
ଗଞାମ, ୧୪ ଡିସେମ୍ବର (ହି.ସ.)-
ପୁରୁଷୋତ୍ତମପୁର ଵ୍ଳକ ସାମନ୍ତରାପୁର ଗାଁ ରେ ଗତ ୧୦ ତାରିଖ ରାତିରେ ସୋନାଲି ସ୍ଵାଇଁ, ପଡୋଶି ଆଦିତ୍ଯ ଯେନା(୯)ର ତଣ୍ଟିଚିପି ହତ୍ୟା କରିଥିଵା ଘଟଣା ସମ୍ପର୍କରେ କବିସୂର୍ଯ୍ୟ ନଗର ପୁଲିସ ତଦନ୍ତରୁ ଜାଣିଵା ପରେ ସୋନାଲିକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗତକାଲି ବିଳମ୍ବିତ ରାତିରେ ଉତ୍ୟକ୍ତ ଗ୍ରାମବାସୀ ସୋନାଲିର ଘରେ ନିଆଁ ଲଗାଇ ପୋଡି ଦେଇଥିଲେ। ଖବର ପାଇ ଦମକଳ ବାହିନୀ ଓ ପୁଲିସ ଘଟଣାସ୍ଥଳରେ ପହଁଚି ଅଗ୍ନିକୁ ଆୟତ କରିବା ସହ ସୁରକ୍ଷିତ ଭାବେ ଘରେ ଶୋଇଥିବା ଅନ୍ୟ ସଦସ୍ୟମାନକୁ ଉଦ୍ଧାର କରିଛନ୍ତି। ଘଟଣା ସମ୍ପର୍କରେ ଥାନାରେ ପୃଥକ୍ ପୃଥକ୍ ଦୁଇଟି ମାମଲା ରୁଜୁ କରାଯାଇଛି।
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ