ଗୋଖିବାବାଙ୍କ ମକର ସଂକ୍ରାନ୍ତି ନିମନ୍ତେ ପର୍ବ ନେଇ ପ୍ରସ୍ତୁତି ବୈଠକ
ଖୋର୍ଦ୍ଧା, 14 ଡିସେମ୍ବର (ହି.ସ.)ଗୋଖିବାବା ମେଳା କମିଟିର ସ୍ଥାୟୀ ସଭାପତି ଅର୍ଜୁନ ନାୟକଙ୍କ ସଭାପତିତ୍ବରେ ଗୋଖିବାବା ଆଶ୍ରମ ମଣ୍ଡପରେ ମକର ସଂକ୍ରାନ୍ତି ନିମନ୍ତେ ପ୍ରସ୍ତୁତ ବୈଠକ ହୋଇଅଛି। ପ୍ରତି ବର୍ଷ ଭଳି ଚଳିତ ବର୍ଷ ମକର ମେଳା ଦଶ ଦିନ ଧରି ପାଳନ କରାଯିବ। ଶତାଧିକ ଭକ୍ତ ସମାଗମକୁ ଆଖି ଆଗରେ ରଖ
ମକର


ଖୋର୍ଦ୍ଧା, 14 ଡିସେମ୍ବର (ହି.ସ.)ଗୋଖିବାବା ମେଳା କମିଟିର ସ୍ଥାୟୀ ସଭାପତି ଅର୍ଜୁନ ନାୟକଙ୍କ ସଭାପତିତ୍ବରେ ଗୋଖିବାବା ଆଶ୍ରମ ମଣ୍ଡପରେ ମକର ସଂକ୍ରାନ୍ତି ନିମନ୍ତେ ପ୍ରସ୍ତୁତ ବୈଠକ ହୋଇଅଛି। ପ୍ରତି ବର୍ଷ ଭଳି ଚଳିତ ବର୍ଷ ମକର ମେଳା ଦଶ ଦିନ ଧରି ପାଳନ କରାଯିବ। ଶତାଧିକ ଭକ୍ତ ସମାଗମକୁ ଆଖି ଆଗରେ ରଖି ସୁନ୍ଦରପଦା ଗ୍ରାମ ବାସୀ ଆବାଳ ବୃଦ୍ଧ ବନିତା ଏହାକୁ ସରସ ସୁନ୍ଦର କରିବା ନିମନ୍ତେ ଅଣ୍ଟା ଭିଡିଛନ୍ତି।ଏକ ମନ ଏକ ଧ୍ୟାନରେ ଗୋଖିବାବାଙ୍କ ମକର ସଂକ୍ରାନ୍ତି ପାଇଁ ତା ୧୩.୦୧.୨୦୨୬ ଭାଗବତ ପଠନ, ପାଣି ତୋଳା ସହିତ ଭଜନ ସମାରୋହ ଅନୁଷ୍ଠିତ ହେବ। ତା ୧୪.୦୧.୨୦୧୬ରିଖ ଭୋର ୪.୩୦ ସମୟରେ ଗୋଖିବାବାଙ୍କ ଗାଦି ପୂଜା, ଯଜ୍ଞ, ଭାଗବତ ପାଠ ଦେବୀ ପ୍ରସାଦ ନନ୍ଦଙ୍କ ପ୍ରସ୍ତାବିତ *ଗୋଖିବାବାଙ୍କ ଖେଚୁଡି* ନୂତନ ଭାବରେ ସ୍ଥାନ ପାଇଛି । ମକର ଦିନ ସବୁ ଭକ୍ତଙ୍କୁ ଏହା ପ୍ରଦାନ କରାଯିବ ଓ ସନ୍ଧ୍ୟା ୫ ଘଟିକା ଠାରୁ ୬ ହଜାର ଭକ୍ତଙ୍କୁ ପ୍ରସାଦ ସେବନ ବ୍ୟବସ୍ଥା ହୋଇଛି।୨୦୦ ଗ୍ରାମ ଯୁବକ ଏହାକୁ ପରିବେଷଣ କରିବେ। ଦିନ ୬ ଘଟିକାରେ ନାମ ସଙ୍କୀର୍ତ୍ତନ।୧୫.୦୧.୨୦୨୬ ରେ ବାଲ୍ୟ ଲୀଳା, ନଗର କୀର୍ତ୍ତନ, ଗ୍ରାମବାସୀଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ *କିଏ କାନ୍ଦେ ନାହିଁ ହାତ ଟେକ*,୧୬.୦୧.୨୦୨୬ ରେ *କଟି କଟି ଡବଲ କଟି* ଓ ଗୋଖି ଚୁଆରୁ କଳସ ଯାତ୍ରା ତଥା ୨୩.୦୧.୨୦୨୬ ଯାଏଁ ଶ୍ରୀମଦ୍ ଭାଗବତ ପ୍ରବଚନ ଅନୁଷ୍ଠିତ ହେବ।ପ୍ରବଚକ ବ୍ରହ୍ମାନନ୍ଦ ସରସ୍ଵତୀ , ନିର୍ମାଣ ଭଗବତ ଦାସ, ବିପିନ ବିହାରୀ ସାମଲ, ବାବାଜୀ ସତ୍ୟାନନ୍ଦ ଦାଶ ମହାରାଜା, ମହନ୍ତ ରାମକୃଷ୍ଣ ଦାସ ମହାରାଜା, ଗୁରୁ ଗୈ।ରାଙ୍ଗ ଦାସ ମହାରାଜା, ଡକ୍ଟର ହରିହର ଦାସ, ସୁନ୍ଦରପଦାର ବାବାଜୀ ପ୍ରଫୁଲ୍ଲ କୁମାର ପ୍ରଭୃତି ଏଥିରେ ଯୋଗ ଦେଉଛନ୍ତି।

ସୁନ୍ଦରପଦା ଗ୍ରାମର ଏକାମ୍ର ବିଧାୟକ ବାବୁ ସିଂ ସହିତ କର୍ପୋରେଟର ମଧୁସ୍ମିତା ପ୍ରଧାନ, ଗୋଖିବାବା କ୍ଲବ ସମ୍ପାଦକ ବିଶ୍ଵଜିତ ମଙ୍ଗରାଜ , କୃଷ୍ଣ ଚନ୍ଦ୍ର ପାତ୍ର, ଦେବୀ ପ୍ରସାଦ ନନ୍ଦ (ମଣ୍ଟୁ), ବିଷ୍ଣୁ ପ୍ରସାଦ ନନ୍ଦ, ଜିତେନ୍ଦ୍ର କୁମାର ନନ୍ଦ, ତପନ ରାଉତରାୟ, ଗୈ।ରୀ ପ୍ରସାଦ ନନ୍ଦ, ଦୀପକ ନନ୍ଦ (ଦୀପୁ), ଶରତ ସ୍ବାଇଁ, ମହେନ୍ଦ୍ର କୁମାର ନନ୍ଦ, ସମାଜ ସେବକ ନୀଳମଣି ମିଶ୍ର, ବାଉରୀବନ୍ଧୁ ବନ୍ଧୁ ସାହୁ। ପ୍ରଶାନ୍ତ କୁମାର ପ୍ରଧାନ, ବିଜି ସାହୁ, ବିଷ୍ଣୁ ରାଉତ, ପରେଶ କୁମାର ମିଶ୍ର, କେଳୁ ଚରଣ ପ୍ରଧାନ,ଅଜିତ କୁମାର ନନ୍ଦ, ନୃସିଂହ ଚରଣ ରଥ ,ଚଇନ ପ୍ରଧାନ ଓ ଅନେକ ଯୋଗ ଦେଇଥିଲେ। ପରିଶେଷରେ ବିଶିଷ୍ଟ ସମାଜ ସେବକ ନୀଳମଣି ମିଶ୍ର ଧନ୍ୟବାଦ ପ୍ରଦାନ କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ରାକେଶ


 rajesh pande