
କେନ୍ଦ୍ରାପଡା, ୧୪ ଡିସେମ୍ବର (ହି.ସ.)- ଜଗନ୍ନାଥ ଧର୍ମ ର ପ୍ରଚାର ଓ ପ୍ରସାର ପାଇଁ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ର ପ୍ରୟାସ ସଦା ସର୍ବଦା ଜାରି ରହିଛି l ଆନ୍ଧ୍ର ପ୍ରଦେଶ ଓ ଓଡିଶା ର ସୀମାନ୍ତ ଅଞ୍ଚଳ କୋରାପୁଟ ଜିଲ୍ଲା ଅଟେ l କୋଟିଆ ଅଞ୍ଚଳଟି ଆମ ପ୍ରାକୃତିକ ସହର କୋରାପୁଟ ଜିଲ୍ଲାରେ ଅବସ୍ଥିତ କିନ୍ତୁ ଏହି ଜିଲ୍ଲା ଉପରେ ଆନ୍ଧ୍ର ପ୍ରଦେଶର ନଜର ରହିଛି l ସେଥିପାଇଁ ସେ ବହୁତ ପ୍ରକାର ବିଶୃଙ୍ଖଳା କରୁଛି l କୋଟିଆ ଜଗନ୍ନାଥ ମନ୍ଦିରକୁ ଗଜପତି ମହାରାଜ ଯାଇ ପ୍ରତିଷ୍ଠା କରିଥିଲେ ୨୦୦୨ ମସିହାରେ l ଏହି ସମୟରେ କୋଟିଆ ଗ୍ରାମର ସମସ୍ତ ଅଧିବାସୀ ହିନ୍ଦୁ ଥିଲେ, ଏବେ ୨୦୨୫ ମସିହାରେ ଗୋଟିଏ ପରିବାରକୁ ଛାଡି ସମସ୍ତେ ଅନ୍ୟ ଧର୍ମ ଗ୍ରହଣ କରିଛନ୍ତି l ଯେଉଁ ପରିବାରଟି ଅଛି ସେ ହେଉଛନ୍ତି ଜଗନ୍ନାଥଙ୍କ ସେବକ ଓ ବିଶ୍ୱବସୁଙ୍କ ବଂଶଧର ଅଟନ୍ତି l ଏବେ ସେ ପରିବାରର ମୁଖ୍ୟ ଗଙ୍ଗା ମା ମନ୍ଦିର ପୂଜାର୍ଚନା କରନ୍ତି l ତାଙ୍କର ବୟସ ସତୁରି ହେଲାଣି l ତାଙ୍କର ପୁତ୍ର ସନ୍ତାନ ନାହାଁନ୍ତି l ସାମାଜିକ ଗଣମାଧ୍ୟମରେ ଏହି ଘଟଣାର ପ୍ରଚାର ପରେ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ର କର୍ମକର୍ତ୍ତା ପହଂଚିଥିଲେ କୋରାପୁଟ ଜିଲ୍ଲାର ଅଗମ୍ୟ ଅଞ୍ଚଳ କୋଟିଆରେ l ଏକ ଆଲୋଚନାଚକ୍ର ହୋଇଥିଲା। ସେଥିରେ ମନ୍ଦିରର ମୁଖ୍ୟ ଗଙ୍ଗା ମା, ପୂଜକ ମାଗୁରୁ ତାଡି, ଅନ୍ୟ ସହଯୋଗୀ ହରିଶ କୁମାର, ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ର ସଭାପତି ଦମନ ମହାନ୍ତି, କଟକ ଜିଲ୍ଲା ପ୍ରତିନିଧି ମକର ବେହେରା, ଅଭୟ ବେହେରା, ଦିଲ୍ଲୀପ କୁମାର ନାଥ, ଦେବେନ୍ଦ୍ର ନାୟକ, ତପନ ସେନାପତି ଓ ସାମାଜିକ ଗଣ ମାଧ୍ୟମ ପ୍ରତିନିଧି ଗୌରାଙ୍ଗ ନାୟକ ଉପସ୍ଥିତ ଥିଲେ l ଆସନ୍ତା ସମୟରେ କିପରି ମନ୍ଦିରର ସୁପରିଚାଳନା ହେବ ଏହି ବିଷୟରେ ସବିଶେଷ ଆଲୋଚନା ହୋଇଥିଲା l ଏହି ମନ୍ଦିରର ଆସନ୍ତା ମୁଖ୍ୟ ପୂଜକ କିଏ ରହିବେ, କିପରି ଏହି ମନ୍ଦିର ଟ୍ରଷ୍ଟ ରେ ପରିଣତ ହେବ ଏ ସମସ୍ତ ବିଷୟରେ ଆଲୋଚନା ହୋଇଥିଲା l ଏହି ଖବର ପାଇ ଜଗନ୍ନାଥ ଧର୍ମୀ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ କୁ ଶୁଭେଚ୍ଛା ଓ ଆଶିଷ ପ୍ରଦାନ କରିଛନ୍ତି l କେନ୍ଦ୍ରାପଡ଼ା ଜିଲ୍ଲାର ଏହି ସାମାଜିକ ଅନୁଷ୍ଠାନ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ସବୁବେଳେ ଏହିପରି କିଛି ନୂତନ କାର୍ଯ୍ୟକ୍ରମ କରି ସବୁବେଳେ ଚର୍ଚ୍ଚାରେ ରହି ଆସିଛି l
ହିନ୍ଦୁସ୍ଥାନ ସମାଚାର / ରବି