ଆସନ୍ତାକାଲି ଜେଏସବ୍ଲୁ ପୋସ୍କୋ ଜମି ଅଧିଗ୍ରହଣ ଲାଗି ପ୍ରଥମ ଗ୍ରାମସଭା
କେନ୍ଦୁଝର, ୧୧ ଡିସେମ୍ବର (ହି.ସ.)- କେନ୍ଦୁଝର ଜିଲ୍ଲା ଅନ୍ତର୍ଗତ ପାଟଣା ତହସିଲରେ ପ୍ରତିଷ୍ଠା ହେବାକୁ ଥିବା ଜେଏସବ୍ଲୁ ପୋସ୍କୋ ମିଳିତ ସହଯୋଗରେ ହେବାକୁ ଥିବା ଷ୍ଟିଲ ପ୍ଲାଣ୍ଟ ଲାଗି ପ୍ରଥମ ଗ୍ରାମସଭା ଶୁକ୍ରବାର ପୂର୍ବାହ୍ନ ୧୦ଟା ୩୦ ସମୟରେ ଚେମଣା ଗ୍ରାମପଞ୍ଚୟାତ ଅନ୍ତର୍ଗତ ଭ୍ରୁଙ୍ଗରାଜପଶୀ ଗ୍ରାମ
ଆସନ୍ତାକାଲି ଜେଏସବ୍ଲୁ ପୋସ୍କୋ ଜମି ଅଧିଗ୍ରହଣ ଲାଗି ପ୍ରଥମ ଗ୍ରାମସଭା


କେନ୍ଦୁଝର, ୧୧ ଡିସେମ୍ବର (ହି.ସ.)- କେନ୍ଦୁଝର ଜିଲ୍ଲା ଅନ୍ତର୍ଗତ ପାଟଣା ତହସିଲରେ ପ୍ରତିଷ୍ଠା ହେବାକୁ ଥିବା ଜେଏସବ୍ଲୁ ପୋସ୍କୋ ମିଳିତ ସହଯୋଗରେ ହେବାକୁ ଥିବା ଷ୍ଟିଲ ପ୍ଲାଣ୍ଟ ଲାଗି ପ୍ରଥମ ଗ୍ରାମସଭା ଶୁକ୍ରବାର ପୂର୍ବାହ୍ନ ୧୦ଟା ୩୦ ସମୟରେ ଚେମଣା ଗ୍ରାମପଞ୍ଚୟାତ ଅନ୍ତର୍ଗତ ଭ୍ରୁଙ୍ଗରାଜପଶୀ ଗ୍ରାମର ପସିଖମାର ଠାରେ ଅନୁଷ୍ଠିତ ହେବ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଛି l ଏହି ଅଂଚଳରେ ୫ ମିଲିୟନ ଟନର ଏକ ବୃହତ ଇସ୍ପାତ ପ୍ରକଳ୍ପ ପ୍ରତିଷ୍ଠା କରାଯିବା ଲାଗି ପ୍ରକ୍ରିୟା ଆରମ୍ଭ ହୋଇଛି l ପ୍ରଥମ ପଦକ୍ଷେପ ସୁରୂପ ଭ୍ରୁଙ୍ଗରାଜପସିର ଏହି ଅଂଚଳରେ ଗ୍ରାମସଭା ଅନୁଷ୍ଠିତ କରାଇବାକୁ ପାଟଣା ବିଡ଼ିଓଙ୍କ ତରଫରୁ ପତ୍ର ସଂଖ୍ୟା ୬୯୫୫ତା ୧୦l ୧୨l ୨୦୨୫ ରିଖରେ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି l ପାଟଣା ବ୍ଲକ ଓ ତହସିଲର ୨୪ ଜଣ ଅଧିକାରୀଙ୍କୁ ଏହି ଗ୍ରାମସଭା ଅନୁଷ୍ଠିତ କରାଇବାକୁ ନିର୍ଦେଶ ଦିଆଯାଇଛି l ଏହି ପ୍ରଥମ ଗ୍ରାମସଭା ଇସ୍ପାତ କାରଖାନା ପ୍ରତିଷ୍ଠା ଲାଗି ଯଥେଷ୍ଟ ଗୁରୁତ୍ୱପୁର୍ଣ ବୋଲି ଆଲୋଚନା ହେଉଛି l ଏହି ବୃହତ ଇସ୍ପାତ ପ୍ରକଳ୍ପ ପ୍ରତିଷ୍ଠା କରିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିରନ୍ତର ଉଦ୍ୟମ ଏବଂ ପ୍ରଚେଷ୍ଟା ଜାରି ରହିଥିବାବେଳେ କେନ୍ଦୁଝର ଜିଲ୍ଲାବାସୀ ଏହି ବୃହତ ଇସ୍ପାତ ପ୍ରକଳ୍ପକୁ ଦଳମତ ନିର୍ବିଶେଷରେ ସ୍ୱାଗତ କରୁଛନ୍ତି।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande