
ଖୋର୍ଦ୍ଧା,, 14 ଡିସେମ୍ବର (ହି.ସ.)ଚିଲିକା ବ୍ଲକ ଅନ୍ତର୍ଗତ ନଇରୀ ନିକଟସ୍ଥ ଗଙ୍ଗାଯମୁନା ଘାଟ ଅନତିଦୂରରେ ଚିଲିକା ଜଳରାଶି ପରିବେଷ୍ଟିତ ଶ୍ରୀଜଗନ୍ନାଥଙ୍କ ଗୁପ୍ତ ଲୀଳାକ୍ଷେତ୍ର କାଙ୍କଣଶିଖରୀ ପୀଠରେ ଚାଲିଥିବା ଅଷ୍ଟମ ବାର୍ଷିକ ଶ୍ରୀଜଗନ୍ନାଥ ମହୋତ୍ସବ ଆଜି ଉଦଯାପିତ ହୋଇଯାଇଛି | ଆଜି ଅନ୍ତିମ ଦିବସରେ ଯଜ୍ଞର ପୂର୍ଣ୍ଣାହୂତି ସହିତ ନିଳାମ୍ଵୁ ଚିଲିକା ଉଦ୍ଦେଶ୍ୟରେ ଚଳିତ ବର୍ଷ ଯଜ୍ଞର ଅନ୍ତିମ ଚିଲିକା ଆଳତି ସମ୍ପନ୍ନ କରାଯାଇଥିଲା | ଟ୍ରଷ୍ଟର ବରିଷ୍ଠ ସଦସ୍ୟ ହାଡିବନ୍ଧୁ ପଟ୍ଟନାୟକ ଓ ତାଙ୍କର ଧର୍ମପତ୍ନୀ ଏହି ଅବସରରେ କାର୍ଯ୍ୟଗ୍ରାହୀ ଭାବେ ବରିଷ୍ଠ ବ୍ରାହ୍ମଣ ପଣ୍ଡିତ ମାନଙ୍କ ପୈ।ରହିତ୍ୟରେ ଯଜ୍ଞର ପୂର୍ଣ୍ଣାହୂତି ପ୍ରଦାନ କରିଥିଲେ | ଚିଲିକା ଓ ବାଣପୁର ବ୍ଲକର ସମସ୍ତ ଜଗନ୍ନାଥ ମନ୍ଦିରର ଆଜ୍ଞା ମାଳ ମାନଙ୍କୁ ବନ୍ଦାପନା କରାଯାଇ ମେଲାଣି ଦିଆଯାଇଥିଲା | ଏହି ଅବସରରେ କାଙ୍କଣ ଶିଖରୀ ଟ୍ରଷ୍ଟ ଆବାହକ ଡଃ ସୁଶାନ୍ତ କୁମାର ସାହୁ ଓ କୋଷାଧ୍ୟକ୍ଷ ରୀତାରାଣୀ ସାହୁଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଇ° ପାର୍ଥ ସାରଥି ମହାନ୍ତି ଙ୍କ ସ°ଯୋଜନାରେ ଏକ ଆଧ୍ୟାତ୍ମିକ ସଭା ଅନୁଷ୍ଠିତ ହୋଇଥିଲା | ଏଥିରେ ଶ୍ରୀକ୍ଷେତ୍ର ପୁରୀ ଶ୍ରୀମନ୍ଦିର ବଡ଼ପଣ୍ଡା ମହାନାୟକ ଶ୍ରୀ ରାମଚନ୍ଦ୍ର ବଡ଼ପଣ୍ଡା ସାମନ୍ତ ଯୋଗ ଦେଇ ଆଶିର୍ବଚନ ପ୍ରଦାନ କରିଥିଲେ | ଏଥିରେ ବିଶିଷ୍ଟ ଅତିଥି ଭାବେ ଓଡ଼ିଶା ସରକାରଙ୍କ ଆଇନ ପୂର୍ତ୍ତ ଅବକାରୀ ବିଭାଗ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କୁ ପୀଠ ତରଫରୁ ଭବ୍ୟ ସ୍ଵାଗତ ଜଣାଇବା ସହିତ ଫୁଲ ଚନ୍ଦନ, ଉପଢୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା | ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଙ୍କୁ ମନ୍ଦିର ଚତୁର୍ଦ୍ଧାମୂର୍ତ୍ତି, ସାଲା ମଣ୍ଡପ, ସଭା ମଣ୍ଡପ, ତତ୍ ସହିତ ଅଷ୍ଟମ ଶ୍ରୀ ଜଗନ୍ନାଥ ମହୋତ୍ସବ ର ଲିମ୍ଵ ଦାରୁରେ ନିର୍ମିତ ପ୍ରଭୁଙ୍କର ୨୪ ଗୋଟି ଦିବ୍ୟ ବେଶ ଦର୍ଶନ କରାଇଥିଲେ | ଏଥିରେ ଅନ୍ୟାନ୍ୟ ଅତିଥି ଭାବେ ଚିିିଲିିିିିକା ବ୍ଲକର ଅଧ୍ୟକ୍ଷା ଜ୍ୟୋସ୍ନା ବେହେରା, ପଣ୍ଡିତ ନୃସିଂହ ପ୍ରସାଦ ମିଶ୍ର, ବାଣପୁର ଓ ଚିଲିକା ଶ୍ରୀ ଜଗନ୍ନାଥ ମନ୍ଦିର ସମନ୍ୱୟ ପରିଷଦ ସମ୍ପାଦକ ବାଳମୁକୁନ୍ଦ ଦାସ, ବାବାଜୀ ପଦ୍ମପାଦ ଦାସ , ଚିଲିକା ବିଡ଼ିଓ ପୁନମ ମହାପାତ୍ର, ତହସିଲଦାର କାହ୍ନୁଚରଣ ଘଡେ଼ଇ, ନାଚୁଣୀ ଥାନା ଅଧିକାରୀ ଚନ୍ଦ୍ର ଶେଖର ଜେନା ପ୍ରମୁଖଙ୍କ ସମେତ ବାଲୁଗାଁ ସ୍ଥିତ କାଳିଜାା ମୋଟର ବୋଟ ଆସୋସିଏସନ୍ଈର କର୍ମକର୍ତ୍ତା ଉପସ୍ଥିତ ରହିଥିଲେ | ବିଭିନ୍ନ ଅଞ୍ଚଳରୁ ବରିଷ୍ଠ ତଥା ଆଧ୍ୟାତ୍ମିକ ବ୍ୟକ୍ତି ବିଶେଷ ମାନେ ଏଥିରେ ଯୋଗ ଦେଇ ଶ୍ରୀ ଜଗନ୍ନାଥଙ୍କ କୃପା ଅନୁଭୂତି ଉପରେ ବକ୍ତଵ୍ୟ ପ୍ରଦାନ କରି ଥିଲେ | ଏହି ଅବସରରେ ଵଉଳାଵନ୍ଧ ସ୍ଥିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସପ୍ତମ ଶ୍ରେଣୀ ଛାତ୍ରୀ ଆୟୁଷ୍ମତୀ ପ୍ରିୟଙ୍କା ସାହୁ ଙ୍କୁ ଭରତ ଚରଣ ମେଧା ବୃତ୍ତି ପ୍ରଦାନ କରାଯାଇଥିଲା |ଏହି ଅବସରରେ ଅନ୍ୟାନ୍ୟ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷଙ୍କୁ ମଧ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା | ଆଦ୍ୟ ସେବକ ହାଡ଼ିବନ୍ଧୁ ପଟ୍ଟନାୟକଙ୍କ ସ୍ଵରଚିତ ଆତ୍ମ ଜୀବନୀ ସମ୍ବଳିତ ଜୀବନର ଅଙ୍କାବଙ୍କା ନଈ ଶୀର୍ଷକ ପୁସ୍ତକ ଉନ୍ମୋଚନ ହୋଇଥିଲା | ଭିଡ଼ ନିୟନ୍ତ୍ରଣ କରିବାପାଇଁ ପୋଲିସ ପ୍ରଶାସନ ତତସହିତ ପାନୀୟ ଜଳଯୋଗଣ, ନିରବଛିନ୍ନ ବିଦ୍ୟୁତ ସରବରାହ, ସ୍ବେଛାସେବୀ ସଂଗଠନ ସହାୟତା, ସ୍ୱାସ୍ଥ୍ୟ, ଅଗ୍ନିଶମ ବିଭାଗ ପକ୍ଷରୁ ସହଯୋଗ ପ୍ରଦାନ କରାଯାଇଥିଲା | ଏଥି ସହିତ ଭକ୍ତ ଶ୍ରଦ୍ଧାଳୁ ଙ୍କ ପାଇଁ ପୀଠ ପକ୍ଷରୁ ନିଶୁକ୍ଳ ନୌକାଯାତ୍ରା ସହିତ ନିଃଶୁଳ୍କ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା | ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ର ଅନ୍ତିମ ଦିବସରେ ୨୦ ହଜାର ରୁ ଉର୍ଦ୍ଧ୍ବ ଜନ ସମାଗମ ହୋଇଥିଲା |
---------------
ହିନ୍ଦୁସ୍ଥାନ ସମାଚାର / ରାକେଶ