
ଜୟପୁର,୧୪ ଡିସେମ୍ବର (ହି.ସ.) - ଜଗନ୍ନାଥ ସାଗର କୁଳରେ ହେଉଥିବା ପ୍ରେଟ୍ରୋଲ ପମ୍ପ ବନ୍ଦ କରିବା, ଜଗନ୍ନାଥ ସାଗର ବଂଚାଇବା ଭଳି ଅନେକ ପ୍ଲାଗ କାର୍ଡ ଧରି ଶାନ୍ତି ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି। ରାହାଗିରି ପ୍ରବେଶ ଦ୍ୱାର ଅର୍ଥାତ ସୌରାସାହି ନିକଟରେ ପୋଲିସ ଏହି ଶୋଭାଯାତ୍ରାକୁ ଅଟକାଇବାକୁ ଚେଷ୍ଟା କରିଥିଲେ ମଧ୍ୟ କମିଟି କର୍ମକର୍ତା ଅଟକି ନଥିଲେ।
ଗୋଟିଏ ପଟେ ସହରବାସୀଙ୍କ ମନୋରଞ୍ଜନ କରୁଥିବା ବେଳେ ରାହାଗିରିରେ ଲୋକେ ମସଗୁଲ ହୋଇ ରହିଥିବା ବେଳେ ହଠାତ ଜଗନ୍ନାଥ ସାଗର ବଂଚାଅ ନେଇ କିଛି କର୍ମକର୍ତା ପ୍ଲାଗକାର୍ଡ ଧରି ସହର ପରିକ୍ରମା କରିଥିଲେ। ବିଭିନ୍ନ ଷ୍ଟଲରେ ଲୋକଙ୍କୁ ସଚେତନତାରେ ବାର୍ତା ଦିଆଯାଉଥିବା ବେଳେ ଜଗନ୍ନାଥ ସାଗର ବଂଚାଅ କମିଟିର ଶୋଭାଯାତ୍ରା କରାଯାଇଥିଲା। ଏହି ଶୋଭାଯାତ୍ରାରେ କୃଷ୍ଣ କେଶବ ଷଡଙ୍ଗୀ, ସାଧୁ ଚରଣ ଦାସଚୌଧୁରୀ, ସୁବ୍ରତ ପଣ୍ଡା, ବିଶ୍ୱନାଥ ନନ୍ଦ, ବାରିଗେଡା ଚନ୍ଦ୍ରଶେଖର, ରାଜ କିଶୋର ଦାସଙ୍କ ପ୍ରମୁଖ ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର / ପିକେପି