ରାହାଗିରି ରେ କଣ୍ଠଶିଳ୍ପୀଙ୍କ ଗୀତରେ ଝୁମିଲେ ଦର୍ଶକ
ଜୟପୁର, ୧୪ ଡିସେମ୍ବର (ହି.ସ.) - ଜୟପୂର ପୌର ପରିଷଦ ପକ୍ଷରୁ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ମାର୍ଗ ରେ ରାହାଗିରି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଶୀତୁଆ ସକାଳରେ ନାଚିଲେ ଗାଇଲେ ଓ ଝୁମିଲେ ହଜାର ହଜାର ସଂଖ୍ୟାରେ ଦର୍ଶକ। ଆଗକୁ କୋରାପୁଟ ଲୋକ ମହୋତ୍ସବ ପରବ ଆସୁଥିବା ବେଳେ ଏହା ପୂର୍ବରୁ ଜୟପୁରରେ ପାଳି
ରାହାଗିରି ରେ  କଣ୍ଠଶିଳ୍ପୀଙ୍କ ଗୀତରେ ଝୁମିଲେ ଦର୍ଶକ


ରାହାଗିରି ରେ  କଣ୍ଠଶିଳ୍ପୀଙ୍କ ଗୀତରେ ଝୁମିଲେ ଦର୍ଶକ


ଜୟପୁର, ୧୪ ଡିସେମ୍ବର (ହି.ସ.) - ଜୟପୂର ପୌର ପରିଷଦ ପକ୍ଷରୁ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ମାର୍ଗ ରେ ରାହାଗିରି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଶୀତୁଆ ସକାଳରେ ନାଚିଲେ ଗାଇଲେ ଓ ଝୁମିଲେ ହଜାର ହଜାର ସଂଖ୍ୟାରେ ଦର୍ଶକ। ଆଗକୁ କୋରାପୁଟ ଲୋକ ମହୋତ୍ସବ ପରବ ଆସୁଥିବା ବେଳେ ଏହା ପୂର୍ବରୁ ଜୟପୁରରେ ପାଳିତ ହୋଇଛି ପଥ ଉତ୍ସବ। ଏହି ଅବସରରେ ମାନ୍ୟବର ବିଧାୟକ କୋରାପୁଟ ଶ୍ରୀ ରଘୁରାମ ମାଛ ଓ ଜିଲ୍ଲାପାଳ ମନୋଜ ସତ୍ୟଭାନ ମହାଜନ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ସମ୍ମାନିତ ଅତିଥି ରୂପେ କୋରାପୁଟ ଆରକ୍ଷୀ ଅଧିକ୍ଷକ ରୋହିତ ବର୍ମା,ପୌର ଅଧ୍ୟକ୍ଷ ନରେନ୍ଦ୍ର ମହାନ୍ତି, ଜୟପୂର ଉପଜିଲ୍ଲାପାଳ ଆକବରାମ ସସ୍ୟା ରେଡ୍ଡୀ, ଜୟପୁର ତହସିଲଦାର ସବ୍ୟସାଚୀ ଜେନା, ଜୟପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶକ୍ତି ମହାପାତ୍ର ଅତିରିକ୍ତ ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ପୂଜା ରାଉତ, ଟାଉନ ଥାନା ଅଧିକାରୀ ଉଲ୍ଲାସ ଚନ୍ଦ୍ର ରାଉତ ଓ ପୈାରପରିଷଦ କାର୍ଯ୍ୟାଳୟର ସମସ୍ତ କର୍ମଚାକୀ ପ୍ରମୁଖ ଯୋଗ ଦେଇଥିଲେ। ବହୁ ଦିନ ପ୍ରତୀକ୍ଷା ପରେ ଜୟପୂର ବାସୀ ଏହି ଉତ୍ସବକୁ ବେଶ ଉପଭୋଗ କରିଛନ୍ତି। ଏହି ସମାରୋହ ସର୍ଦ୍ଦାର ପଟେଲ ମାର୍ଗର ପୁରୁଣା ମେଡିକାଲ ଛକ ଠାରୁ ରଥ ପଡିଆ ପର୍ଯ୍ୟନ୍ତ ଲମ୍ବିଥିଲା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ। ମୁଖ୍ୟ ରାସ୍ତାରେ ଜମିଥିଲା ନୃତ୍ୟ ଗୀତର ଆସର, ଝୋଟି, ଯୋଗ, ସ୍କେଟିଂ, ରଙ୍ଗୋଲୀ, ମ୍ୟାଜିକ ଶୋ, ଏଥିରେ ସହରର ପିଲାଠୁ ବୟସ୍କ ସମସ୍ତେ ମସଗୁଲ ହୋଇଥିଲେ। ଏଥି ସହିତ ଫିଟନେସ ଅଧିବେଶନ, ସାଂସ୍କୃତିକ ପରିବେଷଣ, କଳା ପ୍ରଦର୍ଶନ ଓ ଖାଦ୍ୟ ଷ୍ଟଲ ସମେତ ବିଭିନ୍ନ ଆକର୍ଷଣରେ ପ୍ରତିଯୋଗୀ ମାନେ ଅଂଶଗ୍ରହଣ କରି ପଥ ଉତ୍ସବକୁ ଆହୁରି ରଙ୍ଗାରଙ୍ଗ କରିଥିଲେ। ମୂଖ୍ୟ ମଂଚରେ ଦେଖିବାକୁ ମିଳିଥିଲା ସୁନାମଧନ୍ୟ କଣ୍ଠଶିଳ୍ପୀଙ୍କ ସୁମଧୁର ସ୍ୱର ସାଂସ୍କୃତିକ କାର୍ଯ୍ୟକ୍ରମର ଝଲକ ଯାହା ହଜାର ହଜାର ଦର୍ଶକମାନେ ଅତି ଉତ୍ସାହିତ ହୋଇଥିଲେ। ଏହି ପଥ ଉତ୍ସବରେ ଯେଉଁମାନେ ଗୋଷ୍ଠୀଗତ ଏବଂ ବ୍ୟକ୍ତିଗତ ଭାବେ ଉତମ ପ୍ରଦର୍ଶନ କରିଥିଲେ ସେମାନଙ୍କୁ ଅତିଥିମାନଙ୍କ ଦ୍ୱାରା ମାନପତ୍ର ସହ ପୁରସ୍କାର ପ୍ରଦାନ କରାଯାଇଥିଲା।

ଏହି ପ୍ରୟାସକୁ ପ୍ରତିବର୍ଷ ବଜାୟ ରଖିବାକୁ ଚେଷ୍ଟା ଜାରି ରଖିବେ ବୋଲି ଆଜି ସଭା ମଂଚରେ କହିଛନ୍ତି ଆଜିର ପଥୋତ୍ସବର ଉପଜିଲ୍ଲାପାଳ . ସସ୍ୟାରେଡ୍ଡୀ। ଓଡିଆ ସେନେମାର ଅଭିନେତ୍ରୀ ତଥା ଗାୟୀକା ଅନୁରାଧା ପାଣିଗ୍ରାହୀ ଓ ଇଣ୍ଡିଆନ ଆଇଡଲର ଗାୟକ ବିଶ୍ୱଜୀତ ମହାପାତ୍ରଙ୍କ ମନଛୁଆଁ ଗୀତରେ ସାରା ଜୟପୁର ବାସୀ ମଜା ନେଇଛନ୍ତି। ପିଲାଙ୍କ ଠାରୁ ବୁଢାଙ୍କ ପର୍ଯ୍ୟନ୍ତ ସମସ୍ତେ ନାଚିଲେ ଗାଇଲେ ।

ଅନେକ ସ୍ମୃତି ଓ ଅନୁଭୂତି ସାଙ୍ଗକୁ କିଛି କଳା ଓ କୌଶଳ ନେଇ ଫେରିଲେ ସହରବାସୀ। ଏହାକୁ ସଫଳ କରିବାକୁ ଜିଲ୍ଲାପ୍ରଶାସନ ଯେପରି ବ୍ୟବସ୍ଥା ଗ୍ରହଣ କରିଥିଲା ତାହାଠୁ ଅଧିକ ବ୍ୟବସ୍ଥିତ ଭାବେ ସହଯୋଗ କରିଥିଲେ ସହରବାସୀ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande