ମାସିକ ରଚନା ସନ୍ଧ୍ୟା : ଯୁବସମାଜ ମୋବାଇଲର କୃତ୍ରିମ ଦୁନିଆ ଭିତରେ ଆବଦ୍ଧ ନରଖି ନିଜ ଭିତରେ ଥିବା ପ୍ରକୃତ ଗୁଣକୁ ଚିହ୍ନନ୍ତୁ
ବଲାଙ୍ଗୀର, ୧୪ ଡିସେମ୍ବର(ହି.ସ.) – ବର୍ତମାନର ଯୁବପିଢ଼ିଙ୍କ ଆଗରେ ଆହ୍ୱାନ ଅନେକ, ପ୍ରତିଯୋଗିତା ଅନେକ। ସେମାନେ ନିଜକୁ ମୋବାଇଲର କୃତ୍ରିମ ଦୁନିଆ ଭିତରେ ଆବଦ୍ଧ ନରଖି ନିଜ ଭିତରେ ଥିବା ପ୍ରକୃତ ଗୁଣକୁ ଚିହ୍ନନ୍ତୁ ଏବଂ ଅଭିଭାବକମାନେ ସେମାନଙ୍କ ଉପରେ ପାଠର ବୋଝ ନଲଦି ମୁକ୍ତ ବିଚାର ପାଇଁ ପ୍ରେରଣା ଦି
ମାସିକ ରଚନା ସନ୍ଧ୍ୟା


ମାସିକ ରଚନା ସନ୍ଧ୍ୟା


ମାସିକ ରଚନା ସନ୍ଧ୍ୟା


ବଲାଙ୍ଗୀର, ୧୪ ଡିସେମ୍ବର(ହି.ସ.) – ବର୍ତମାନର ଯୁବପିଢ଼ିଙ୍କ ଆଗରେ ଆହ୍ୱାନ ଅନେକ, ପ୍ରତିଯୋଗିତା ଅନେକ। ସେମାନେ ନିଜକୁ ମୋବାଇଲର କୃତ୍ରିମ ଦୁନିଆ ଭିତରେ ଆବଦ୍ଧ ନରଖି ନିଜ ଭିତରେ ଥିବା ପ୍ରକୃତ ଗୁଣକୁ ଚିହ୍ନନ୍ତୁ ଏବଂ ଅଭିଭାବକମାନେ ସେମାନଙ୍କ ଉପରେ ପାଠର ବୋଝ ନଲଦି ମୁକ୍ତ ବିଚାର ପାଇଁ ପ୍ରେରଣା ଦିଅନ୍ତୁ। ବଲାଙ୍ଗୀରର ଅଗ୍ରଣୀ ସାହିତ୍ୟ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ 'ରଚନା' ଦ୍ୱାରା ଆୟୋଜିତ ମାସିକ ରଚନା ସନ୍ଧ୍ୟା କାର୍ଯ୍ୟକ୍ରମରେ ଏହି ମତ ପ୍ରକାଶ ପାଇଛି। ଅଧ୍ୟାପକ ଡ. କବିରାଜ ଭୋଇଙ୍କ ସଂଯୋଜନାରେ ସ୍ଥାନୀୟ ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟ ସଭାକକ୍ଷ ଠାରେ ଆୟୋଜିତ ଏବେ ଆମ ଯୁବପିଢ଼ି ସମ୍ମୁଖରେ ଆହ୍ୱାନ ଶୀର୍ଷକ ଆଲୋଚନାଚକ୍ରରେ ପ୍ରଥମେ ସେଂଚୁରୀୟନ ପବ୍ଲିକ ସ୍କୁଲର ଛାତ୍ର ଅଂଶୁମାନ ଦେବତା ଓ ସିଏନସିର ଛାତ୍ର ଜୟଶଙ୍କର ଅଗ୍ରୱାଲ ନିଜେ ସାମ୍ନା କରୁଥିବା ବିଭିନ୍ନ ସମସ୍ୟାର ବର୍ଣ୍ଣନା କରିଥିଲେ। ଅତିଥିବକ୍ତା ଭାବରେ ସରକାରୀ ମହିଳା ମହାବିଦ୍ୟାଳୟର ସହକାରୀ ପ୍ରଫେସର ଡ. ଅନୁରାଧା ମିଶ୍ର ଏବଂ ସିଆର୍‌ପିଏଫ୍‌ରୁ ଅବସରପ୍ରାପ୍ତ ଉପନିରୀକ୍ଷକ ଦିଲୀପ କୁମାର ପୁରୋହିତ ଯୁବପିଢ଼ିଙ୍କ ଭିତରେ କଳ୍ପନାଶକ୍ତି ଧିରେ ଧିରେ ହ୍ରାସ ପାଉଛି ଓ ସେମାନେ ସୃଜନଶୀଳ ନହୋଇ ରୋଜଗାରକ୍ଷମ ହେବାକୁ ଅଧିକ ପ୍ରୟାସ କରୁଛନ୍ତି; ଫଳରେ ବିଫଳତାକୁ ସାମ୍ନା କରିନପାରି ଅବସାଦଗ୍ରସ୍ତ ହେଉଛନ୍ତି ବୋଲି ନିଜ ବକ୍ତବ୍ୟରେ କହିଥିଲେ। ପରେ ଭାବ ବିନିମୟ କାର୍ଯ୍ୟକ୍ରମରେ ଗାଳ୍ପିକ ପ୍ରଦୀପ କୁମାର ମିଶ୍ର ଏବଂ ଅଧ୍ୟାପକ ସଦାଶିବ ସାହୁ ବିଷୟବସ୍ତୁ ଉପରେ ନିଜର ମତ ରଖିଥିଲେ। ଏହି କାର୍ଯ୍ୟକ୍ରମରେ ବଲାଙ୍ଗୀର ସହରର ଅନେକ ବୁଦ୍ଧିଜୀବୀ, ସାହିତ୍ୟିକ, ଶିକ୍ଷକ, ଅଭିଭାବକ ଓ ସାମ୍ବାଦିକ ଯୋଗଦେଇଥିଲେ। ଶେଷରେ ରଚନାର ସହସମ୍ପାଦକ ରତ୍ନମୟ ତ୍ରିପାଠୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande