
ଚମ୍ପୁଆ, ୧୪ ଡିସେମ୍ବର(ହି.ସ.) – ଚମ୍ପୁଆ ରେଞ୍ଜ ରେ ୨୨ଟିକିଆ ହାତୀ ପଲ ଚାରି ଭାଗରେ ବିଭକ୍ତ ହୋଇ ଉତ୍ପାତ ଜାରି ରଖିଛନ୍ତି ଉତ୍ପାତ। ଚମ୍ପୁଆ ରେଞ ଛାଡି ହାତୀ ପଲ କୁଆଡେ ଯିବାର ନାଁ ଧରୁ ନ ଥିବାରୁ ହାତୀଙ୍କ ଉତ୍ପାତ ମଧ୍ୟ ଥମିବାର ନାଁ ଧରୁ ନାହିଁ। ଗତରାତି ଚମ୍ପୁଆ ରେଞର ପଦ୍ମପୁର ଗାଁରେ ଦୁଇଟି ଘରଭାଙ୍ଗି ଘରଭିତରୁ ଧାନ ଚାଉଳ ଖାଇ ଯାଇଛନ୍ତି ଦୁଇ ଟିକିଆ ହାତୀ। ଏହି ଦୁଇଟି ହାତୀ ଗତ ରାତି ମୟୁରଭଞ୍ଜ ପଟୁ ବୈତରଣୀ ନଦୀ ପାର ହେଇ ପଦ୍ମପୁର ଗାଁ ରେ ଦୁଇଟି ଘର ଭାଙ୍ଗିଥିବା ବେଳେ ଆଜି ସକାଳୁ ନନ୍ଦପୁର ନିକଟରେ ରାସ୍ତା ପାର ହେଇ ଝାଲିଆବେଡା ଜଂଗଲରେ ପ୍ରବେଶ କରିଥିବା ଦେଖିବାକୁ ମିଳିଛି। ଅନ୍ୟପଟେ ଚମ୍ପୁଆ ସେକ୍ସନର ମୁକୁନ୍ଦପୁରରେ ଥିବା ବାର ଟିକିଆ ହାତୀ ପଲ ଗତ ରାତି ମଂଗଳପୁର, ଜଡିପଦା ଗାଁ ରେ ବ୍ୟାପକ ପନିପରିବା ନଷ୍ଟ କରିଛନ୍ତି। ମଂଗଳପୁର ଗାଁ ରେ ମହନ୍ତ ପ୍ରଧାନଙ୍କ ଆଖୁ ବଗିଚା ମାଡି ଚକଟି ଉଜାଡି ଦେଇଥିବା ବେଳେ ଜଡିପଦା ଗାଁ ରେ ବହୁ ପନିପରିବା ନଷ୍ଟ କରି ପୁଣି ସକାଳୁ ମୁକୁନ୍ଦପୁର ଜଂଗଲକୁ ଚାଲି ଯାଇଛନ୍ତି। ସେହିପରି ଏହି ରେଞ୍ଜ ର ବାମେବାରୀ ସେକ୍ସନର ସକରାଡିହି ଗାଁ ରେ ଦୁଇଟି ଓ ବାଲିବନ୍ଧ ସେକ୍ସନର ଚମକପୁର ଗାଁ ରେ ୬ ଟି ହାତୀ ଥିବା ଜଣାପଡିଛି। ଅନ୍ୟପଟେ ଉଖୁଣ୍ଡା ସେକ୍ସନର କାଟୁଳିକନା ଗାଁ ରେ ଦୀର୍ଘଦିନ ଧରି ଆତକଂ ଜାରି ରଖିଥିବା ୧୭ ଟିକିଆ ହାତୀ ପଲ ଆଜି ସକାଳୁ ବୈତରଣୀ ନଦୀ ଡେଇଁ ମୟୁରଭଞ୍ଜ କୂ ଚାଲି ଯାଇଛନ୍ତି। ବନ ବିଭାଗର ଶତ ଚେଷ୍ଟା ସତ୍ୱେ ହାତୀ ପଲ ଚମ୍ପୁଆ ରେଞ୍ଜ ଛାଡୁନଥିବାରୁ ସାଧାରଣରେ ଅସନ୍ତୋଷ ଦେଖିବାକୁ ମିଳୁଛି।
.......................................
ହିନ୍ଦୁସ୍ଥାନ ସମାଚାର / Trinath Mahanta