ଏଥର ପୁସ୍ତକମେଳାର ନୂଆ ଆକର୍ଷଣ “ଯୁବ ସ୍ପନ୍ଦନ”
କେନ୍ଦ୍ରାପଡା, ୧୪ ଡିସେମ୍ବର (ହି.ସ.)- ଆସନ୍ତା ଜାନୁୟାରୀ ୬ ତାରିଖରୁ ୧୩ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ତେଇଶିତମ ରାଜ୍ୟସ୍ତରୀୟ କେନ୍ଦ୍ରାପଡ଼ା ପୁସ୍ତକମେଳାର ନୂତନ ଆକର୍ଷଣ “ଯୁବ ସ୍ପନ୍ଦନ” ହେବ ବୋଲି ଏହାର ଆୟୋଜକ କେନ୍ଦ୍ରାପଡ଼ା ଇଭେଣ୍ଟ ମ୍ୟାନେଜରସ୍ (କେମ୍‌) ପ୍ରକାଶ କରିଛି । ପୂର୍ବ
ଏଥର ପୁସ୍ତକମେଳାର ନୂଆ ଆକର୍ଷଣ “ଯୁବ ସ୍ପନ୍ଦନ”


କେନ୍ଦ୍ରାପଡା, ୧୪ ଡିସେମ୍ବର (ହି.ସ.)- ଆସନ୍ତା ଜାନୁୟାରୀ ୬ ତାରିଖରୁ ୧୩ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ତେଇଶିତମ ରାଜ୍ୟସ୍ତରୀୟ କେନ୍ଦ୍ରାପଡ଼ା ପୁସ୍ତକମେଳାର ନୂତନ ଆକର୍ଷଣ “ଯୁବ ସ୍ପନ୍ଦନ” ହେବ ବୋଲି ଏହାର ଆୟୋଜକ କେନ୍ଦ୍ରାପଡ଼ା ଇଭେଣ୍ଟ ମ୍ୟାନେଜରସ୍ (କେମ୍‌) ପ୍ରକାଶ କରିଛି । ପୂର୍ବ ବର୍ଷ ପରି ଚଳିତ ବର୍ଷ ମଧ୍ୟ ରାଜ୍ୟ ଏବଂ ରାଜ୍ୟ ବାହାରର ପୁସ୍ତକ ପ୍ରକାଶକ ଓ ବିକ୍ରେତାମାନଙ୍କୁ ଅଂଶଗ୍ରହଣ କରିବା ପାଇଁ ଆମନ୍ତ୍ରଣ କରାଯିବା ବୋଲି ସଭାପତି ଅକ୍ଷୟ ପାଣି, ମୁଖ୍ୟ ସଂଯୋଜକ ବଂଶୀଧର ମହାନ୍ତି ଓ ସମ୍ପାଦକ ମହମ୍ମଦ ଜାହିଦ୍ ଖାନ୍ ପ୍ରକାଶ କରିଛନ୍ତି । ବିଶେଷ କରି ଯୁବବର୍ଗଙ୍କ ପଠନ ରୁଚିକୁ ଗୁରୁତ୍ୱ ଦିଆଯିବା ସହ ପୁସ୍ତକମେଳା ପରିସରରେ ଜାନୁୟାରୀ ୭ ଓ ୮ ତାରିଖ ଦୁଇ ଦିବସ ବ୍ୟାପୀ ଜିଲ୍ଲାସ୍ତରୀୟ କଳା, ସାଂସ୍କୃତିକ ଓ ବୌଦ୍ଧିକ ଯୁବ ମହୋତ୍ସବ “ଯୁବ ସ୍ପନ୍ଦନ”ଅନୁଷ୍ଠିତ ହେବ । କେନ୍ଦ୍ରାପଡ଼ା ଜିଲ୍ଲାର ପ୍ରତ୍ୟେକ ଓ ଯୁବ ସାଂସ୍କୃତିକ ସଂଗଠନମାନଙ୍କୁ ଏଥିରେ ସାମିଲ ହେବାପାଇଁ ଅଗ୍ରାଧିକାର ଭତ୍ତିରେ ସୁଯୋଗ ଦିଆଯିବ । କ୍ଷୁଦ୍ର ନାଟକ, ଏକକକଳା ଅଭିନୟ, ବକ୍ତୃତା, ଦଳଗତ ଆଲୋଚନା, ସଙ୍ଗୀତ ଓ ନୃତ୍ୟ ପରି ବିବିଧ ବିଭାଗରେ ପ୍ରତିଯୋଗିତାମାନ ଅନୁଷ୍ଠିତ କରାଯାଇ ସଫଳ ଯୁବ ଛାତ୍ର ଛାତ୍ରୀଙ୍କୁ ଯୁବ ସ୍ପନ୍ଦନର ପ୍ରଶସ୍ତିପତ୍ର ପ୍ରଦାନ କରାଯିବ ବୋଲି ସଂଯୋଜିକା ଅମ୍ରିନ୍ ସାହାଦ ପ୍ରକାଶ କରିଛନ୍ତି । ପୁସ୍ତକମେଳାର ଏହି ପ୍ରଗତି ବୈଠକରେ ମୁଖ୍ୟ ଉପଦେଷ୍ଟା ବିରଜା ରାଉତରାୟ, ଉପସଭାପତି ପ୍ରତାପ ସ୍ୱାଇଁ, ସୌମ୍ୟ ରଞ୍ଜନ ପଟ୍ଟନାୟକ, ଶିବ ଚରଣ ସାମଲ, ଶୁଭଙ୍କର ନାୟକ, କ୍ଷୀରୋଦ କର, ଜ୍ୟୋତିରଞ୍ଜନ ନାୟକ, ସଞ୍ଜୟ ଜେନା, ଶେଷଦେବ ପ୍ରସାଦ ଦାସ ଓ ଲକ୍ଷ୍ମୀକାନ୍ତ ନାୟକ ପ୍ରମୁଖ ସଦସ୍ୟ ବୃନ୍ଦ ଉପସ୍ଥିତ ରହି ସେମାନଙ୍କର ସୁଚିନ୍ତିତ ମତ ପ୍ରଦାନ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande