
ଭଦ୍ରକ, ୧୪ ଡିସେମ୍ବର (ହି.ସ.) - ରାଜ୍ୟ ସରକାର ବିକାଶ ର କଥା କହୁଥିବା ବେଳେ ସରକାରୀ ଦଳ ତଥା ବିଜେପି ରାଜ୍ୟ ସଭାପତି ଙ୍କ ନିର୍ବାଚନ ମଣ୍ଡଳୀ ରେ କିଭଳି ଦୁର୍ନୀତି ଖୋର ଠିକାଦାର ଙ୍କୁ କାର୍ଯ୍ୟାଦେସ ମିଳୁଛି ତାହା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।ଓଡିଶା ସରକାର ଙ୍କ ଗ୍ରାମ୍ୟ ଉନୟନ ବିଭାଗ ତରଫରୁ ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଭାଟପଡା ପଂଚାୟତ ରେ ଥିବା ପ୍ରାଥମିକ ଚିକିତ୍ସା ଳୟ ର ନୂତନ ବିଲଡିଂ ପାଇଁ ଏକ କୋଟି ପଇଁଚାଳିଶ ଲକ୍ଷ ଟଙ୍କା ର ଅର୍ଥ ରାଶି ପୂର୍ବ ସରକାର ଅନୁମୋଦନ କରିଥିଲେ ଯାହା ବର୍ତମାନ ର ସରକାର କାର୍ଯ୍ୟକାରି କରି କାର୍ଯ୍ୟାଦେଶ ପ୍ରଦାନ କରିଛନ୍ତି ଚାନ୍ଦବାଲି ର ଜଣେ ଅନାମ ଧେୟ ଠିକାଦାର ଙ୍କୁ ।ମାତ୍ର ଦୁଃଖ ପରିତାପ ର ବିଷୟ ଠିକାଦାର ଜଣକ ଅତ୍ୟନ୍ତ ନିମ୍ନ ମାନ ର କାର୍ଯ୍ୟ କରି ସମ୍ପୂର୍ଣ ଅର୍ଥ ହରିଲୁଟ କରିବାକୁ ବସିଛନ୍ତି ଏବଂ ଏଥିରେ ସହଯୋଗୀ ସାଜିଛନ୍ତି ୍ୱିଭାଗୀୟ ଯନ୍ତ୍ରୀ ଯାହାକୁ ନେଇ ଭାଟପଡା ପଂଚାୟତ ରେ ଦେଖିବାକୁ ମିଳିଛି ଜନଅସନ୍ତୋଷ। ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଭାଟପଡା ପଂଚାୟତ ରେ ଚାଲୁଥିବା ୧କୋଟି ୪୫ଲକ୍ଷ ଟଙ୍କାର କାମକୁ ନେଇ ଅଂଚଳ ବାସୀ ପ୍ରଶ୍ନ ଉଠାଇ ଛନ୍ତି ଯାହା ଅତ୍ୟନ୍ତ ନିମ୍ନ ମାନ ର କାର୍ଯ୍ୟ ହେଉଛି ଗ୍ରାମ୍ୟ ଉନୟନ ବିଭାଗ ଦ୍ୱାରା ଭାଟପଡା ରେ ନିର୍ମାଣ ଧୀନ ଥିବା ପ୍ରାଥମିକ ଚିକିତ୍ସା ଳୟ ର ଊନତି କରଣ କାର୍ଯ୍ୟ ତଥା ନୂତନ ବିଲଡିଂ କାର୍ଯ୍ୟ ନିର୍ମାଣ ହେଉଥିବା ବେଳେ ନିର୍ମାଣ ଧିନ ପିଲର ବିନା ସିମେଂଟ ଓ ବିନା ଗୋଡି ରେ ହେଉଛି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ ଆଣିଛନ୍ତି। ଏହି ଅଭିଯୋଗ ଯାହାକୁ ନେଇ ସ୍ଥାନୀୟ ଲୋକ ବାରମ୍ବାର ବିଭାଗୀୟ ଯନ୍ତ୍ରୀ ଙ୍କୁ ଜଣାଇଲେ ମଧ୍ୟ ବିଭାଗୀୟ ଯନ୍ତ୍ରୀ ଙ୍କ ନିଦ ଭାଙ୍ଗୁନି । ଏଥିରୁ ବିଭାଗୀୟ ଯନ୍ତ୍ରୀ ଓ ଠିକାଦାର ଙ୍କ ମଧୁଚନ୍ଦ୍ରିକା ସ୍ପଷ୍ଟ ବାରିହେଉଛି । ଏହି କାର୍ଯ୍ୟ ଟି ଅତ୍ୟନ୍ତ ନିମ୍ନ ମାନର ବୋଲି ଅଂଚଳ ବାସୀ ଅଭିଯୋଗ ଆଣିଥିଲେ ମଧ୍ୟ ସମ୍ପୃକ୍ତ ଠିକାଦାର ଶାସକ ଦଳର ଜଣେ ଜଣାଶୁଣା କର୍ମୀ ହୋଇଥିବାରୁ ବିଭାଗୀୟ ଅଧିକାରୀ କିଛି କାର୍ଯ୍ୟାନୁଷ୍ଠାନ ନେବା ବଦଳ ରେ ବିଭିନ୍ନ ପ୍ରକାର ବାହାନା ଦେଇ ଖସିଯିବାକୁ ଚେଷ୍ଟା କରୁଛନ୍ତି । ଅଂଚଳ ବାସୀଙ୍କ କହିବା କଥା ବର୍ତମାନ କାର୍ଯ୍ୟ ଟି ପ୍ରାଥମିକ ପର୍ଯ୍ୟାୟ ରେ ଅଛି । ବିଭାଗୀୟ ଯନ୍ତ୍ରୀ ଓ ଜିଲ୍ଲାପାଳ କାର୍ଯ୍ୟର ମାନକୁ ଯାଂଚ ନକରନ୍ତି ବିଲଡିଂଟି ଅତ୍ୟନ୍ତ ନିମ୍ନ ମାନ ର ହେବା ସହିତ ଜୀବନ ପ୍ରତି ବିପଦ ଥିବାରୁ ତୁରନ୍ତ ଗ୍ରାମ୍ୟ ଉନୟନ ବିଭାଗ ସଚିବ ଏଥିପ୍ରତି ଦୃଷ୍ଟି ଦେବାକୁ ସ୍ଥାନୀୟ ଲୋକେ ଦାବୀ କରିଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ