
ଜୟପୁର,୧୪ ଡିସେମ୍ବର (ହି.ସ.) - ଜୟପୁର ଇରିଗେସନ କଲୋନୀରେ ଜଣେ ମାନସିକ ବିକାରଗ୍ରସ୍ତ ମାଆ ନିଜ ନାବାଳିକା ଝିଅକୁ ବଳି ଦେବାକୁ ଉଦ୍ୟମ କରୁଥିବା ବେଳେ ସ୍ଥାନୀୟ ଲୋକଙ୍କ ସହଯୋଗରେ ଝିଅର ଜୀବନ ଉଦ୍ଧାର ହୋଇଛି। ମାଆ ଅମ୍ବିକା ଖୋସଲା ଜଣେ ବିଧବା ଓ ସେ ଇରିଗେସନ କଲୋନୀ ସ୍ଥିତ ଏକ ବସ୍ତି ଅଂଚଳରେ ନିଜର ୨ ପୁଅ ଓ ଝିଅକୁ ନେଇ ରହୁଥିଲେ। କିଛିଦିନ ହେଲା ସେ ନିଜ ଘରେ ତନ୍ତ୍ର ସାଧନ କରୁଥିଲେ। ସ୍ଥାନୀୟ ଲୋକେ ତାକୁ ବିରୋଧ କଲେ ମଧ୍ୟ ସେ ଶୁଣି ନଥିଲେ। ଅମ୍ବିକାଙ୍କ ଆଚରଣ ଅନେକ ସମୟରେ ଅସ୍ୱଭାବିକ ରହୁଥିବା ଯୋଗୁଁ ସାହି ଲୋକେ ମଧ୍ୟ ତାଙ୍କୁ କିଛି କହିବାକୁ ଡରୁଥିଲେ। ତେବେ ମା ଅମ୍ବିକା କାଳୀ ସାଧନା କରୁଥିବା ବେଳେ ଝିଅ ଚର୍ଚ୍ଚ ଯାଉଥିଲା ଓ ବାଇବେଲ ପଢୁଥିଲା ବୋଲି ମା ତାକୁ ବିରୋଧ କରୁଥିଲା। ଆଜି ସନ୍ଧ୍ୟା ୪ଟା ସମୟରେ ହଠାତ ଝିଅ ନିକିତା ଖୋସ୍ଲା ଚିତ୍କାର କରିବା ସାହି ବାସିନ୍ଦା ଶୁଣିବା ପରେ ଘଟଣା ସ୍ଥଳରେ ପହଁଚିଥିଲେ। ସେଠାରେ ଝିଅ ନିକିତା ଅଚେତ ଥିବା ସହ ତାଙ୍କ ଗୋଡ ହାତ ମଧ୍ୟ ମୋଡି ହୋଇ ରହିଥିବା ଦେଖିଥିଲେ। ପରେ ସ୍ଥାନୀୟ ଲୋକେ ପୁଲିସକୁ ଫୋନ କରି ଝିଅ ନିକିତାକୁ ହସ୍ତାନ୍ତର କରିଥିଲେ। ସହି ବାସିନ୍ଦାଙ୍କ କହିବାନୁଯାୟୀ ଝିଅ ଚର୍ଚ୍ଚ ଯିବା ଓ ବାଇବେଲ ପଢୁଥିବା କାରଣରୁ ବଳି ଦେବାକୁ ଉଦ୍ୟମ କରୁଥାଇପାରେ ବୋଲି ଅନୁମାନ କରୁଛନ୍ତି। ସାହିରେ ଅନେକ ପିଲା ଯାତାୟତ କରୁଛନ୍ତି କେତେବେଳେ ଏହି ତନ୍ତ୍ର ମନ୍ତ୍ର କରୁଥିବା ମହିଳା ଜଣକ ଅନ୍ୟ କାହାର ପିଲା ମାନଙ୍କୁ ନେଇ ବଳି ଦେଇଦେଇ ପାରେ ବୋଲି ଏହିପରି ମହିଳାଙ୍କୁ ସେଠାରେ ରଖିବା ଠିକ ନୁହେଁ ଏହି ଅଂଚଳରୁ ତାକୁ ବିଦାୟ କରିବା ଉଚିତ ବୋଲି ସାହି ବାସିନ୍ଦା ଦାବି କରିଛନ୍ତି।
ମାଆ କରୁଥିଲା କାଳୀ ପୂଜା ସହ ତନ୍ତ୍ର ସାଧନା ହେଲେ ବିରୋଧ ସତ୍ୱେ ଝିଅ ପଢୁଥିଲା ବାଇବେଲ ଓ ଯାଉଥିଲା ଚର୍ଚ୍ଚ । ଶେଷରେ ୧୩ ବର୍ଷର ନାବାଳିକା ଝିଅକୁ ବଳି ଦେବା ପାଇଁ ମାନସିକ ବିକାରଗ୍ରସ୍ତ ମାଆର ଉଦ୍ୟମ। ନାବାଳିକା ଝିଅର ଚିତ୍କାର ଶୁଣି ତାକୁ ଉଦ୍ଧାର କରିବା ସହ ପୁଲିସ ର ଜିମା ଦେଇଥିଲେ ସାହି ବାସିନ୍ଧା। ପୁଲିସ ନାବାଳିକାକୁ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି। ଟାଉନଥାନା ଅଧିକାରୀ ଉଲ୍ଲାସ ରାଉତ କହିଛନ୍ତି ଅମ୍ବିକା ଖୋସ୍ଲା ଅତ୍ୟଧିକ ମଦ୍ୟପାନ କରି ସାହି ବାସିନ୍ଦାଙ୍କୁ ଗାଳିଗୁଲଜ କରୁଥିଲେ। ଝିଅ ନିକିତାର ଦେହ ଖରାପ ହୋଇଥିବା ଯୋଗୁଁ ସେ ଅଚେତ ଅବସ୍ଥାରେ ଶୋଇଥିଲା। ବଳି ପାଇଁ ଉଦ୍ୟମ କରିବା କଥା ମିଥ୍ୟା ଅଟେ ତଥାପି ଝିଅ ନିକିତାର ହୋସ ଆସିବା ପରେ ପୁଲିସ ପ୍ରକୃତ ଘଟଣା କଣ ତାହା ସ୍ପଷ୍ଟ କରିବ ବୋଲି କହିଥିଲେ।
ବଳି ଉଦ୍ୟମ ପଛରେ କାରଣ ଅଷ୍ପଷ୍ଟ ଥିବା ବେଳେ ପୁଲିସ ଏଥିପ୍ରତି ସଚେତନ ହେବା ସହ ଘଟଣାର ତଦନ୍ତ କରିବାକୁ ସ୍ଥାନୀୟ ଅଂଚଳରେ ଦାବି ହେଉଛି।
ହିନ୍ଦୁସ୍ଥାନ ସମାଚାର / ପିକେପି