
କୋଲକାତା, ୧୩ ଡିସେମ୍ବର (ହି.ସ.)- ପଶ୍ଚିମବଙ୍ଗର ରାଜଧାନୀ କୋଲକାତା ଏକ ସ୍ମରଣୀୟ ମୁହୂର୍ତର ସାକ୍ଷୀ ଥିଲା ଯେତେବେଳେ ଅନ୍ତର୍ଜାତୀୟ ଫୁଟବଲ୍ ସୁପରଷ୍ଟାର ଲିଓନେଲ ମେସି ଏବଂ ବଲିଉଡର ବାଦଶାହା ଶାହରୁଖ ଖାନ ସାମ୍ନାସାମ୍ନି ହୋଇଥିଲେ । ଶନିବାର ଯୁବ ଭାରତୀ କ୍ରିଡ଼ାଙ୍ଗନରେ ଅନୁଷ୍ଠିତ ହେବାକୁ ଥିବା କାର୍ଯ୍ୟକ୍ରମ ପୂର୍ବରୁ ଷ୍ଟାଡିୟମ ସଂଲଗ୍ନ ଏକ ହୋଟେଲରେ ଦୁଇ କିମ୍ବଦନ୍ତୀ ସାକ୍ଷାତ କରିଥିଲେ । ମେସି ହସି ହସି ଶାହରୁଖ ଖାନଙ୍କୁ ସ୍ୱାଗତ କରିଥିଲେ ଏବଂ ସ୍ନେହରେ ତାଙ୍କ ସାନ ପୁଅ ଅବରାମ ଖାନଙ୍କୁ ତାଙ୍କ ପାଖକୁ ଡାକିଥିଲେ । ଉଭୟ ଫଟୋ ମଧ୍ୟ ଉଠାଇଥିଲେ ।
ଲିଓନେଲ୍ ମେସି ଶୁକ୍ରବାର ରାତି ପ୍ରାୟ ୨ଟା ୩୦ ସମୟରେ ତାଙ୍କ ଘନିଷ୍ଠ ବନ୍ଧୁ ତଥା ଦୀର୍ଘକାଳୀନ ସାଥୀ ଖେଳାଳି ଲୁଇସ୍ ସୁବାରେଜ୍ ଏବଂ ରୋଡ୍ରିଗୋ ଡି ପାଉଲଙ୍କ ସହ କୋଲକାତାରେ ପହଂଚି ଥିଲେ । ମେସି ବିମାନବନ୍ଦରରୁ ସିଧା ହୋଟେଲକୁ ଯାଇଥିଲେ । ଏହି ସମୟରେ, ଶାହରୁଖ ଖାନ ଶନିବାର ସକାଳେ ତାଙ୍କ ପୁଅ ଅବରାମଙ୍କ ସହ କୋଲକାତାରେ ପହଂଚି ଥିଲେ ଏବଂ ମେସି ରହୁଥିବା ହୋଟେଲକୁ ଯାଇ ସେଠାରେ ତାଙ୍କୁ ଭେଟିଥିଲେ ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ