ନଟରାଜ କଳା ପରିଷଦ ବଲାଙ୍ଗୀରର ନାଟକ ମହୋତ୍ସବ ୨୦୨୫ (ତ୍ରିନିଟି ୩/୨) ଉଦ୍‌ଯାପିତ
ବଲାଙ୍ଗୀର, ୧୪ ଡିସେମ୍ବର(ହି.ସ.) – କୋସଲ କଳା ମଣ୍ଡଳ ବଲାଙ୍ଗିର ଠାରେ ନଟରାଜ କଳା ପରିଷଦ ବଲାଙ୍ଗିର ର ନାଟକ ମହୋତ୍ସବ ୨୦୨୫ (ତ୍ରିନିଟି ୩/୨)ର ଉଦ୍‌ଯାପନ ଉତ୍ସବରେ ମୁଖ୍ୟ ଅତିଥି ରୂପେ ସୋନପୁର ଜିଲ୍ଲାପାଳ ଡ. ନୃପରାଜ ସାହୁ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଥିଲେ ବରିଷ୍ଠ ସାମ୍ବାଦିକ ମନୋରଂଜନ
ନଟରାଜ କଳା ପରିଷଦ ବଲାଙ୍ଗିର ର ନାଟକ ମହୋତ୍ସବ ୨୦୨୫ (ତ୍ରିନିଟି ୩/୨) ଉଦ୍‌ଯାପିତ


ବଲାଙ୍ଗୀର, ୧୪ ଡିସେମ୍ବର(ହି.ସ.) – କୋସଲ କଳା ମଣ୍ଡଳ ବଲାଙ୍ଗିର ଠାରେ ନଟରାଜ କଳା ପରିଷଦ ବଲାଙ୍ଗିର ର ନାଟକ ମହୋତ୍ସବ ୨୦୨୫ (ତ୍ରିନିଟି ୩/୨)ର ଉଦ୍‌ଯାପନ ଉତ୍ସବରେ ମୁଖ୍ୟ ଅତିଥି ରୂପେ ସୋନପୁର ଜିଲ୍ଲାପାଳ ଡ. ନୃପରାଜ ସାହୁ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଥିଲେ ବରିଷ୍ଠ ସାମ୍ବାଦିକ ମନୋରଂଜନ ଯୋଷୀ ଓ ଲୋୟର ସୁକତେଲ ଏସ୍‌.ଇ. ସୁରେନ୍ଦ୍ର କୁମାର ସେଠ। ହରିନାରାୟଣ ପୁଜାରୀ ସଭାପତିତ୍ୱରେ ଅନୁଷ୍ଠିତ ସାଂସ୍କୃତିକ ସଭାରେ ଅଧ୍ୟକ୍ଷ ଡ. ଶ୍ରୀକର ମିଶ୍ର ସଭା ପରିଚାଳନା କରିଥିଲେ ଓ ପ୍ରାଧ୍ୟାପକ ପ୍ରଶାନ୍ତ ଖମାରୀ ସ୍ୱାଗତ ଭାଷଣ ତଥା ତ୍ରିନିଟି ୩/୨ ଉପରେ ଆଲୋଚନା କରିଥିଲେ। ଏହି ଅବସରରେ ବଲାଙ୍ଗିରର ବିଶିଷ୍ଟ ସମାଜସେବୀ ସ୍ୱର୍ଗତ ଲଳିତ ନାୟକଙ୍କ ସୃତିରେ ଡ. ରୁଦ୍ର ନାରାୟଣ ପଟେଲ ଙ୍କୁ ନଟରାଜ ସେବା ସମ୍ମାନ ପ୍ରଦାନ କରାଯାଇଥିଲା। ‘ବା’ ଓ ‘ଜମିଦାର’ ନାଟକର ନିର୍ଦ୍ଦେଶକ ପ୍ରହଲ୍ଲାଦ ଦର୍ଜି, ତ୍ରଶଙ୍କୁ ଓ ପାରଶ ମଣି ନାଟକର ନିର୍ଦ୍ଦେଶକ ସତ୍ୟବ୍ରତ ଆଚାର୍ଯ୍ୟ, ଯାଦୁବାଲା ଓ ଭୁଲତା ନାଟକର ନିର୍ଦ୍ଦେଶକ ରାମ ପ୍ରସାଦ ଦାଶ ଙ୍କୁ ସମ୍ମାନିତ କରାଯାଇଥିଲା। ନଟରାଜ କଳା ପରିଷଦ ର ନିର୍ଦ୍ଦେଶକ ପ୍ରହଲ୍ଲାଦ ଦର୍ଜି ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରେମ କେତେବେଳେ ସୁବାଷିତ ଫୁଲ ଭଳି ତ କେତେବେଳେ କଣ୍ଟାଭରା ଡାଳଟିଏ। ପ୍ରେମ ପବିତ୍ର ଅମୃତମୟ ଯଦି ତାହା ସ୍ୱାର୍ଥ ବାହାରେ ରହିଥାଏ ଓ ଉଦ୍ଦେଶ୍ୟ ପ୍ରଣଦିତ ହୋଇନଥାଏ। ସ୍ୱାର୍ଥ ଏବଂ କୁଉଦ୍ଦେଶ୍ୟ ପ୍ରେମକୁ କରିଥାଏ ବିଷମୟ। ଏହି ବିଷ ଥରେ ପ୍ରେମ ସହିତ ମିଶି ଗଲେ ତାହା ଜିବନକୁ ହନ୍ତସନ୍ତ କରିଦିଏ। ଏଥିପାଇଁ ଦାୟୀ ପ୍ରେମ ନୁହେଁ, ସ୍ୱାର୍ଥନୈଶି ମଣିଷ ହିଁ ଏଥି ପାଇଁ ଦାୟି। ଏହା ଉପରେ ଆଧାରିତ ହୋଇ ପ୍ରଦର୍ଶିତ ହୋଇଥିଲା ଉଦ୍‌ଯାପନି ଉତ୍ସବର ପ୍ରଥମ ନାଟକ ‘ଭୁଲତା’ ଯାହାର ରଚୟିତା ବିଶିଷ୍ଟ ନାଟ୍ୟକାର ଅଶୋକ ବହିଦାର, ନିର୍ଦ୍ଦେଶନା ଦେଇଥିଲେ ରାମ ପ୍ରସାଦ ଦାଶ। ସଂଗୀତ ଦେଇଥିଲେ ଗଣେଷ ପୁଝାରୀ। ଅଭିନୟରେ ଭାଗ ନେଇଥିଲେ ଅରୁଣ, ମିଲି, ବିଶ୍ୱଜିତ, ମାନସ, ଦେବ ଓ ଆନନ୍ଦ। ଗବେଷଣା କରି ବିଜ୍ଞାନରେ ନୂତନ କିଛି ଉଦ୍ଭାବନ କରିବା କିଛି ନୁଆ କଥା ନୁହେଁ। ମାତ୍ର ଗବେଷକ ଯଦି ପଥଚ୍ୟୁତ ହୋଇଯାନ୍ତି ତାର କୁପରିମାଣମ କେବଳ ସେ ଭୋଗ କରନ୍ତି ନାହିଁ ଅଧିକନ୍ତୁ ଏହା ସମାଜ ଉପରେ ଗଭିତ ପ୍ରଭାବ ପକାଏ। ଏହାକୁ ନେଇ ପ୍ରଦର୍ଶିତ ହୋଇଥିଲା ଦ୍ୱିତୀୟ ନାଟକ ‘ପାରଶମଣି’। ନାଟକ ଟିକୁ ଦେବରାଜ ସାହୁ ଲେଖିଥିବା ବେଳେ ନିର୍ଦ୍ଦେଶନା ଦେଇଥିଲେ ସତ୍ୟବ୍ରତ ଆଚାର୍ଯ୍ୟ ଓ ସଂଗୀତ ଦେଇଥିôଲେ ଗଣେଷ ପୁଜାରୀ। ଅଭିନୟରେ ଥିଲେ ହରି, ସଂଜିବ, କୁମୁନ୍ଦ, ନୁର, ଲଳିତ, ପିଂଟୁ ଓ ଆନନ୍ଦ।

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande