ସୁବର୍ଣ୍ଣପୁର ଜିଲ୍ଲା କ୍ରୀଡ଼ା ସଂଘ ର ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଉଦଯାପିତ ଭାଗ ନେଲେ ରେକର୍ଡ଼ ସଂଖ୍ୟକ ୧୨୭୦ ପ୍ରତିଯୋଗୀ
ସୁବର୍ଣ୍ଣପୁର, ୧୪ ଡିସେମ୍ବର(ହି.ସ.) – ଗତକାଲି ଠାରୁ ଆରମ୍ଭ ହୋଇଥିବା ଦୁଇଦିନଆ ସୁବର୍ଣ୍ଣପୁର ଜିଲ୍ଲା କ୍ରୀଡ଼ା ସଂଘର ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଆଜି ଉଦଯାପିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲାପାଳ ଅଞଳିନା ପଧାନ ଯୋଗ ଦେଇଥିବାବେଳେ ସମ୍ମାନିତ ଅତ
*ସୁବର୍ଣ୍ଣପୁର  ଜିଲ୍ଲା କ୍ରୀଡ଼ା ସଂଘ ର ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଉଦଯାପିତ* - *ଭାଗ ନେଲେ ରେକର୍ଡ ସଂଖ୍ୟକ ୧୨୭୦ ପ୍ରତିଯୋଗୀ*-

ସୁବର୍ଣ୍ଣପୁର, ୧୪ ଡିସେମ୍ବର(ହି.ସ.) – ଗତକାଲି ଠାରୁ ଆରମ୍ଭ ହୋଇଥିବା ଦୁଇଦିନଆ ସୁବର୍ଣ୍ଣପୁର ଜିଲ୍ଲା କ୍ରୀଡ଼ା ସଂଘର ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଆଜି ଉଦଯାପିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲାପାଳ ଅଞଳିନା ପଧାନ ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ଭାବରେ ଡି ଏସପି ରେଣୁକା ସୁନା ଯୋଗଦେଇ କୃତୀ ପ୍ରତିଯୋଗୀଙ୍କୁ ଟ୍ରଫି ଓ ମାନପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ। ଜିଲ୍ଲା କ୍ରୀଡ଼ା ସଂଘ ର ଉପ ସଭପତି ଚିତ ରଞ୍ଜନ ତରାସିଆ ସଭା ସଂଯୋଜନା କରିଥିବା ବେଳେ ଦିଗାମ୍ବର ଶତପଥି ଧନ୍ୟବାଦ୍ ଅର୍ପଣ କରିଥିଲେ। କଲିମ ମହମ୍ଡଦ, ସଞ୍ଜୟ ସାହୁ, ବିପ୍ର ଚରଣ ପେରା, ଚୈତନ୍ୟ ନାଏକ, ଗୋବିନ୍ଦ ନାଏକ, ନେପାଲ ଦାଣ୍ଡିଆ, ସୋମନାଥ ସାହୁ, ବୀର ପ୍ରତାପ ଦାଶ, ସରିତା ମିଶ୍ର, ପ୍ରତିଭା ଭୋଇ, ଓ ଅନିତା ମହାନନ୍ଦ ପ୍ରମୁଖ ସମସ୍ତ ପିଇଟି ଦୁଇଦିନ ଧରି ସମସ୍ତ ଖେଳ ପ୍ରତିଯୋଗିତା ପରିଚାଳନା କରିଥିବାବେଳେ ଜିଲ୍ଲା କ୍ରୀଡ଼ା ସଂଘ ସଂପାଦକ ପୀୟୂଷ କୁମାର ପଣ୍ଡା ଙ୍କ ତତ୍ୱା ବଧାନ ରେ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ସୁଚାରୁରୁପେ ସମ୍ପାଦନ କରା ଯାଇଥିଲା। କ୍ରୀଡ଼ା ସଂଘ ର ସକ୍ରିୟ ସଦସ୍ୟ ରାଜୀବ ସାହୁ, ସୁବାଷ ବିଶ୍ୱାଳ, ହୃଷୀ କେଶ ପଣ୍ଡା, ବିକାଶ ପଣ୍ଡା, ବିକାଶ ପାଢ଼ୀ, ବାଳ ଗୋପାଳ ମିଶ୍ର, ରିପୁନ ନାଏକ, ରାଜକୁମାର ନାଏକ ପ୍ରମୁଖ ସମସ୍ତ ସଦସ୍ୟ ସହଯୋଗ କରିଥିଲେ। ଆଜି ଉଦଯାପନୀ ଦିବସ ରେ ପୁରୁଷ ୫୦୦୦ ମିଟର ଦୌଡ ପ୍ରତିଯୋଗୀତା, ୩୦୦୦ ମିଟର ଓମେନ୍ସ ଦୌଡ ପ୍ରତିଯୋଗୀତା, ୨୦୦ ମିଟର, ୧୦୦ ମିଟର ଦୌଡ ପ୍ରତିଯୋଗୀତା, ୧୪ ବର୍ଷରୁ କମ ଜେଭେଲିଁନ୍ ଥ୍ରୋ, ୧୬ ଓ ୨୦ ବର୍ଷରୁ କମ ମେନ୍ସ ଓମେନ୍ସ୍ ରିଲେ ରେଶ୍ ପ୍ରତିଯୋଗିତା ଅନୁଷ୍ଟିତ ହୋଇଥିଲା। ଏ ବର୍ଷ ଏହି ଜିଲ୍ଲାସ୍ତରୀୟ ପ୍ରତିଯୋଗିତା ରେ ରେକର୍ଡ ସଂଖ୍ୟକ ୧୨୭୦ ପ୍ରତିଯୋଗୀ ଭାଗ ନେଇ ଥିବା ବେଳେ କ୍ରୀଡ଼ା ସମ୍ପାଦକ ପୀୟୂଷ କୁମାର ପଣ୍ଡା ଙ୍କ ଉଦ୍ୟମ ଓ ସଂଘର ପ୍ରଚେଷ୍ଟାକୁ ସୁବର୍ଣ୍ଣପୁର ଜିଲ୍ଲାପାଳ, ଏସପି ଓ ଆଜିର ସମସ୍ତ ଅତିଥିମାନେ ମଧ୍ୟ ଭୂୟସୀ ପ୍ରଶଂସା କରିଥିଲେ। ଏହି କ୍ରୀଡ଼ା ର ପୁରୁଷ ଓ ମହିଳା କୃତୀ ପ୍ରତିଯୋଗୀ ଆସନ୍ତା ୨୭ ତାରିଖ ରେ ଭୁବନେଶ୍ୱର କିଟ୍ ରେ ହେବାକୁ ଥିବା ରାଜ୍ୟ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ରେ ଭାଗ ନେବେ ବୋଲି ସଂଘର ଉପ ସଭାପତି ଶ୍ରୀ ତରାସିଆ, ଓ ସଂପାଦକ ଶ୍ରୀ ପଣ୍ଡା ପ୍ରକାଶ କରିଛନ୍ତି କ୍ଷ ଏହି ଉତ୍ସବ ରେ ଜିଲ୍ଲା କ୍ରୀଡ଼ା ଅଧିକାରି ଚିତରଞ୍ଜନ ମିଶ୍ର, ସଂଘ ଉପଦେଷ୍ଟା କଇରୁ ସ୍ୱାଇଁ, ଦିଲୀପ ଗୁରୁ, ପୁରୁଷୋତମ ପାଣିଗ୍ରାହୀ, ନନ୍ଦ କିଶୋର ତ୍ରୀପାଠୀ, କାର୍ଯ୍ୟକାରିଣୀ ସଦସ୍ୟ ବି.ସତ୍ୟ ନାରାୟଣ ରାଓ, ସଦସ୍ୟ ରାଜକିଶୋର ତ୍ରୀପାଠୀ, ମହାଦେବ ମଲ୍ଲିକ, କମଳାକାନ୍ତ ସାହୁ ପ୍ରମୁଖ ସମସ୍ତ ସଦସ୍ୟ ସହଯୋଗ କରିଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ

 rajesh pande