ଦେଓବାହାଲ ଗ୍ରାମରେ ଜୋନ ସ୍ତରୀୟ ୟୁନିଟ କ୍ରିକେଟ କପ ଉଦଘାଟିତ
ନୂଆପଡ଼ା, ୧୪ ଡ଼ିସେମ୍ବର (ହି.ସ.)- ନୂଆପଡ଼ା ଜିଲ୍ଲା ପରିଷଦ ଜୋନ ନଂ ୪ ରେ ଥିବା ୯ ଗୋଟି ପଞ୍ଚାୟତର ୩୨ଟି ଦଳକୁ ନେଇ ଏକ ଭବ୍ୟ କ୍ରିକେଟ ଟୁର୍ନାମେଣ୍ଟ ଖଡ଼ିଆଳ ପଞ୍ଚାୟତ ସମିତି ଉପାଧ୍ୟକ୍ଷ ଗୌତମ ତାଣ୍ଡିଙ୍କ ତତ୍ତ୍ଵାବଧାନରେ ଆଜି ଦେଓବାହାଲ ଗ୍ରାମର ଖେଳ ପଡିଆ ଠାରେ ଉଦଘାଟିତ ହୋଇଯାଇଛି । ଏହି ଉଦ
Cricket tournament


ନୂଆପଡ଼ା, ୧୪ ଡ଼ିସେମ୍ବର (ହି.ସ.)- ନୂଆପଡ଼ା ଜିଲ୍ଲା ପରିଷଦ ଜୋନ ନଂ ୪ ରେ ଥିବା ୯ ଗୋଟି ପଞ୍ଚାୟତର ୩୨ଟି ଦଳକୁ ନେଇ ଏକ ଭବ୍ୟ କ୍ରିକେଟ ଟୁର୍ନାମେଣ୍ଟ ଖଡ଼ିଆଳ ପଞ୍ଚାୟତ ସମିତି ଉପାଧ୍ୟକ୍ଷ ଗୌତମ ତାଣ୍ଡିଙ୍କ ତତ୍ତ୍ଵାବଧାନରେ ଆଜି ଦେଓବାହାଲ ଗ୍ରାମର ଖେଳ ପଡିଆ ଠାରେ ଉଦଘାଟିତ ହୋଇଯାଇଛି । ଏହି ଉଦଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବରେ ଜୋନ ନଂ ୪ ର ଜିଲ୍ଲା ପରିଷଦ ସଭ୍ୟ ଚିତ୍ତରଞ୍ଜନ ବେହେରା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ସ୍ଥାନୀୟ ସରପଞ୍ଚ ଆଲ୍ଲାଦିନୀ ବେହେରା, ରମେଶ ଠାକୁର, ଉମେଶ କ୍ଷେତ୍ରୀ, ପୂର୍ବତନ ସାନମହେଶ୍ୱର ସରପଞ୍ଚ ଶ୍ୟାମସୁନ୍ଦର କୁଲଦୀପ, ଦଶମୁ ବେହେରା ଏବଂ ଜୋନ ନଂ ୪ ର ସମସ୍ତ ସରପଞ୍ଚ ଏବଂ ସମିତିସଭ୍ୟ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ। ସ୍ଥାନୀୟ ତଥା ଗ୍ରାମୀଣ ସ୍ତରର କ୍ରିକେଟ ଖେଳ ଓ ଖେଳାଳି ମାନେ ନିଜ ଭିତରେ ଥିବା ଲୁକ୍କାୟତ ପ୍ରତିଭାକୁ ପରିପ୍ରକାଶ କରି ଭବିଷ୍ୟତରେ ଗ୍ରାମୀଣ ସ୍ତରରୁ ରାଜ୍ୟ ଓ ଜାତୀୟ ସ୍ତରରେ ନିଜର ଖେଳକୁ ଉନ୍ନୀତ ହେବା ଏହାର ମୂଳ ଉଦ୍ଦେଶ୍ୟ ଅଟେ।

ଉକ୍ତ ଉଦଘାଟନୀ ମ୍ୟାଚ ସାନମହେଶ୍ୱର ଏବଂ ଚଳାନପଡା ଦଳ ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା। ୧୬ ରନରେ ଚଳାନପଡା ଦଳ ବିଜୟୀ ହୋଇଥିଲା।

ହିନ୍ଦୁସ୍ଥାନ ସମାଚାର / ହେମନ୍ତ


 rajesh pande