ଭାରତୀୟ ଦର୍ଶନ ପରିଷଦର ଶତବାର୍ଷିକ ଅଧିବେଶନ
ଜୟପୁର, ୧୪ ଡିସେମ୍ବର (ହି.ସ.)-୧୯୨୫ ମସିହାରେ ସର୍ବପଲ୍ଲୀ ରାଧାକୃଷ୍ଣନ ଏବଂ ରାନୀନ୍ଦ୍ରନାଥ ଠାକୁରଙ୍କ ଦ୍ୱାରା ପ୍ରତିଷ୍ଠିତ ଭାରତୀୟ ଦର୍ଶନ ପରିଷଦର ଶତବାର୍ଷିକ ଅଧିବେଶନ ଆଇ ଆଇ ଟି ବମ୍ବେଙ୍କ ଆନୁକୂଲ୍ୟରେ ଡିସେମ୍ବର ୯ ରୁ ୧୨ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଯାଇଛି। ଦେଶବିଦେଶର ଉଚ୍ଚତର ଶିକ୍ଷା
ଭାରତୀୟ ଦର୍ଶନ ପରିଷଦର ଶତବାର୍ଷିକ ଅଧିବେଶନ


ଜୟପୁର, ୧୪ ଡିସେମ୍ବର (ହି.ସ.)-୧୯୨୫ ମସିହାରେ ସର୍ବପଲ୍ଲୀ ରାଧାକୃଷ୍ଣନ ଏବଂ ରାନୀନ୍ଦ୍ରନାଥ ଠାକୁରଙ୍କ ଦ୍ୱାରା ପ୍ରତିଷ୍ଠିତ ଭାରତୀୟ ଦର୍ଶନ ପରିଷଦର ଶତବାର୍ଷିକ ଅଧିବେଶନ ଆଇ ଆଇ ଟି ବମ୍ବେଙ୍କ ଆନୁକୂଲ୍ୟରେ ଡିସେମ୍ବର ୯ ରୁ ୧୨ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଯାଇଛି। ଦେଶବିଦେଶର ଉଚ୍ଚତର ଶିକ୍ଷା ଓ ଗବେଷଣା ଅନୁଷ୍ଠାନରୁ ୫୦୦ରୁ ଅଧିକ ପ୍ରତିନିଧି ଦର୍ଶନର ଏହି ମହାକୁମ୍ଭରେ ଯୋଗଦାନ କରିଥିଲେ।

ଉତ୍କଳ ବିଶ୍ବବିଦ୍ୟାଳୟରୁ ଡଃ. ନନ୍ଦିନୀ ମିଶ୍ର, ରେଭେନ୍ସା ବିଶ୍ବବିଦ୍ୟାଳୟରୁ ଡଃ. ପତିତପାବନ ଦାସ, ରମାଦେବୀ ବିଶ୍ବବିଦ୍ୟାଳୟରୁ ଡଃ. କଲ୍ୟାଣୀ ଷଡଙ୍ଗୀ ପ୍ରମୁଖ ଯୋଗଦେଇ ଗବେଷଣାତ୍ମକ ପ୍ରବନ୍ଧ ଉପସ୍ଥାପନ କରିଥିଲେ। ବିକ୍ରମଦେଵ ବିଶ୍ୱବିଦ୍ୟାଳୟର ଅଧ୍ୟାପକ କ୍ୟାପଟେନ ଡଃ. ଲଷ୍ମଣ ପାତ୍ର, ଗୋପ ମହାବିଦ୍ୟାଳୟର ଅଧ୍ୟାପିକା ଡଃ. ପ୍ରଜ୍ଞା ଦାସ କାନୁନଗୋ ଏବଂ ଅବଦରପ୍ରାପ୍ତ ପ୍ରାଧ୍ୟାପକ ଡଃ. ଦୁର୍ଗମାଧବ ପ୍ରହରାଜଙ୍କ ଦ୍ୱାରା ସମ୍ପାଦିତ ଉତ୍କକ ବିଶ୍ୱବିଦ୍ୟାଳୟର ପ୍ରାକ୍ତନ ପ୍ରଫେସର ଗଣେଶ ପ୍ରସାଦ ଦାସଙ୍କ ଉଦ୍ଦେଶ୍ୟରେ ଏକ ଅଭିନନ୍ଦନ ଗ୍ରନ୍ଥ ଉଦ୍ଘାଟନୀ ଉତ୍ସବରେ ଉନ୍ମୋଚିତ ହୋଇ ତାଙ୍କୁ ସମର୍ପଣ କରାଯାଇଥିଲା।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande