
ବଲାଙ୍ଗୀର, ୧୪ ଡିସେମ୍ବର(ହି.ସ.) – ପୃଥ୍ୱୀରାଜ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୧୯୯୩ ମାଟ୍ରିକ ବେଚ ପୁରାତନ ଛାତ୍ରଙ୍କର ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ବଲାଙ୍ଗୀର ନିକଟସ୍ଥ ନର୍ସରୀ ସଂରକ୍ଷିତ ବଣ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ୧୪ ଡିସେମ୍ବର ଦିନ ଅନୁଷ୍ଠିତ ଏହି ବନ୍ଧୁମିଳନ କାର୍ଯ୍ୟକ୍ରମରେ ପୃଥ୍ୱୀରାଜ ହାଇସ୍କୁଲରେ ସେସମୟରେ ଥିବା ପାଂଚଟି ସେକ୍ସନର ପ୍ରାୟ ୧୪୦ ଜଣ ଛାତ୍ର ଯୋଗ ଦେଇଥିଲେ। ଏହା ଏକ ଐତିହାସିକ ବନ୍ଧୁମିଳନ ବୋଲି ଛାତ୍ର ସମୂହ ପକ୍ଷରୁ କୁହାଯାଇଛି। କାରଣ ଦୀର୍ଘ ଦିନ ପରେ କିଛି ବର୍ଷ ଧରି ଏହି ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଆସୁଥିବା ସତ୍ୱେ ଉକ୍ତ ବେଚର ପ୍ରାୟ ଅଧିକାଂଶ ଛାତ୍ର ଏଥିରେ ଭାଗ ନେଇଆସୁଛନ୍ତି। କିଛି ଛାତ୍ର ବହୁ ଦୂରଦୂରାନ୍ତରେ ଚାକିରୀ, ବ୍ୟବସାୟ ଆଦି କରୁଥିବା ସତ୍ୱେ ସେମାନେ ମଧ୍ୟ ଗୋଟିଏ ଦିନ ପାଇଁ ଆସି ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଦୀର୍ଘ ଦୁଇ ଦଶନ୍ଧି ପରେ ସମସ୍ତେ ସମସ୍ତଙ୍କୁ ଭେଟିବାର ପ୍ରବଳ ଉତ୍ସାହ ଓ ଉତ୍କଣ୍ଠା ଯୋଗୁଁ ହିଁ ଏହି ବନ୍ଧୁମିଳନ କାର୍ଯ୍ୟକ୍ରମଟି ପ୍ରତିଥର ସତ ପ୍ରତିଶତ ସଫଳ ହୋଇପାରୁଛି ବୋଲି ଅନେକ ଛାତ୍ର ମତବ୍ୟକ୍ତ କରିଛନ୍ତି। କାର୍ଯ୍ୟକ୍ରମ ଆରମ୍ଭରୁ ପ୍ରଦୀପ ଜାଳି ସ୍ୱର୍ଗଆରୋହଣ କରିଥିବା ବନ୍ଧୁମାନଙ୍କ ଉଦ୍ଦେଶ୍ୟରେ ଏକ ଶ୍ରଦ୍ଧାଞ୍ଜଳି ସଭାର ଆୟୋଜନ କରାଯାଇଥିଲା ଓ ପରବର୍ତୀ ସମୟରେ ଛାତ୍ରମାନେ ନିଜ ନିଜ ପରିଚୟ ପ୍ରଦାନ କରିଥିଲେ। ବହୁବର୍ଷ ପରେ ଛାତ୍ରମାନେ ନିଜ ନିଜ ଛୋଟ ବେଳର ସାଙ୍ଗ ସାଥୀଙ୍କୁ ଭେଟି ଖୁସିରେ ଆତ୍ମହରା ହୋଇପଡ଼ିଥିଲେ। ପୁରାତନ ଛାତ୍ରଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଓ ଖୁସିର ମାହୋଲ ଦେଖାଯାଇଥିଲା। ଏହି ବନ୍ଧୁମିଳନ ଅବସରରେ ଗୀତ, ନାଚ ଆଦି ବିଭିନ୍ନ ପ୍ରକାରର ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଛାତ୍ରମାନଙ୍କ ଦ୍ୱାରା ପରିବେଷଣ କରାଯାଇଥିଲା। ଶେଷରେ ଏକ ଧନ୍ୟବାଦ ସଭାର ଆୟୋଜନ କରାଯାଇ କାର୍ଯ୍ୟକ୍ରମର ପରିସମାପ୍ତି କରାଯାଇଥିଲା।
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ