
କେନ୍ଦୁଝର, ୧୪ ଡିସେମ୍ବର (ହି.ସ.)- କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକର ବରାହାଟିପୁରା ଗ୍ରାମର ବାସିନ୍ଦା, ବଳରାମ ପଣ୍ଡା (୮୪ )ଙ୍କ ଗତକାଲି ରାତିରେ ନିଜ ବାସଭବନ ରେ ଦେହାନ୍ତ ଘଟିଛି। ସ୍ଵର୍ଗତ ବଳରାମ ପଣ୍ଡା ନିଜ ଜନ୍ମ ମାଟିକୁ ଭଲପାଇ ଡାକ୍ତରୀ ସେବା, ଡାକ ବିଭାଗ ସେବା ସହ ସଫଳ କୃଷକ, ସାମାଜିକ ଓ ଧାର୍ମିକ ଅନୁଷ୍ଠାନରେ ନିଜକୁ ସମ୍ପୂର୍ଣ ନିୟୋଜିତ କରି ଘଟଗାଁ ଅଂଚଳରେ ଓ କେନ୍ଦୁଝର ଜିଲ୍ଲାରେ ପରିଚିତ ବ୍ୟକ୍ତି ଭାବେ ସାଧାରଣରେ ଗ୍ରହଣୀୟ ହୋଇଥିଲେ, ସେ କିଛିଦିନ ହେବ ବାର୍ଦ୍ଧକ୍ୟଜନିତ ଚିକିତ୍ସା ହୋଇ ଭୁବନେଶ୍ୱର ଏକ ଘରୋଇ ମେଡିକାଲରୁ ଆସି ନିଜ ବାସଭବନରେ ଥିବାବେଳେ ଗତକାଲି ସ୍ବର୍ଗବାସ ଘଟିଛି । ସେ ମିଷ୍ଟଭାସି, ସରଳ, ସଚୋଟ ବ୍ୟକ୍ତ ଥିଲେ। ମୃତ୍ୟୁ ଶଯ୍ୟା ନିକଟରେ ଦୁଇ ପୁତ୍ର
ଟୁନୁ ପଣ୍ଡା, ମୁନୁ ପଣ୍ଡା, ପୁତ୍ର ବଧୂ,ମିତା ପଣ୍ଡା ଓ ନିତା ପଣ୍ଡା, ନାତି ନାତୁଣୀ, ପରିବାର କୁଟୁମ୍ବରୁ ଶେଷ ସମୟରେ ଉପସ୍ଥିତ ରହିଥିଲେ । ମୃତ୍ୟୁ ଖବର ଶୁଣି, ବରାହାଟିପୁରା ଗ୍ରାମର ବହୁ ଲୋକ ତାଙ୍କ ବାସଭବନରେ ପହଂଚି ପାର୍ଥିବ ଶରୀରକୁ ଶେଷ ଦର୍ଶନ କରି ଶୋକ ସନ୍ତପ୍ତ ପରିବାରକୁ ସାନ୍ତ୍ୱନା ଦେଇଥିଲେ l ଘଟଣା ଶୁଣି ଗ୍ରାମରେ ଶୋକପ୍ରକାଶ ପାଇଥିବା ବେଳେ, ସରପଞ୍ଚ ଗୋବର୍ଧନ ନାଏକ, ଗ୍ରାମର ବିଦ୍ୟାଳୟର ଶିକ୍ଷକ, ବହୁବ୍ୟକ୍ତି ରୁଣ୍ଡ ହୋଇ ଥିଲେ l ଘଟଗାଁ ଜିଲ୍ଲା ପରିଷଦ ସଭ୍ୟ ସୁରେନ୍ଦ୍ର ଜେନା, ଶିକ୍ଷକ ରୋହିତ ବେହେରା କେନ୍ଦୁଝର ସାଂସଦ ପ୍ରତିନିଧି ଅଖିଳ କୁମାର ପାତ୍ର, ରଂଜିତ ନାୟକ, ଅଜୟ ପଣ୍ଡା, ବିଜେପି ବିଧାୟକ ପ୍ରାର୍ଥୀ ଡଃ. ଶମ୍ଭୁନାଥ ରାଉତ, ମନ୍ଦିର ପୂଜକ ହରି ଆଚାର୍ଯ୍ୟ ଓ ବରିଷ୍ଠ ପୂଜକଗଣ, ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ଶେଷ ଦର୍ଶନ କରିବା ପରେ, ଶିବ ମନ୍ଦିର ପଛ ଗ୍ରାମର ଶ୍ମଶାନରେ ପାର୍ଥିବ ଶରୀରକୁ ସଂସ୍କାର କରାଯାଇଥିଲା।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA