
ନୂଆପଡ଼ା, ୧୪ ଡ଼ିସେମ୍ବର (ହି.ସ.)- ନୂଆପଡ଼ା ଜିଲ୍ଲା ଖଡିଆଳ ସ୍ଥିତ ଖଡିଆଳ କ୍ଲବ ପରିସରରେ ଡାକ୍ତର ଗୋବିନ୍ଦ ଫାଉଣ୍ଡେସନ କଣ୍ଟାବାଞ୍ଜି ତରଫରୁ ଏକ ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଡାକ୍ତର ଗୋବିନ୍ଦ ଅଗ୍ରୱାଲ ଯୋଗଦାନ କରି ୧୧୭ ଜଣ ରୋଗୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ। ମୁଖ୍ୟ ଅତିଥି ଭାବେ ଖଡିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ ଓ ସମ୍ମାନିତ ଅତିଥି ଭାବେ ଖଡିଆଳ ଏନଏସି ଅଧକ୍ଷ ଉଜ୍ଜଳ ଗୁପ୍ତା ଯୋଗଦାନ କରି ସ୍ଵାସ୍ଥ୍ୟ ହିଁ ସମ୍ପଦ ଏଣୁ ସମସ୍ତେ ସ୍ବାସ୍ଥ୍ୟ ପରୀକ୍ଷା କରିବା ଜରୁରୀ ବୋଲି ମତବ୍ୟକ୍ତ କରିଥିଲେ।
କାର୍ଯ୍ୟକ୍ରମରେ ଖଡିଆଳ କ୍ଳବର ସଭାପତି ସୁଧୀର କୁମାର ପଟ୍ଟନାୟକ, ସମ୍ପାଦକ ଅମ୍ବିକା ପ୍ରସାଦ ତ୍ରିବେଦୀ, କୋଷାଧ୍ୟକ୍ଷ ଜୟଦେବ ପାଢ଼ୀ, ଉପଦ୍ଦେଷ୍ଟା ମେଜର ଡ. ରାମଚନ୍ଦ୍ର ମିଶ୍ର, ଆଇନଜିବୀ ମନିଶ ପଣ୍ଡା, ସଦସ୍ୟ ମୁକେଶ ପଟ୍ଟନାୟକ, ଦୁର୍ଜନ ନାଗ, ପ୍ରଦୀପ ତ୍ରୀବେଦୀ, ସୁମେଶ ପଟ୍ଟନାୟକ, ଅଚ୍ୟୁତାନନ୍ଦ ବହିଦାର, ସୁରେଶ ପାଢ଼ୀ, ଉଦେନାଥ ସାହୁ, ସବ୍ୟସାଚୀ ପାଢ଼ୀ, ସଞ୍ଜୁ ନାଏକ, ସନ୍ତୋଷ କୁମାର ପଟ୍ଟନାୟକ, ରଶ୍ମି ରଂଜନ ଚଲାନ, କୌସିକ ସରାଫ, ରୋହିତ କୁମାର ତ୍ରୀବେଦୀ, ପ୍ରଶାନ୍ତ କୁମାର ସାହୁ, ଯୁଗୁନୁ ସୋନି, ଆନନ୍ଦ ହଟୱାର, ସତପାଲ୍ ସିଂ ଛବଡା, ଶିବ ସିଂଘଲ, ପିଣ୍ଟୁ ସିଂଘଲ ସମେତ ସମସ୍ତ ସଦସ୍ୟ ସହଯୋଗ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ହେମନ୍ତ