ଓଡ଼ିଶା ଅମଲା ସଂଘ କୋରାପୁଟ ଜିଲ୍ଲା ଶାଖା ର ନିର୍ବାଚିତ କର୍ମକର୍ତା ଘୋଷଣା ଓ କର୍ମକର୍ତାଙ୍କ ସପଥ ପାଠ
ଜୟପୁର, ୧୪ ଡିସେମ୍ବର (ହି.ସ.) - ଓଡ଼ିଶା ଅମଲା ସଂଘ କୋରାପୁଟ ଜିଲ୍ଲା ଶାଖା ର ନିର୍ବାଚିତ କର୍ମକର୍ତା ଘୋଷଣା ଓ କର୍ମକର୍ତାଙ୍କ ସପଥ ପାଠ ନିମନ୍ତେ ତା ୧୪.୧୨.୨୦୨୫ ରିଖ ଦିନ ଧାର୍ଯ୍ୟ କରିଥିଲେ । ରାଜ୍ୟ ସଂଘ ଏ ନେଇ ରାଜ୍ୟ ନିର୍ବାଚନ ପର୍ଯ୍ୟବେକ୍ଷକ ମଧ୍ୟ ନିଯୁକ୍ତ କରାଯାଇଥିଲା । ଏ ନେଇ ଓଡ଼ିଶା ଅମ
ଓଡ଼ିଶା ଅମଲା ସଂଘ କୋରାପୁଟ ଜିଲ୍ଲା ଶାଖା ର ନିର୍ବାଚିତ କର୍ମକର୍ତ୍ତା ଘୋଷଣା ଓ କର୍ମକର୍ତ୍ତା ଙ୍କ ସପଥ ପାଠ


ଜୟପୁର, ୧୪ ଡିସେମ୍ବର (ହି.ସ.) - ଓଡ଼ିଶା ଅମଲା ସଂଘ କୋରାପୁଟ ଜିଲ୍ଲା ଶାଖା ର ନିର୍ବାଚିତ କର୍ମକର୍ତା ଘୋଷଣା ଓ କର୍ମକର୍ତାଙ୍କ ସପଥ ପାଠ ନିମନ୍ତେ ତା ୧୪.୧୨.୨୦୨୫ ରିଖ ଦିନ ଧାର୍ଯ୍ୟ କରିଥିଲେ । ରାଜ୍ୟ ସଂଘ ଏ ନେଇ ରାଜ୍ୟ ନିର୍ବାଚନ ପର୍ଯ୍ୟବେକ୍ଷକ ମଧ୍ୟ ନିଯୁକ୍ତ କରାଯାଇଥିଲା ।

ଏ ନେଇ ଓଡ଼ିଶା ଅମଲା ସଂଘ ରାଜ୍ୟ ଅତିରିକ୍ତ ସାଧାରଣ ସମ୍ପାଦକ ଶ୍ରୀ ଶଶୀଭୂଷଣ ଦାଶ୍ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମ ଜୟପୁର ଯାଦବ ଭବନ ଠାରେ ଅନୁଷ୍ଠିତ ହୋଇଥିଲା ।

ଏଥିରେ ମାଲକାନଗିରି ଓ ନବରଙ୍ଗପୁର ର ନେତୃବୃନ୍ଦ ରାଜ୍ୟ ନିର୍ବାଚନ ପର୍ଯ୍ୟବେକ୍ଷକ ଭାବରେ ଯୋଗଦାନ କରିବା ସହିତ କୋରାପୁଟ ଜିଲ୍ଲା ଶାଖା ର ବିଭିନ୍ନ ବିଭାଗରେ କାର୍ଯ୍ୟରତ ଶତାଧିକ ଅମଲା ଯୋଗଦାନ କରିଥିଲେ କ୍ଷ ପ୍ରଥମେ ଶ୍ରୀ ଦାଶ୍ ସଭାକାର୍ଯ୍ୟ ଆରମ୍ଭ କରିବା ପୁର୍ବରୁ ଅତିଥି ମାନଙ୍କୁ ମଂଚାସିନ ହେବା ନିମନ୍ତେ ନିମନ୍ତ୍ରଣ କରିଥିଲେ ଓ ସମସ୍ତ ସାମ୍ବାଦିକ ବନ୍ଧୁ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଗଣ ମାଧ୍ୟମ ପ୍ରତିନିଧି ମାନେ ଯେଉଁ ଭଳି ଭାବରେ ନିଃସ୍ୱାର୍ଥପର ସେବାରେ ନିଜକୁ ନିୟୋଜିତ କରିବା ସହିତ ନିରପେକ୍ଷ ଖବର ପ୍ରସାରଣ କରୁଛନ୍ତି ତେଣୁ ସେ ସମସ୍ତ ଗଣ ମାଧ୍ୟମ ପ୍ରତିନିଧି ମାଳଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରିଥିଲେ ।

ଜଣେ ଗଣ ମାଧ୍ୟମ ପ୍ରତିନିଧି ସ୍ୱର୍ଗତ ଅଶୋକ ପଲେଇ ନିକଟରେ ଏକ ସଡ଼କ ଦୁର୍ଘଟଣାରେ ପ୍ରାଣ ହୋରାଇଥିବା ଯୋଗୁ ଗଭିର ଦୁଃଖ ପ୍ରକାଶ କରିବା ସହିତ ତାଙ୍କର ଅମର ଆତ୍ମାର ସଦଗତି ନିମନ୍ତେ ସମସ୍ତ ଉପସ୍ଥିତ ସଦସ୍ୟମାନେ ୨ ମିନିଟ୍ ନିରୋବ ପ୍ରାର୍ଥନା କରିଥିଲେ । ତା ପରେ ନିର୍ବାଚନ ପର୍ଯ୍ୟବେକ୍ଷକ ନିର୍ବାଚିତ କର୍ମକର୍ତାଙ୍କ ନାମ ଘୋଷଣା କରିଥିଲେ ।

ସଭାପତି ଜଗନ୍ନାଥ ମାଝୀ, ସମ୍ପାଦକ ଜଗେନ୍ଦ୍ର ଚୈଧୁରି, କୋଷାଧ୍ୟକ୍ଷ ନାଗେଶ୍ୱର ରାଓ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଥିବା ଘୋଷଣା କରିଥିଲେ, ୱାଇ ଶ୍ରୀନିବାସ ରାଓ ଅଧ୍ୟକ୍ଷ, କୈଳାସ ସାମନ୍ତରାୟ ମୁଖ୍ୟ ଉପଦେଷ୍ଟା, ରାଜେନ୍ଦ୍ର ନାରାୟଣ ପାଢି ଓ ବୂନ୍ଦାବନ ପଣ୍ଡା, ଉପଦେଷ୍ଟା ଙ୍କ ସମେତ ସମସ୍ତ ପଦବି ନିମନ୍ତେ ଚୟନ କରାଯିବା ପର୍ଯ୍ୟବେକ୍ଷକ ଘୋଷଣା କରିଥିଲେ ।

ରାଜ୍ୟ ନିର୍ବାଚନ ପର୍ଯ୍ୟବେକ୍ଷକ ଭାବରେ ଶ୍ୟାମସୁନ୍ଦର ନାୟକ ଓ ଅରୁଣ କୁମାର ରଥଙ୍କ ସମେତ ଅନ୍ୟ ମାନେ ଉପସ୍ଥିତ ଥିଲେ ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande