
ବଲାଙ୍ଗିର, ୧୪ ଡିସେମ୍ବର (ହି.ସ.)- ବଲାଙ୍ଗୀର ଜିଲ୍ଲା ତୁରେକେଲା ଅଞ୍ଚଳରେ ଦାଦନ ଚାଲାଣ ରୋକିବାକୁ କଡା ଆଭିମୁଖ୍ୟ ଗ୍ରହଣ କରିଛି ପୋଲିସ। ଲଗାତାର ଦିନକୁ ଦିନ ବେଆଇନ ଚାଲାଣ ହେଉଥିବା ଶ୍ରମିକଙ୍କୁ ଉଦ୍ଧାର କରି ସର୍ଦ୍ଦାର ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ତୁରେକେଲା ପୋଲିସ । ପୁଣି ଶନିବାର ବେଆଇନ ଭାବେ ନୂଆପଡ଼ା ଜିଲ୍ଲାର କୋମନା ଥାନା ନୂଆଗାଁ ଏବଂ ତୁରେକେଲା ଥାନା ମହୁଲ ବାହାଲି ଗାଁ ର ୧୭ ଦାଦନ ଶ୍ରମିକଙ୍କୁ ତୁରେକେଲା ଥାନା ଅର୍ନ୍ତଗତ ନୂଆପଡ଼ାର ଦାଦନ ସର୍ଦାର ପୀତବାସ ତାଣ୍ଡି, ଓରଫ ଟଙ୍କ ତାଣ୍ଡି ରାଜ୍ୟ ବାହାରକୁ ବେଆଇନ ଭାବେ ଚାଲାଣ କରୁଥିବା ବେଳେ ଏନେଇ ତୁରେକେଲା ପୋଲିସ କୌଣସି ସୂତ୍ରରୁ ଖବର ପାଇ ମହୁବାହାଲି ଗାଁ ଠାରୁ ଶ୍ରମିକ ମାନଙ୍କୁ ଉଦ୍ଧାର କରିଛି। ତୁରେକେଲା ଥାନା କେସ ନଂ ୩୪୧|୨୫ ରେ ମାମଲା ରୁଜୁ କରି ଦାଦନ ସର୍ଦାର ଟଙ୍କ ତାଣ୍ଡିକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ବେଳେ ଜାମିନ ନାମଞ୍ଜୁର ହେବାରୁ ତାକୁ କଣ୍ଟାବାଞ୍ଜି ଜେଲକୁ ପଠାଇ ଦିଆଯାଇଥିବା ଜଣାପଡିଛି।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ