
ସମ୍ବଲପୁର, ୧୪, ଡିସେମ୍ବର (ହି.ସ.) ଭାରତର ଅନ୍ୟତମ ଅଗ୍ରଣୀ ମ୍ୟାନେଜମେଂଟ୍ ପ୍ରିତିଷ୍ଠାନ ଆଇଆଇଏମ୍ ସମ୍ବଲପୁର ପକ୍ଷରୁ ପ୍ରଡକ୍ସନ୍ ଆଣ୍ଡ୍ ଅପରେସନ୍ସ ମ୍ୟାନେଜମେଂଟ୍ ସୋସାଇଟି (ପିଓଏମ୍ଏସ୍) ଭାରତ ଅନ୍ତର୍ଜାତୀୟ ସମ୍ମିଳନୀ ଆୟୋଜନ କରାଯାଇଛି। ପିଓଏମ୍ଏସ୍ ଇଣ୍ଡିଆ ଚାପ୍ଟର ସହଯୋଗିତାରେ ଆୟୋଜନ କରାଯାଇଥିବା ଏହି ସମ୍ମିଳନୀରେ ବିଶ୍ୱର ଅଗ୍ରଣୀ ପ୍ରତିଭା, ଶିଳ୍ପ ଲିଡର୍ ଓ ଶିକ୍ଷାବିତ୍ମାନେ ଅଂଶଗ୍ରହଣ କରିଥିଲେ।
ପିଓଏମ୍ଏସ୍ ହେଉଛି ଏକ ଅନ୍ତର୍ଜାତୀୟ ପେସାଦାର ସଂସ୍ଥା ଯେଉଁଥିରେ ସାରା ବିଶ୍ୱର ଅପରେସନ୍ସ (ପରିଚାଳନା) ଓ ଯୋଗାଣ ଶୃଙ୍ଖଳ ପରିଚାଳନା ପେସାଦାରମାନେ ରହିଛନ୍ତି। ଭୂରାଜନୈତିକ ସଙ୍କଟ, ମହାମାରୀ ଓ ପ୍ରଯୁକ୍ତିରେ ଦ୍ରୁତ ପରିବର୍ତନ କିଭଳି ଯୋଗାଣ ଶୃଙ୍ଖଳକୁ ନୂଆ ଆକାର ପ୍ରଦାନ କରି ତାହାକୁ ସ୍ଥାୟୀ, ଡିଜିଟାଲ ସମନ୍ୱିତ ଓ ସ୍ଥିର କରୁଛି ତାହା ଉପରେ ଆଲୋକପାତ କରାଯାଇଥିଲା।କାର?୍ୟ୍ୟକ୍ରମର ଉଦ୍ଘାଟନୀ ସମାରୋହରେ ଆଇଆଇଏମ୍ ସମ୍ବଲପୁରର ନିର୍ଦ୍ଦେଶକ ପ୍ରଫେସର ମହାଦେବ ଜୟସ୍ୱାଲ, ମୁଖ୍ୟ ଅତିଥି ଶଶି ଶେଖର ମହାନ୍ତି, ନ୍ୟାସନାଲ ଏଜୁକେସନ ଟେକ୍ନୋଲୋଜି ଫୋରମ (ଏନଇଏଫଟି)ର ଅଧ୍ୟକ୍ଷ ଡକ୍ଟର ଅନିଲ ସହସ୍ରବୁଦ୍ଧେ, ପିଓଏମଏସର ସଭାପତି ପ୍ରଫେସର ଶୋଭା କୁମାର, ପିଓଏମଏସ ଭାରତ ଚାପ୍ଟରର ସଭାପତି ପ୍ରଫେସର ସଂଜୀବ ଏ ଜର୍ଜ, ଇଣ୍ଡିଆନ ସ୍କୁଲ ଅଫ ବିଜନେସ୍ର (ଆଇବିଏସ୍)ର କାର୍ଯ୍ୟନିର୍ବାହୀ ନିର୍ଦେଶକ ଓ ପ୍ରାକ୍ଟିସ ପ୍ରଫେସର ପ୍ରଫେସର ଚନ୍ଦନ ଚୌଧୁରୀ, ପିଓଏମଏସର ସହକାରୀ କାର୍ଯ୍ୟନିର୍ବାହୀ ନିର୍ଦେଶକ ପ୍ରଫେସର ନାଗେଶ ମୂର୍ତି, ସମ୍ମିଳନୀର ଅଧ୍ୟକ୍ଷ ପ୍ରଫେସର କୌସ୍ତୁଭ ଚକ୍ରବର୍ତୀ ଓ ସମ୍ମିଳନୀର ସହ ଅଧ୍ୟକ୍ଷ ଆଇଆଇଏମ ସମ୍ବଲପୁରର ପ୍ରଫେସର ସନ୍ଦୀପ ମୁଖୋପାଧ୍ୟାୟ ଉପସ୍ଥିତ ଥିଲେ। ସମ୍ମିଳନୀରେ ମିଚିଗାନ ବିଶ୍ୱବିଦ୍ୟାଳୟ, ସେଲର କଲେଜ ଅଫ ବିଜନେସ, ପାମ୍ପଲିନ କଲେଜ ଅଫ ବିଜନେସ, ଫକ୍ସ ସ୍କୁଲ ଅଫ ବିଜନେସ, ଆଇଆଇଟି ବମ୍ବେ, ଆଇଆଇଏମ ଅହମଦାବାଦ, ଆଇଆଇଏମ କୋଜିକୋଡ ଓ ଇଣ୍ଡିଆନ ସ୍କୁଲ ଅଫ ବିଜନେସରୁ ବିଶିଷ୍ଟ ବକ୍ତାମାନେ ଯୋଗ ଦେଇଥିଲେ। ଏଥି ସହିତ ମିଟ୍ ୱାର୍ଲ ପିଜ୍ ୟୁନିଭର୍ସିଟି, ରୟାଲ ହୋଲୋୱେ ୟୁନିଭର୍ସିଟି ଅଫ ଲଣ୍ଡନ, ଶଶକାଚେୱାନ ୟୁନିଭର୍ସିଟି, ୟୁନିଭର୍ସିଟି ଅଫ ଲିଭରପୁଲ, ଆଇଆଇଟି ବମ୍ବେ, ଆଇଆଇଟି ଦିଲ୍ଲୀ, ଆଇଆଇଟି ମାଡ୍ରାସ, ଆଇଆଇଟି କାନପୁର, ଆଇଆଇଟି ଖଡ଼ଗପୁର, ଆଇଆଇଟି ଧାନବାଦ, ଆଇଆଇଏମ ବାଙ୍ଗାଲୋର, ଆଇଆଇଏମ ଅହମଦାବାଦ, ଆଇଆଇଏମ କୋଲକାତା, ଆଇଆଇଏମ ଲକ୍ଷ୍ନୌ, ଆଇଆଇଏମ କୋଜିକୋଡ, ଆଇଆଇଏମ ସମ୍ବଲପୁର, ଆଇଆଇଏମ ରାଂଚି, ଆଇଆଇଏମ ବିଶାଖାପାଟଣା, ଆଇଆଇଏମ ଉଦୟପୁର, ଏନଆଇଟି ପାଟନାର ୫୦୦ରୁ ଅଧିକ ଛାତ୍ରଛାତ୍ରୀ, ଗବେଷକ, ଶିକ୍ଷାବିତ୍ ଓ ଶିଳ୍ପ ଲିଡର ଅଂଶଗ୍ରହଣ କରିଥିଲେ।
ଆଇଆଇଏମ ସମ୍ବଲପୁରର ନିର୍ଦେଶକ ପ୍ରଫେସର ମହାଦେବ ଜୟସ୍ୱାଲ କହିଛନ୍ତି ଯେ, “ବିଶ୍ୱରେ ବିଭ୍ରାଟ ନିଶ୍ଚିତ, ତାହା କେବଳ ବ୍ୟବସାୟ ନୁହେଁ, ଭବିଷ୍ୟତର ଲିଡରଙ୍କୁ ପ୍ରଶିକ୍ଷଣ ଦେଉଥିବା ଅନୁଷ୍ଠାନକୁ ମଧ୍ୟ ପ୍ରଭାବିତ କରିଥାଏ। ଡିଜିଟାଇଜେସନ, ଡିକାର୍ବନାଇଜେସନ ଓ ଡେମୋକ୍ରାଟିଜେସନ ପରିଚାଳନାକୁ ବଦଳାଉଛି ଏବଂ ଭବିଷ୍ୟତର ପ୍ରବନ୍ଧକମାନେ ନୂଆ ପ୍ରଯୁକ୍ତିକୁ ଶିଖିବା, ସ୍ଥାୟିତ୍ୱ ଏବଂ ଅନ୍ତର୍ଭୁକ୍ତୀକରଣ ବ୍ୟବସାୟ ରଣନୀତିକୁ ଗ୍ରହଣ କରିବା ଜରୁରୀ। ଗ୍ଲୋବାଲ କାପାବିଲିଟି ସେଂଟରର ହବ୍ ଭାବେ ଭାରତ ଉଭା ହେଉଛି, ବିଶ୍ୱର ୫୩% ଜିସିସି ଭାରତରେ ରହିଛି ଯାହା ଏହାକୁ ସେବା ପାଇଁ ବିଶ୍ୱ ଡିଜିଟାଲ ଯୋଗାଣ ଶୃଙ୍ଖଳର ଗୁରୁତ୍ୱପୂର୍ଣ୍ଣ ଅଂଶରେ ପରିଣତ କରିଛି। ମୁଖ୍ୟ ଅତିଥି ଶଶି ଶେଖର ମହାନ୍ତି ଆଜିର ହାଇପର କନେକ୍ଟେଡ ଯୋଗାଣ ଶୃଙ୍ଖଳର ଭଙ୍ଗୁରତା ଉପରେ ଆଲୋକପାତ କରିଥିଲେ। ଆଜିର ଯୋଗାଣ ଶୃଙ୍ଖଳ ପରସ୍ପର ସହ ଗଭୀର ଭାବେ ଜଡ଼ିତ ଏବଂ ଏଭଳିକି ଲଜିଷ୍ଟିକ୍ସ କିମ୍ବା ଉପକରଣରେ ଛୋଟିଆ ବିଭ୍ରାଟ ପରିଚାଳନାକୁ ପ୍ରଭାବିତ କରିପାରେ। ଏହି ଜଟିଳ ଓ ଦ୍ରୁତ ଗତିରେ ବଦଳୁଥିବା ଦୁନିଆର ପ୍ରବନ୍ଧକମାନେ ପରିଚାଳନା, ଶକ୍ତି, ଯୋଗାଣ ଶୃଙ୍ଖଳ ଓ ଡିଜିଟାଲ ବ୍ୟବସ୍ଥାକୁ ନିଶ୍ଚିତ ବୁଝିବା ଦରକାର।
ନ୍ୟାସନାଲ ଏଜୁକେସନ ଟେକ୍ନୋଲୋଜି ଫୋରମ (ଏନଇଏଫଟି)ର ଅଧ୍ୟକ୍ଷ ଡକ୍ଟର ଅନିଲ ସହସ୍ରବୁଦ୍ଧେ କହିଛନ୍ତି ଯେ, “ଭାରତର ଭିତିଭୂମି ଓ ଡିଜିଟାଲ ଅଭିଯାନ ଯୋଗାଣ ଶୃଙ୍ଖଳକୁ ସୁଦୃଢ଼ କରୁଛି ଯାହା କୋଭିଡ ସମୟରେ ଶିକ୍ଷା ଜାରି ରହିଥିଲା ଏବଂ ଡିଜିଟାଲ କାରବାର ଓ ପରିଚାଳନା ନବସୃଜନକରେ ଦେଶକୁ ଅଗ୍ରଣୀ ଭାବେ ଉପସ୍ଥାପିତ କରିଥିଲା।
ପିଓଏମଏସ ଇଣ୍ଡିଆ ଚାପ୍ଟରର ସଭାପତି ପ୍ରଫେସର ସଂଜୀବ ଏ ଜର୍ଜ କହିଛନ୍ତି ଯେ, “ଭୂରାଜନୈତିକ, ଜଳବାୟୁ ପରବର୍ତନ ଓ ଦ୍ରୁତ ଗତିରେ ବଦଳଥିବା ପ୍ରଯୁକ୍ତି ବିଶ୍ୱ ଯୋଗାଣ ଶୃଙ୍ଖଳରେ ପରିବର୍ତନ ଆଣିଛି। ଆମର ଗୁରୁତ୍ୱ ବ୍ୟୟ ଓ ଦକ୍ଷତାଠାରୁ ଆଗକୁ ବଢ଼ି ନେଟ-ପିଜିଟିଭି, ସ୍ଥାୟୀ ଏବଂ ସ୍ଥିର ଭବିଷ୍ୟତ ଉପରେ ରହିବା ଦରକାର ଯାହା ସାମାଜିକ, ଅର୍ଥନୈତିକ ଓ ପରିବେଶ ଦୃଷ୍ଟିକୋଣକୁ ସମନ୍ୱିତ କରୁଛି।
ହିନ୍ଦୁସ୍ଥାନ ସମାଚାର / ଶୈଳେଶ