ବିଧାୟକଙ୍କ ବର୍ଦ୍ଧିତ ଦରମା ପ୍ରସଙ୍ଗରେ ନବୀନଙ୍କ ଦୋମୁହାଁ ନୀତି: କଂଗ୍ରେସ ବିଧାୟକ ପବିତ୍ର ସାଉଁତା
ଭୁବନେଶ୍ୱର, 14 ଡିସେମ୍ବର (ହି.ସ.) ବିଧାୟକମାନଙ୍କ ଦରମା ବୃଦ୍ଧି ବିଲ୍‌କୁ ନେଇ ବିଜୁ ଜନତା ଦଳ (ବିଜେଡି) ଓ ବିରୋଧୀଦଳ ନେତା ନବୀନ ପଟ୍ଟନାୟକଙ୍କ ଭୂମିକାକୁ କଂଗ୍ରେସ ବିଧାୟକ ପବିତ୍ର ସାଉଁତା କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି, ବର୍ଦ୍ଧିତ ଦରମା ବିଲ୍‌କୁ ବିଜେଡି ସମର୍ଥନ କରିଥିବା ସତ୍ତ୍
ବିଧାୟକଙ୍କ ବର୍ଦ୍ଧିତ ଦରମା ପ୍ରସଙ୍ଗରେ ନବୀନଙ୍କ ଦୋମୁହାଁ ନୀତି: କଂଗ୍ରେସ ବିଧାୟକ ପବିତ୍ର ସାଉଁତା


ଭୁବନେଶ୍ୱର, 14 ଡିସେମ୍ବର (ହି.ସ.) ବିଧାୟକମାନଙ୍କ ଦରମା ବୃଦ୍ଧି ବିଲ୍‌କୁ ନେଇ ବିଜୁ ଜନତା ଦଳ (ବିଜେଡି) ଓ ବିରୋଧୀଦଳ ନେତା ନବୀନ ପଟ୍ଟନାୟକଙ୍କ ଭୂମିକାକୁ କଂଗ୍ରେସ ବିଧାୟକ ପବିତ୍ର ସାଉଁତା କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି, ବର୍ଦ୍ଧିତ ଦରମା ବିଲ୍‌କୁ ବିଜେଡି ସମର୍ଥନ କରିଥିବା ସତ୍ତ୍ୱେ ନବୀନ ପଟ୍ଟନାୟକ ଦରମା ନେବେନି ବୋଲି ଘୋଷଣା କରିବା ଦଳର ଦୋମୁହାଁ ନୀତିକୁ ସ୍ପଷ୍ଟ କରୁଛି।

ପବିତ୍ର ସାଉଁତା କହିଛନ୍ତି, ବିଧାନସଭାରେ ବିଜେଡିର ସଦସ୍ୟମାନେ ଓ ବିରୋଧୀଦଳର ମୁଖ୍ୟ ସଚେତକ ବିଲ୍‌କୁ ସମର୍ଥନ କରିଥିଲେ। ଏପରି ପରିସ୍ଥିତିରେ ବିରୋଧୀଦଳ ନେତାଙ୍କ ଦ୍ୱାରା ଦରମା ନ ନେବା ଘୋଷଣା କେବଳ ରାଜନୈତିକ ଷ୍ଟଣ୍ଟ ବୋଲି ସେ ଅଭିଯୋଗ କରିଛନ୍ତି।

ନବୀନ ପଟ୍ଟନାୟକଙ୍କ ଆର୍ଥିକ ସ୍ଥିତି ଉପରେ ପ୍ରଶ୍ନ ଉଠାଇ ପବିତ୍ର କହିଛନ୍ତି, ବିରୋଧୀଦଳ ନେତାଙ୍କ ପାଖରେ ଅପର୍ଯ୍ୟାପ୍ତ ସମ୍ପତ୍ତି ନାହିଁ। ସେ ୨୪ ବର୍ଷ ଧରି ରାଜ୍ୟର ମୁଖ୍ୟମନ୍ତ୍ରୀ ଥିଲେ ଏବଂ ତାଙ୍କ ବାପା ମଧ୍ୟ ମୁଖ୍ୟମନ୍ତ୍ରୀ ଥିଲେ ବୋଲି ସେ ସ୍ମରଣ କରାଇଛନ୍ତି।

କଂଗ୍ରେସ ବିଧାୟକ କହିଛନ୍ତି, ବର୍ଦ୍ଧିତ ଦରମା ପୂର୍ବତନ ବିଧାୟକମାନଙ୍କ ପାଇଁ ଏକ ବରଦାନ ସଦୃଶ, କାରଣ ଅନେକଙ୍କ ପାଖରେ ଆର୍ଥିକ ସମ୍ପଦ ସୀମିତ। ଏହି ପ୍ରସଙ୍ଗରେ ସେ କହିଛନ୍ତି, ବିଜେଡି ନେତାମାନେ ନିଜେ କହୁଛନ୍ତି ଯେ ଦରମା ବୃଦ୍ଧି ଠିକ୍, କାରଣ ଅନେକଙ୍କ ପାଖରେ ପଇସା ନାହିଁ।

ପବିତ୍ର ସାଉଁତା ଆହୁରି କହିଛନ୍ତି, ନବୀନ ପଟ୍ଟନାୟକ ଦଳ ଭିତରେ ପ୍ରଥମେ ଆଲୋଚନା କରି ସ୍ପଷ୍ଟ ମତ ନେଇ ସାମ୍ନାକୁ ଆସିବା ଉଚିତ। ଦୋମୁହାଁ ନୀତି ଛାଡ଼ି ସରକାରଙ୍କ ନିଷ୍ପତ୍ତିକୁ ସ୍ୱାଗତ କଲେ ଭଲ ହେବ ବୋଲି ସେ କହିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande