ସ୍ୱମୀଙ୍କ ସହ ନିଜ ଜୀବନର ସୁରକ୍ଷା ପାଇଁ ଏସପିଙ୍କ ଦ୍ୱାରସ୍ଥ ହେଲେ ମହିଳା
କୋରେଇ, ୧୪ ଡିସେମ୍ବର (ହି.ସ.) - କୁଆଖିଆ ଥାନା ଅନ୍ତର୍ଗତ ମୁଗୁପାଳ ଗୁରୁସାହିର ମିନାକ୍ôଷ ଗୁରୁ ତାଙ୍କ ସହିତ ତାଙ୍କ ସ୍ୱାମୀଙ୍କ ଜୀବନ ସୁରକ୍ଷା ପାଇଁ ଆଜି ଏସପିଙ୍କ ଦ୍ୱାରସ୍ଥ ହୋଇଛନ୍ତି । ପ୍ରକାଶଯେ ମୁଗୁପାଳ ଗୁରୁସାହିର ମିନାକ୍ôଷ ଗୁରୁ ସେକ ରହିମୁଦ୍ଦିନ ନାମକ ଜଣେ ମୁସଲିମ ଯୁବକଙ୍କୁ ବିବାହ କର
ସ୍ୱମୀଙ୍କ ସହ ନିଜ ଜୀବନର ସୁରକ୍ଷା ପାଇଁ ଏସପିଙ୍କ ଦ୍ୱାରସ୍ଥ ହେଲେ ମହିଳା


କୋରେଇ, ୧୪ ଡିସେମ୍ବର (ହି.ସ.) - କୁଆଖିଆ ଥାନା ଅନ୍ତର୍ଗତ ମୁଗୁପାଳ ଗୁରୁସାହିର ମିନାକ୍ôଷ ଗୁରୁ ତାଙ୍କ ସହିତ ତାଙ୍କ ସ୍ୱାମୀଙ୍କ ଜୀବନ ସୁରକ୍ଷା ପାଇଁ ଆଜି ଏସପିଙ୍କ ଦ୍ୱାରସ୍ଥ ହୋଇଛନ୍ତି । ପ୍ରକାଶଯେ ମୁଗୁପାଳ ଗୁରୁସାହିର ମିନାକ୍ôଷ ଗୁରୁ ସେକ ରହିମୁଦ୍ଦିନ ନାମକ ଜଣେ ମୁସଲିମ ଯୁବକଙ୍କୁ ବିବାହ କରିଛନ୍ତି । ତାଙ୍କ ସାହିର କିଛି ଅସାମାଜିକ ଯୁବକ ତାଙ୍କୁ ଓ ତାଙ୍କ ସ୍ୱାମୀଙ୍କୁ ବାରମ୍ବାର ମାଡ ମାରିବା ସହ ଗୁରୁସାହି ଛାଡି ଚାଲିଯିବାକୁ ଧମକ ଦେଉଛନ୍ତି । ଏମିତିକି ଜୀବନରୁ ମାରିଦେବାକୁ ଧମକ ମଧ୍ୟ ଦେଉଛନ୍ତି । ଏଭଳି କାର୍ଯ୍ୟ ଅନେକ ବାର କରିବା ସହିତ ଗତ ୯ତାରି ତାଙ୍କ ସ୍ୱାମୀ ହରିପୁର ହାଟରୁ ଫେରୁଥିବା ବେଳେ ଲାଲା ଗୁରୁ, ଉମାକାନ୍ତ ଦାସ, ସଂଜୟ ଗୁରୁ, ପବିତ୍ର ଗୁରୁ, ମିଟୁ ଗୁରୁ, ବିଜୟ ଗୁରୁ, ଚିଂଟୁ ଗୁରୁ, ଦାଦୁ ଦାସ ପ୍ରମୁଖ ମିଳିତ ଭାବେ ସଂଘବଦ୍ଧ ହୋଇ ତାଙ୍କ ସ୍ୱାମିଙ୍କୁ ମାଡମାରିବା ସହ ଜୀବନରୁ ମାରିଦେବାକୁ ଉଦ୍ୟମ କରିଥିଲେ । ମିନାକ୍ôଷକୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ମୁସଲିମକୁ ବିବାହ କରିଥିବାରୁ ଗୁରୁସାହି ଛାଡି ଦେବାକୁ ଧମକ ଦେଇଥିଲେ । ଏନେଇ ଗତ ୧୦ ତାରିଖ ମିନାକ୍ôଷ କୁଆଖିଆ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ମାତ୍ର କୁଆଖିଆ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଉନାହିଁ । ଯାହା ଫଳରେ ମିନାକ୍ôଷ ଓ ତାର ସ୍ୱାମୀଙ୍କ ଜୀବନ ପ୍ରତି ବିପଦ ରହିଛି ।j ନିଜର ସୁରକ୍ଷା ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆଜି ପାଣିକୋଇଲିସ୍ଥିତ ଜିଲ୍ଲା ପୁଲିସ ମୁଖ୍ୟାଳୟରେ ପହଂଚି ଏସପିଙ୍କ ନିକଟରେ ସୁରକ୍ଷା ଦାବି କରିଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ


 rajesh pande