ଜବରଦଖଲ କାରୀଙ୍କ ଠାରୁ ଆଦାୟ ହେବ ଉଚ୍ଛେଦ ଖର୍ଚ୍ଚ - ରାଜସ୍ୱ ମନ୍ତ୍ରୀ
ଭୁବନେଶ୍ୱର,୧୧ ଡିସେମ୍ବର (ହି.ସ.)- ପ୍ରଭାବଶାଳୀ ଜମି ଜବରଦଖଲକାରୀଙ୍କୁ ରାଜସ୍ୱ ମନ୍ତ୍ରୀ ଚେତାବନୀ ଦେଇଛନ୍ତି। ସମୟ ଅଛି ଜମି ଫେରାଅ. ନହେଲେ ସରକାର ଉଚ୍ଛେଦ ପାଇଁ ଖର୍ଚ୍ଚ ହୋଇଥିବା ଟଙ୍କା ବି ରିକଭରି କରିବେ ବୋଲି କହିଛନ୍ତି ରାଜସ୍ୱ ମନ୍ତ୍ର୍ରୀ ସୁରେଶ ପୂଜାରୀ। ମନ୍ତ୍ରୀ କହିଛନ୍ତି ଜବରଦଖଲ କାର
ଜବରଦଖଲ କାରୀଙ୍କ ଠାରୁ ଆଦାୟ ହେବ ଉଚ୍ଛେଦ ଖର୍ଚ୍ଚ - ରାଜସ୍ୱ ମନ୍ତ୍ରୀ


ଭୁବନେଶ୍ୱର,୧୧ ଡିସେମ୍ବର (ହି.ସ.)- ପ୍ରଭାବଶାଳୀ ଜମି ଜବରଦଖଲକାରୀଙ୍କୁ ରାଜସ୍ୱ ମନ୍ତ୍ରୀ ଚେତାବନୀ ଦେଇଛନ୍ତି। ସମୟ ଅଛି ଜମି ଫେରାଅ. ନହେଲେ ସରକାର ଉଚ୍ଛେଦ ପାଇଁ ଖର୍ଚ୍ଚ ହୋଇଥିବା ଟଙ୍କା ବି ରିକଭରି କରିବେ ବୋଲି କହିଛନ୍ତି ରାଜସ୍ୱ ମନ୍ତ୍ର୍ରୀ ସୁରେଶ ପୂଜାରୀ।

ମନ୍ତ୍ରୀ କହିଛନ୍ତି ଜବରଦଖଲ କାରୀଙ୍କ ଡାଟାବେସ ପ୍ରସ୍ତୁତ ପାଇଁ ତହସିଲଦାର ମାନଙ୍କୁ ନିର୍ଦ୍ଦଶ ଦିଆଯାଇଛି। ୩୨୦ ତହସିଲରେ କେତେ ଜମି ଅଛି, ଶିଳ୍ପ ଜମି, ରାଜସ୍ୱ ବିଭାଗ ଜମି, ଜବର ଦଖଲ ଜମି କେତେ ସବୁରେ ଜବରଦଖଲ କାରୀଙ୍କ ଡାଟାବେସ ପ୍ରସ୍ତୁତ କରିବାକୁ କୁହାଯାଇଛି। ଆବଶ୍ୟକତା ପାଇଁ ଭୂମିହୀନ ଗରିବ ଜବରଦଖଲ କରିଥିଲେ ସରକାର ସେମାନଙ୍କୁ ୪ ଡ଼ିସିମିଲ ଜମି ଦେବେ । ହେଲେ ପ୍ରଭାବଶାଳୀ ଜବରଦଖଲ କାରୀ ଏବେ ବି ସମୟ ଅଛି ଛାଡ଼ି ଦିଅନ୍ତୁ। ନହେଲେ ଉଛେଦ କରିବା ଖର୍ଚ୍ଚ ରିକଭରୀ ହେବ। ଜମି ସନ୍ତୁଳନ ରକ୍ଷା କରିବାରେ ଯିଏ ବାଧକ ସାଜିବ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଚେତାବନୀ ଦେଇଛନ୍ତି ମନ୍ତ୍ରୀ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande