କାନ୍ତ ସାହିତ୍ୟ ପରିଷଦର ୬୦ ତମ ବାର୍ଷିକ ସମାରୋହ
ଭଦ୍ରକ, ୧୪ ଡିସେମ୍ବର (ହି.ସ.) - ସାହିତ୍ୟ ବଂଚିଲେ ସମାଜ ବଂଚିବ ,ସାହିତ୍ୟ କୁ ବଂଚାଇ ରଖିବାକୁ ହେଲେ ଆଜିର ଯୁବ ପ୍ରତିଭା ମାନେ ଆଗେଇ ଆସିବା ଦରକାର ବୋଲି ଧାମନଗର କାନ୍ତ ସାହିତ୍ୟ ପରିଷଦ ର ୬୦ ତମ ବାର୍ଷିକ ଉତ୍ସବ ରେ ଅତିଥି ମାନେ ମତବ୍ୟକ୍ତ କରିଛନ୍ତି। ଧାମନଗର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ
KANTA SAHITYA PARISHAD BARSIKA SAMAROHA


ଭଦ୍ରକ, ୧୪ ଡିସେମ୍ବର (ହି.ସ.) - ସାହିତ୍ୟ ବଂଚିଲେ ସମାଜ ବଂଚିବ ,ସାହିତ୍ୟ କୁ ବଂଚାଇ ରଖିବାକୁ ହେଲେ ଆଜିର ଯୁବ ପ୍ରତିଭା ମାନେ ଆଗେଇ ଆସିବା ଦରକାର ବୋଲି ଧାମନଗର କାନ୍ତ ସାହିତ୍ୟ ପରିଷଦ ର ୬୦ ତମ ବାର୍ଷିକ ଉତ୍ସବ ରେ ଅତିଥି ମାନେ ମତବ୍ୟକ୍ତ କରିଛନ୍ତି। ଧାମନଗର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ରବିବାର ଧାମନଗର ସ୍ଥିତ କାନ୍ତ ସାହିତ୍ୟ ପରିଷଦ ର ବାର୍ଷିକ ସାରସ୍ୱତ ସମାରୋହ ଓ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି।ପରିଷଦ ର ସଭାପତି ରସାନନ୍ଦ ମହାପାତ୍ର ଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ସ୍ତମ୍ବ କାର ହର ପ୍ରସାଦ ଦାଶ,ମୁଖ୍ୟବକ୍ତା ଡଃ ଆରତୀ କର ,ଅନ୍ୟତମ ବକ୍ତା ବିଜୟ କୁମାର ମହାପାତ୍ର,ସାମ୍ବାଦିକ ବାସୁଦେବ ତ୍ରିପାଠୀ, କବି ଦୟାନିଧି ମିଶ୍ର ପ୍ରମୁଖ ଯୋଗ ଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ। ଦେବାଶିଷ ସାମଲ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଅଭିମନ୍ୟୁ ମଲିକ ଅତିଥି ପରିଚୟ ପ୍ରଦାନ କରିଥିଲେ।ଏହି ଅବସର ରେ କବି ମାନଙ୍କ ଦ୍ୱାରା ସ୍ୱରଚିତ କବିତା ଆବୃତି କରିଥିଲେ। କିଶୋର ପାଣିଗ୍ରାହୀ ଓ ମମତା ସାହୁ ସଂଯୋଜନା କରିଥିଲେ । ପ୍ରାରମ୍ବ ରେ ରସାନନ୍ଦ ମହାପାତ୍ର ଙ୍କ ଦ୍ୱାରା ଲିଖିତ ପୁସ୍ତକ ଅତିଥି ଙ୍କ ଦ୍ୱାରା ଉନ୍ମୋଚନ କରା ଯାଇଥିଲା । କବି କୁଳମଣି ବେହେରା ଧନ୍ୟବାଦ୍ ଅର୍ପଣ ଧନ୍ୟବାଦ୍ ଅର୍ପଣ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande