ଆଦିବାସୀ ଉତ୍ସବ ବଡ଼ ଭୋଇରୋ ଖେଳପଡ଼ିଆ ଠାରେ ଅନୁଷ୍ଠିତ
ସୁବର୍ଣ୍ଣପୁର, ୧୪ ଡିସେମ୍ବର(ହି.ସ.) – ସୁବର୍ଣ୍ଣପୁର ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ତରଭା ଶାଖା ପକ୍ଷରୁ ୪ର୍ଥ ଆଦିବାସୀ ଉତ୍ସବ ବଡ ଭୋଇରୋ ଖେଳପଡିଆ ଠାରେ ଆଦିବାସୀ ସମାଜର ସଭାପତି ଭଳଭଦ୍ର କୁଅଁରଙ୍କ ଅଧକ୍ଷତା ଆଜି ଶନିବାର ରେ ଅନୁଷ୍ଠିତ ହୋଇ ଯାଇଛି ଓ ବଲାଙ୍ଗୀର ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ସଭା
ଆଦିବାସୀ ଉତ୍ସବ ବଡ ଭୋଇରୋ ଖେଳପଡିଆ ଠାରେ ଅନୁଷ୍ଟିତ


ଆଦିବାସୀ ଉତ୍ସବ ବଡ ଭୋଇରୋ ଖେଳପଡିଆ ଠାରେ ଅନୁଷ୍ଟିତ


ସୁବର୍ଣ୍ଣପୁର, ୧୪ ଡିସେମ୍ବର(ହି.ସ.) – ସୁବର୍ଣ୍ଣପୁର ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ତରଭା ଶାଖା ପକ୍ଷରୁ ୪ର୍ଥ ଆଦିବାସୀ ଉତ୍ସବ ବଡ ଭୋଇରୋ ଖେଳପଡିଆ ଠାରେ ଆଦିବାସୀ ସମାଜର ସଭାପତି ଭଳଭଦ୍ର କୁଅଁରଙ୍କ ଅଧକ୍ଷତା ଆଜି ଶନିବାର ରେ ଅନୁଷ୍ଠିତ ହୋଇ ଯାଇଛି ଓ ବଲାଙ୍ଗୀର ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ସଭାପତି ସତ୍ୟ ନାରାୟଣ ଭୋଇ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆଦିବାସୀଙ୍କ ସଂସ୍କୃତି, ପରମ୍ପରା ବଜାଇ ରଖିବା ଓ ଶିକ୍ଷା ସ୍ୱାସ୍ଥ୍ୟ ପ୍ରତିସଚେତନତା ଗୁରୁତ୍ୱ ଦେବା ପାଇଁ ସାମାଜିକ ସ୍ତର ରେ ସଚେତନ ହେବା ପାଇଁ ପରାମର୍ଶ ଦେଇ ଥିଲେ ଓ ଏହି ଉତ୍ସବ ଅବସରରେ ସୁବର୍ଣ୍ଣପୁର ଜିଲ୍ଲା ସଂଘ ସଭାପତି ଯୁଗେନ୍ଦ୍ର ଭୋଇ ମୁଖ୍ୟ ବକ୍ତା ଭାବେ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥିଭାବେ ଜିଲ୍ଲା ମହିଳା ସଭାନେତ୍ରୀ ସସ୍ମିତା ମଲ୍ଲିକ,ଜିଲ୍ଲା କନ୍ଧସମାଜସଭାପତି ଶିବ କୁଅଁର, ସ୍ଥାନୀୟ ସରପଂଚ ସତ୍ୟଭାମା ଦଳବେହେରା, ଉତ୍ସବ ସଂଯୋଜକତଥା ମିଡ଼ିଆ ସେଲ ସଭାପତି ସାଧବ କୁଅଁର, କଣ୍ଟାମାଳ ବ୍ଲକ ସଭାପତି ଡମ୍ୱରୁ ଧର କୁଅଁର,ଗୁପ୍ତେଶ୍ୱର ମଲ୍କିକ, ଲମ୍ବୋଦର ଧରୁଆ, ଗଦିଦାର କୁଅଁର, କପୁରଚନ ଭୋଇ, ଗୀତାଞ୍ଜଳି ଭୋଇ, କୌଶଲ୍ୟା କୁଅଁର, ଶର୍ମିଷ୍ଠା ମଲ୍ଲିକ, ସାବିତ୍ରୀ ମାଝୀ, ବାସନ୍ତୀ କୁଅଁର, ବିରଂଚିି କୁଅଁର ଭାରଥୀ ମାରପାଚିଙ୍କ ସମେତ ତରଭା ବ୍ଲକ, ବିଏମ ପୁର, ବିନିକା, ଡୁଙ୍ଗୁରିପାଲି, ଉଲୁଣ୍ଡା ସୋନପୁର ବୌଦ୍ଧଜିଲ୍ଲାର ୩୨ଜଣ ସମାଜ ଆଦିବାସୀ ସମାଜ ସଭାପତି, ସମ୍ପାଦକ, ବିଭିନ୍ନ ସଂଘ ବରିଷ୍ଠ କର୍ମକର୍ତା ପ୍ରମୁଖ ଯୋଗଦାନ କରି ଆଦିବାସୀ ସମାଜର ସବୁ କ୍ଷେତ୍ରରେ ଉନ୍ନତି, ସଂଘକୁ ମଜଭୁତ କରି ଆଦିବାସୀ ସମାଜ ଶିକ୍ଷିତ ହେବା ଶିକ୍ଷା, ସ୍ୱାସ୍ଥ୍ୟ କ୍ଷେତ୍ରରେ ସଚେତନତା ଆଣିବା ପାଇଁ ପରାମର୍ଶ, ଉଦବୋଧନ ଦେଇ ଥିଲେ ଓ କାର୍ଯ୍ୟକ୍ରମରେ ଯୋଗଦାନ ପାଇଁ ତରଭା ବ୍ଲକ ର ସମସ୍ତ ୨୧ପଂଚାୟତର ପଂଚାୟତ ସ୍ତରୀୟ ଆଦିବାସୀ ସମ୍ପ୍ରଦାୟର ଅସ୍ତ୍ରଶସ୍ତ୍ର, ବାଦ୍ୟ ସହ ଶୋଭାଯାତ୍ରା ମାଧ୍ୟମରେ ଗ୍ରାମ ପରିକ୍ରମା କରି ଉତ୍ସବ ମଣ୍ଡପସ୍ଥଳକୁ ଆସିଥିଲେ ଓ ସଭା ପ୍ରାରମ୍ଭରୁ ସମାଜ କୁନି କୁନି ଶିଶୁ କଳାକାର ସଂସ୍କାର କୁଅଁର, ଲିପ୍ସା ରାଣୀ କୁଅଁର, ଲିପ୍ସା ରାଣୀ ମାଝୀ, ଅମ୍ରିତା କୁଅଁର, ଆଶିଷଧରୁଆ,ବର୍ଷା ରାଣୀ ମଲ୍ଲିକ, ପ୍ରୀୟାନସିକ୍ଷ ଧରୁଆ, ନୃତ୍ୟ ଓ ଗ୍ରୁପ ଡାନ୍ସ ପ୍ରଦର୍ଶନ କରିଥିଲେ ଓ ଏହି ଅବସରରେ ବଡ ଭୋଇରୋ ପଂଚାୟତ ର ଅକ୍ଷୟ କୁମାର କୁଅଁର ଙ୍କୁ ଆଦିବାସୀ ସମାଜ ପକ୍ଷରୁ ସମ୍ମାନିତ କରାଯାଇ ଥିଲା ଓ ଶିକ୍ଷା କ୍ଷେତ୍ରରେକୃତିତ୍ୱ କରିଥିବା ଛାତ୍ର ଛାତ୍ରୀ ଲିପ୍ସା ରାଣୀ କୁଅଁର, ପଲ୍ଲବୀ କୁଅଁର, ବର୍ଷା ମଲ୍ଲିକ, ପ୍ରତିମା କୁଅଁର, ବବିତା କୁଅଁର, ଯମୁନା କୁଅଁର, ଶିଉଳି ଭୋଇ, ଗିରିରାଜ କୁଅଁର, ଉତ୍କଳିକା ଧରୁଆ, ସିନ୍ଧୁ ସୁତା କୁଅଁର, ରୋଜି ଓ କଳା କାର ଙ୍କୁ ସମ୍ମାନିତ କରାଯାଇ ଥିଲା ଓ ରାଜୀବ ଭୋଇ ସଂସ୍କୃତିକ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିବା ବେଳେ ସଭା ମଂଚକୁ ଶିକ୍ଷକ ରୋହିତ କୁଅଁର ପରିଚାଳନା କରିଥିଲେ ଓ ଆଦିବାସୀ ସମାଜର ବରିଷ୍ଠ ସଭ୍ୟ ବିଷ୍ଣୁ ପ୍ରସାଦ କୁଅଁର ଧନ୍ୟବାଦ ଦେଇଥିଲେ ଓ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ଓ ବ୍ଲକ ସଂଘ ର ସମସ୍ତ କର୍ମକର୍ତା ବିଭିନ୍ନ କାର୍ଯ୍ୟ ରେ ସହଯୋଗ ଓ ପରିଚାଳନା କରିଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande