ୍ତି। ପଞ୍ଚାୟତିରାଜ ବିଭାଗର ଅଧିକାରୀଙ୍କୁ ସାଙ୍ଗରେ ଧରି ମୁଁ ଗ୍ରାଉଣ୍ଡ ଭିଜିଟ କରିଛି । ସ୍ପଟ ଭିଜିଟ କରିବା ପରେ ଯାହା ଆମକୁ ଅନୁମେୟ ହୋଇଛି ତାହା ଆମ ପାଇଁ ବଡ଼ ଆହ୍ୱାନ ଆଣିଛି। ରାଜ୍ୟକୁ ଦାଦନ ମୁକ୍ତ କରିବା ପାଇଁ ରାଜ୍ୟ ସରକାର ଚ୍ୟାଲେଞ୍ଜ ଭାବେ ନେଇ କାମ କରୁଛନ୍ତି। ମନରେଗାରେ କାମକୁ ଆମେ ବଢ଼େଇଛୁ । ଲୋକଙ୍କୁ ପାଖକୁ ଯାଇ ଯୋଜନା ବିଷୟ ରେ ଅବଗତ କରେଇବାକୁ ସରକାରୀ ଅଧିକାରୀ ଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସେମାନେ ବାହାରକୁ ଯାଇ ଯେଉଁ କାମ କରୁଛନ୍ତି ସେହି କାମ ଏଠି କେମିତି କରି ପାରିବେ ତାର ରୋଡ଼ ମ୍ୟାପ ପ୍ରସ୍ତୁତ କରାଯାଉଛି । ଦାଦନର ଦୁଇ ତିନୋଟି ସଂଜ୍ଞା ରହିଛି । ଯେଉଁମାନେ ଯୁବକ ବାହାରକୁ ଯାଉଛନ୍ତି କାମ ପାଇଁ ତାଙ୍କୁ ଦାଦନ କୁହା ଯାଇ ପାରିବ ନାହିଁ । ଯେଉଁ ପରିବାରର ସମସ୍ତେ ଚାଲି ଯାଉଛନ୍ତି ବାହାରକୁ ଘର ତାଲା ପଡ଼ି ଯାଉଛି । ସେହି ମାନେ ହେଉଛନ୍ତି ଦାଦନ। କୁଶଳୀ ଯୁବକ ମାନେ ଗଞ୍ଜାମ ରୁ ବାହାରକୁ ଯାଉଛନ୍ତି କାମ କରିବାକୁ ସେମାନଙ୍କୁ ଦାଦନ ବୋଲି କୁହା ଯାଇ ପାରିବ ନାହିଁ । ଲୋକଙ୍କ ଘରେ କେମିତି ତାଲା ନ ଝୁଲିବ ସେହିଭଳି ପରିବାରକୁ ଖୋଜି ଦାଦନ ଦୂର ପାଇଁ ଯୋଜନା କରାଯାଉଛି ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା