
ଭଦ୍ରକ, ୧୪ ଡିସେମ୍ବର (ହି.ସ.) - ହାବେଳେସ୍ୱର ଥିବା ବାଲିଘାଟ ରୁ କିଏ କରୁଛି ବାଲି ଚୋରି। କାହା ନିର୍ଦେଶରେ ହେଉଛି ଶହ ଶହ ଟ୍ରିପ ବାଲି ଚୋରି। ସୂଚନା ଥାଉକି ହାବେଳେସ୍ୱର ନିକଟରେ ଥିବା ବୈତରଣୀ ନଦୀ ଓ ତାର ପାଖା ପାଖି ଅଂଚଳରେ ବେଆଇନ ଭାବେ ହଜାର ହଜାର ଟ୍ରିପ ବାଲି ଚାଲାଣ ହେଉଛି। ଖବର ପ୍ରସାରଣ ହେଲା ପରେ ବି ସଚେତନ ହେଉନାହାନ୍ତି ଭଦ୍ରକ, ଯାଜପୁର ଓ କେଉଁଝର ର ମାଇନିଙ୍ଗ ଅଧିକାରୀ। ଦିନ ଦ୍ୱିପ୍ରହରେ ହେଉ ବା ରାତି ସମୟରେ ନଈରୁ ବେଧଡ଼କ ବାଲି କୋରି ନେଉଛନ୍ତି ବାଲି ମାଫିଆ। ଏହି ୩ ଜିଲ୍ଲାର ସୀମାବର୍ତୀ ଅଂଚଳରୁ ହଜାର ହଜାର ଟ୍ରିପ ବାଲି ଚୋରି ହେଉଥିବା ବେଳେ ପୋଲିସ ନିରବ ଦ୍ରଷ୍ଟା ସାଜିଛି,ଯାହା ଜଣାପଡୁଛି ଏହି ୩ ଜିଲ୍ଲାର ମାଇନିଂଙ୍ଗି ଅଧିକାରୀଙ୍କ ସହଯୋଗରେ ହେଉଛି ବାଲି ଚୋରି, ବର୍ଷ ବର୍ଷ ଧରି ବୈଇତରଣୀ ନଦୀରୁ ବାଲି ଉଠାଇବା ଦ୍ୱାରା ନଦୀ ବନ୍ଧ ଦୁର୍ବଳ ହୋଇ ସ୍ଥାନୀୟ ଲୋକେ ନାନାଦି ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବାଲି ବୋଝେଇ ହାଇୱା ଜାତାୟତ ଯୋଗୁ ରାସ୍ତା ଘାଟ ଖାଲ ହେବା ସହିତ ସ୍ଥାନୀୟ ଅଂଚଳ ବାସୀଙ୍କ ଜୀବନ ବାଜିରେ ଲାଗିଛି। ଦୁର୍ଘଟଣାରେ ଅନେକ ମୂଲ୍ୟବାନ ଜୀବନ ଗଲାଣି, ସ୍କୁଲ ଛାତ୍ର ଛାତ୍ରୀ ମାନେ ପ୍ରତି ମୁହୂର୍ତରେ ଅସୁବିଧା ରେ ପଡୁଥିବାର ଅଭିଯୋଗ ମଧ୍ୟ ବାରମ୍ବାର ହେଉଛି। ରାତି ହେଲେ ଅଧିକ ବାଲି ଗାଡି ଯାତାୟାତ କରୁଥିବାରୁ ସାଇକେଲ ଓ ବାଇକ ରେ ଯିବାକୁ ଭୟ ଲାଗୁଛି। ପୋଲିସ ସ୍ଥାନୀୟ ସାମ୍ବାଦିକ ମାନେ ଚାନ୍ଦା ନେଇ ଏହି ବାଲି ଗାଡିକୁ ସହଯୋଗ କରୁଛି ଯାହା ଏକ ଚିନ୍ତା ର ବିଷୟ ବସ୍ତୁ ପାଲଟିଛି। ଖୋଦ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଜିଲ୍ଲାରେ ବେଆଇନ ଭାବେ ଏକାଧିକ ବାଲି ଘାଟ ଚାଲିଥିବା ବେଳେ କେମିତି ମୁଖ୍ୟମନ୍ତ୍ରୀ ନଜର ଦେଉନାହାନ୍ତି। ଯାହା ସାଧାରଣ ରେ ଚର୍ଚ୍ଚା ସୃଷ୍ଟି କରିଛି। ତେବେ ଏହି ବେଆଇନ ବାଲିଘାଟକୁ ନେଇ ସ୍ଥାନୀୟ ଅଂଚଳବାସୀ ପ୍ରଶାସନର ଅପାରଗ ପଣିଆକୁ ଦୋଷ ଦେଇ ଏଥିରେ ବହୁ ବିଭାଗୀୟ ଅଧିକାରୀ ସମ୍ପୃକ୍ତ ଥିବାର ଅଭିଯୋଗ କରିଛନ୍ତି।
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ