
ଟୋକିଓ, 12 ଡିସେମ୍ବର (ହି.ସ)- ଜାପାନରେ ଆଜି
ରେକ୍ଟର ସ୍କେଲରେ ରେକର୍ଡ କରାଯାଇଥିବା 6.7 ତୀବ୍ରତାର ଭୁକମ୍ପ ପରେ ଦେଶର ଉତ୍ତରପୁର୍ବରେ
ସୁନାମୀର ଚେତାବନୀ ଜାରି ହୋଇଛି। ଭୁକମ୍ପ ଜାପାନର ମୁଖ୍ୟ ଦ୍ୱୀପ ହୋନ୍ସୁର ଉତ୍ତରରେ ଆଓମୋରୀ
ପ୍ରଦେଶର ପୁର୍ବ ତଟରେ 20 କିଲୋମିଟର ଗଭୀରତାରେ ସ୍ଥାନୀୟ ସମୟାନୁସାରେ ଶୁକ୍ରବାର ସକାଳେ 11.44
ଅନୁଭୁତ ହୋଇଥିଲା।ଜାପାନ ଟୁଡେ ଖବରକାଗଜ ରିପୋର୍ଟରେ ଜାପାନ ପାଣିପାଗ ସଂସ୍ଥାକୁ ଉଦ୍ଧୃତ କରି
ଏହି ସୂଚନା ଦେଇଛି। ଏଜେନ୍ସି କହିଛି ଯେ ହୋକାଇଡୋ, ଆଓମୋରି, ଇୱାତେ ଏବଂ ମିୟାଗି ପ୍ରଦେଶର ପ୍ରଶାନ୍ତ କୁଳରେ ଏକ
ମିଟର ପର୍ଯ୍ୟନ୍ତ ସୁନାମୀ ଆସିପାରେ।ଏହା ପୁର୍ବରୁ ଏହି ସପ୍ତାହର ପ୍ରାରମ୍ଭରେ ସୋମବାର ୭.୫ ତୀବ୍ରତାର
ଭୂମିକମ୍ପ ଆସିଥିଲା। ହୋନ୍ସୁ ଦ୍ୱୀପର ଉତ୍ତରତମ ପ୍ରିଫେକ୍ଚର ଆଓମୋରି ଉପକୂଳରେ ହୋଇଥିବା
ଭୂମିକମ୍ପରେ ଅତି କମରେ ୩୪ ଜଣ ଆହତ ହୋଇଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା