ବାଙ୍କସାହି ସ୍କୁଲର ବାର୍ଷିକ କ୍ରୀଡ଼ା ଉଦଯାପିତ
ଧର୍ମଶାଳା,୧୧ଡିସେମ୍ବର(ହି.ସ.) - ଯାଜପୁର ଜିଲା ଧର୍ମଶାଳା ବ୍ଲକ୍ ମଙ୍ଗଳପୁର ପଂଚାୟତ ବାଙ୍କସାହି ପ୍ରାଥମିକ ବିଦ୍ୟାଳୟର ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି। ବିଭିନ୍ନ ପ୍ରତିଯୋଗିତାରେ ଛାତ୍ରଛାତ୍ରୀ ତ୍ରିଶା ପ୍ରିୟଦର୍ଶିନୀ ଲେଙ୍କା, ସୋମସମ୍ରାଟ ସିଂହ, ଲୋପାମୁଦ୍ରା ସାହୁ, ପ୍ରତିମା
ବାଙ୍କସାହି ସ୍କୁଲର ବାର୍ଷିକ କ୍ରୀଡ଼ା ଉଦଯାପିତ


ଧର୍ମଶାଳା,୧୧ଡିସେମ୍ବର(ହି.ସ.) - ଯାଜପୁର ଜିଲା ଧର୍ମଶାଳା ବ୍ଲକ୍ ମଙ୍ଗଳପୁର ପଂଚାୟତ ବାଙ୍କସାହି ପ୍ରାଥମିକ ବିଦ୍ୟାଳୟର ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି। ବିଭିନ୍ନ ପ୍ରତିଯୋଗିତାରେ ଛାତ୍ରଛାତ୍ରୀ ତ୍ରିଶା ପ୍ରିୟଦର୍ଶିନୀ ଲେଙ୍କା, ସୋମସମ୍ରାଟ ସିଂହ, ଲୋପାମୁଦ୍ରା ସାହୁ, ପ୍ରତିମା ସାହୁ, ଚନ୍ଦନ ମଲିକ, ଲିପ୍ସା ମଲିକ, ପ୍ରତ୍ୟୁଷ ଲେଙ୍କା, ସୋନାଲି ମଲିକ, ଆନିଶା ମଲିକ, ନିମାଂଶ ଲେଙ୍କା, ମହେଶ ମଲିକ, ଶ୍ରେୟାଂଶୁ ଲେଙ୍କା, ନିଗମାନନ୍ଦ ପାତ୍ର, ଜିୟାଂଶି ଲେଙ୍କା, ନିତିଶ କୁମାର ନାୟକ, ସାକ୍ସିରାଣୀ ନାୟକ, ଶ୍ଲୋକସତଭିକ୍ ବଳ ଅଙ୍କିତା ନାୟକ ଓ ଅପର୍ଣ୍ଣା ମଲିକ ସ‘ଳତା ହାସଲ କରିଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ବାରିକଙ୍କ ସଭାପତିତ୍ୱ ଅୟୋଜିତ ଉଦଯାପନୀ ଉତ୍ସବରେ ଅତିଥି ଭାବେ ସିଆର୍‌ସିସି ପରିକ୍ଷୀତ ପ୍ରଧାନ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଅଲେଖ ଚନ୍ଦ୍ର ନାୟକ, ବଟକୃଷ୍ଣ ଜେନା, ନରେନ୍ଦ୍ର ଚନ୍ଦ୍ର ଲେଙ୍କା, ନାଳକୂଳ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବୃନ୍ଦାବନ ମଲିକ, ୱାର୍ଡ଼ସଭ୍ୟ କିଶୋର ଚନ୍ଦ୍ର ନାୟକ ଓ ଏସ୍‌ଏମ୍‌ସି ସଭାପତି ଶୁକଦେବ ବିଶ୍ୱାଳ ଯୋଗଦେଇ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିଥିଲେ। ଶିକ୍ଷୟିତ୍ରୀ ରାଜଶ୍ରୀ ପଣ୍ଡା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଶିକ୍ଷକ ପ୍ରଶାନ୍ତ କୁମାର ବେହେରା ଧନ୍ୟବାଦ ଦେଇଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande