ସଂସଦ ଆକ୍ରମଣରେ ସହିଦ ଯବାନଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କଲେ ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର, 13 ଡିସେମ୍ବର (ହି.ସ.)- ସଂସଦ ଆକ୍ରମଣରେ ସହିଦ ଯବାନଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏନେଇ ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, 2001 13 ଡିସେମ୍ବରରେ ଭାରତୀୟ ଗଣତନ୍ତ୍ରର ପବିତ୍ର ମ
ଧର୍ମେନ୍ଦ୍ର  ପ୍ରଧାନ


ଭୁବନେଶ୍ୱର, 13 ଡିସେମ୍ବର (ହି.ସ.)- ସଂସଦ ଆକ୍ରମଣରେ

ସହିଦ ଯବାନଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଏନେଇ ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, 2001 13 ଡିସେମ୍ବରରେ ଭାରତୀୟ

ଗଣତନ୍ତ୍ରର ପବିତ୍ର ମନ୍ଦିର ‘ସଂସଦ’ ଉପରେ ଘଟିଥିବା ଭୀରୁତାପୂର୍ଣ୍ଣ ଆତଙ୍କବାଦୀ ଆକ୍ରମଣ

ସମୟରେ ଭାରତ ମାତାର ରକ୍ଷା ପାଇଁ ନିଜ ପ୍ରାଣ ଆହୁତି ଦେଇଥିବା ସମସ୍ତ ବୀର ପ୍ରହରୀଙ୍କୁ

କୋଟି-କୋଟି ପ୍ରଣାମ ଓ ବିନମ୍ର ଶ୍ରଦ୍ଧାଞ୍ଜଳି।

ଧର୍ମେନ୍ଦ୍ର ପ୍ରଧାନ

କହିଛନ୍ତି ଯେ, ଦେଶ ଉପରେ ଆସିଥିବା ସେହି ସଙ୍କଟର ମୁହୂର୍ତ୍ତରେ ନିଜର ଦୃଢ ସାହସ, ଅଦ୍ୱିତୀୟ ପରାକ୍ରମ ଓ ସର୍ବୋଚ୍ଚ

କର୍ତ୍ତବ୍ୟନିଷ୍ଠାର ପରିଚୟ ଦେଇ ସଂସଦ ଭବନର ମର୍ଯ୍ୟାଦା ଏବଂ ଆମ ଗଣତାନ୍ତ୍ରିକ ସଂସ୍ଥାଗୁଡ଼ିକର

ଗରିମାକୁ ସୁରକ୍ଷା କରିଥିବା ବୀର ସପୁତମାନଙ୍କର ଶୌର୍ଯ୍ୟଗାଥା ସର୍ବଦା ଜାତୀୟ ଚେତନାରେ ଅତୁଟ

ରହିବ।ଦେଶ ସର୍ବଦା ସେହି ଅମର ବଳିଦାନୀମାନଙ୍କ ପ୍ରତି ଋଣୀ ରହିବ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande