ତ୍ରୁଟିପୁର୍ଣ୍ଣ ଅସ୍ତ୍ରୋପଚାର ଯୋଗୁଁ ମହିଳାଙ୍କ ମୃତ୍ୟୁ ଘଟଣାର ତଦନ୍ତ ଆରମ୍ଭ
ଧର୍ମଶାଳା,୧୧ଡିସେମ୍ବର(ହି.ସ.) - ଯାଜପୁର ଜିଲା ଧର୍ମଶାଳା ଥାନା ଜାରକା ଶାନ୍ତିବଜାରସ୍ଥିତ ଜଗନ୍ନାଥ ମଲ୍ଟି ସ୍ପେଶାଲିଷ୍ଟ ହସ୍ପିଟାଲରେ ଅସ୍ତ୍ରୋପଚାର ପରେ ଅଧିକ ଗୁରୁତର ହୋଇପଡିଥିବା ଜଣେ ମହିଳାଙ୍କୁ ଭୁବନେଶ୍ୱର ନିଆଯାଇ ଏକ ମେଡିକଲରେ ଚିକିତ୍ସା କରାଯାଉଥିବା ବେଳେ ତାଙ୍କର ମୃତ୍ୟୁ ହୋଇଥିବା ଘଟଣା
ତ୍ରୁଟିପୁର୍ଣ୍ଣ ଅସ୍ତ୍ରୋପଚାର ଯୋଗୁଁ ମହିଳାଙ୍କ ମୃତ୍ୟୁ ଘଟଣାର ତଦନ୍ତ ଆରମ୍ଭ


ଧର୍ମଶାଳା,୧୧ଡିସେମ୍ବର(ହି.ସ.) - ଯାଜପୁର ଜିଲା ଧର୍ମଶାଳା ଥାନା ଜାରକା ଶାନ୍ତିବଜାରସ୍ଥିତ ଜଗନ୍ନାଥ ମଲ୍ଟି ସ୍ପେଶାଲିଷ୍ଟ ହସ୍ପିଟାଲରେ ଅସ୍ତ୍ରୋପଚାର ପରେ ଅଧିକ ଗୁରୁତର ହୋଇପଡିଥିବା ଜଣେ ମହିଳାଙ୍କୁ ଭୁବନେଶ୍ୱର ନିଆଯାଇ ଏକ ମେଡିକଲରେ ଚିକିତ୍ସା କରାଯାଉଥିବା ବେଳେ ତାଙ୍କର ମୃତ୍ୟୁ ହୋଇଥିବା ଘଟଣାର ଆଜି ତଦନ୍ତ ଆରମ୍ଭ ହୋଇଛ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଏଡିଏମଓ ଡାକ୍ତର ମନୋଜ କୁମାର ସେନାପତି ଶାନ୍ତିବଜାର ସ୍ଥିତ ଉକ୍ତ ଘରୋଇ ମେଡିକାଲରେ ପହଁଚି ତଦନ୍ତ କରିଛନ୍ତି। ସୂଚନା ମୁତାବକ ଏହି ଥାନା ଭବାନୀପୁର ଗ୍ରାମର ଗୌରୀ ପଣ୍ଡିତଙ୍କ ପତ୍ନୀ ରଞ୍ଜିତା ପଣ୍ଡିତ(୫୦) ଗତ ୩ ତାରିଖରେ ହଠାତ ଅସୁସ୍ଥ ହେବାରୁ ପରିବାର ଲୋକେ ଶାନ୍ତିବଜାରସ୍ଥିତ ଜଗନ୍ନାଥ ମଲ୍ଟି ଘରୋଇ ହସ୍ପିଟାଲରେ ଭର୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ପରୀକ୍ଷା କରିବା ପରେ ପିତକୋଷରେ ଷ୍ଟୋନ ହୋଇଛି ବୋଲି କହି ଅପରେଶନ କରିବାକୁ କହିଥିଲେ। ୪ ତାରିଖରେ ରଞ୍ଜିତାଙ୍କ ଅପରେସନ କରାଯାଇଥିଲା। ତେବେ ଅପରେସନ ପରେ ରଞ୍ଜିତାଙ୍କ ପରିସ୍ରା ବନ୍ଦ ହୋଇଯିବାରୁ ସେ ଅଧିକ ଅସୁସ୍ଥ ହୋଇପଡିଥିଲେ। ତେତେ ରଞ୍ଜିତାଙ୍କ ଅସ୍ତ୍ରୋପଚାର କରିଥିବା ଡ଼ାକ୍ତର ତାଙ୍କ ବୃକକ ଖରାପ ଥିବା କହି ୬ ତାରିଖରେ ତାଙ୍କୁ ବଡ ମେଡିକାଲକୁ ରେଫର କରିଥିଲେ। ପରିବାର ଲୋକେ ତତକ୍ଷଣାତ ରଂଜିତାଙ୍କୁ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତି କରିଥିଲେ। ରଞ୍ଜିତା ଚିକିତ୍ସାଧୀନ ଥିବା ଅବସ୍ଥାରେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ରଞ୍ଜିତାଙ୍କ ଯକୃତ ଓ ବୃକକ ଖରାପ ହୋଇଯାଇଥିବାରୁ ତାଙ୍କର ମୃତ୍ୟୁ ହୋଇଛି ବୋଲି ସେଠାରେ ଡାକ୍ତର କହିଥିଲେ । ତୃଟିପୂର୍ଣ୍ଣ ଅସ୍ତ୍ରୋପଚାର ଯୋଗୁଁ ରଞ୍ଜିତାଙ୍କ ମୃତ୍ୟୁ ହୋଇଛି ବୋଲି ଅଭିଯୋଗ କରି ତାଙ୍କ ପୁଅ ହିମାଂଶୁ ଭୁଷଣ ପଣ୍ଡିତ ଜଗନ୍ନାଥ ମଲ୍ଟି ସ୍ପେଶାଲିଷ୍ଟ ହସ୍ପିଟାଲର କତୃପକ୍ଷ ପ୍ରଦୀପ୍ତ କୁମାର ସ୍ୱାଇଁ, ଭାବାନୀ ପଟ୍ଟନାୟକ ସମେତ ତୃଟିପୁର୍ଣ୍ଣ ଅସ୍ତ୍ରୋପଚାର କରିଥିବା ଡାକ୍ତର ସତ୍ୟ ଜେନାଙ୍କ ବିରୁଦ୍ଧରେ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏନେଇ ଧର୍ମଶାଳା ଥାନାରେ ୭୪୨/୨୫ରେ ଏକ ମାମଲା ରୁଜୁ କରାଯିବା ସହ ମୃତ ମହିଳାଙ୍କ ଶବ ଜବତ କରାଯାଇ ଧର୍ମଶାଳା ଡାକ୍ତରଖାନାକୁ ବ୍ୟବଛେଦ ଲାଗି ପଠାଯାଇଥିଲା। ଶବବ୍ୟବଛେଦ ପରେ ମହିଳାଙ୍କ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ତେବେ ଆଜି ଏହି ଘଟଣାରେ ଜିଲ୍ଲା ଚିକିତ୍ସାଳୟରୁ ଏଡିଏମଓ ଡାକ୍ତର ମନୋଜ ସେନାପତି ଆଜି ଶାନ୍ତିବଜାରସ୍ଥିତ ହାସପିଟାଲରେ ପହଁଚି ତଦନ୍ତ କରି ଫେରିଯାଇଛନ୍ତି । ଏହି ତଦନ୍ତରେ ହସପିଟାଲ କତୃପକ୍ଷଙ୍କୁ କ୍ଲିନଚିଟ ମିଳୁଛି କିମ୍ବା ତାଙ୍କ ବିରୁଦ୍ଧରେ କି କାର୍ଯ୍ୟାନୁଷ୍ଠାନ ନିଆଯାଉଛି ତାହା ପରବର୍ତୀ ସମୟରେ ସ୍ପଷ୍ଟ ହେବ।

.......................................

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande