ଅଡାଳପଙ୍କରେ ଓଷ୍ଟା ପକ୍ଷରୁ ଶିଶୁ ଉତ୍ସବ, ୧୦ ବିଭାଗରେ ଭାଗନେଲେ ୯୬ ଛାତ୍ରଛାତ୍ରୀ
ଭଦ୍ରକ, ୧୪ ଡିସେମ୍ବର (ହି.ସ.) - ଭଦ୍ରକ ଜିଲ୍ଲା ଆଡିଆ ପଚାଂୟତ ଅଡାଳପଙ୍କ କୃପାସିନ୍ଧୁ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଓଡିଶା ମାଧ୍ୟମିକ ସ୍କୁଲ୍ ଶିକ୍ଷକ ସଂଘ(ଓଷ୍ଟା)ର ୪୨ ତମ ଶିଶୁ ଉତ୍ସବ ଆଜି ଆନନ୍ଦ ଉତ୍ସାହର ସହ ପାଳିତ ହୋଇଯାଇଛି । ପ୍ରାରମ୍ଭରେ ଆୟୋଜିତ ସଭାକୁ ଓଷ୍ଟା ସଭାପତି ଶିକ୍ଷକ ଶ୍ରୀକ
adalapaka school sishu utstava photo (4)


ଭଦ୍ରକ, ୧୪ ଡିସେମ୍ବର (ହି.ସ.) - ଭଦ୍ରକ ଜିଲ୍ଲା ଆଡିଆ ପଚାଂୟତ ଅଡାଳପଙ୍କ କୃପାସିନ୍ଧୁ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଓଡିଶା ମାଧ୍ୟମିକ ସ୍କୁଲ୍ ଶିକ୍ଷକ ସଂଘ(ଓଷ୍ଟା)ର ୪୨ ତମ ଶିଶୁ ଉତ୍ସବ ଆଜି ଆନନ୍ଦ ଉତ୍ସାହର ସହ ପାଳିତ ହୋଇଯାଇଛି । ପ୍ରାରମ୍ଭରେ ଆୟୋଜିତ ସଭାକୁ ଓଷ୍ଟା ସଭାପତି ଶିକ୍ଷକ ଶ୍ରୀକାନ୍ତ ପଣ୍ଡା ଅଧ୍ୟକ୍ଷତା କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ପ୍ରାକ୍ତନ ରାଜ୍ୟ ସମ୍ପାଦକ ରଘୁନାଥ ସାହୁ, ମୁଖ୍ୟବକ୍ତା ଭାବେ ବନ୍ତ ଆଚଂଳିକ କଲେଜର ପ୍ରାକ୍ତନ ଅଧ୍ୟକ୍ଷ ଡ.ଶୁଭେନ୍ଦ୍ର କୁମାର ମିଶ୍ର, ଜିଲ୍ଲା ଓଷ୍ଟା ସଭାପତି ଶଶି ଶେଖର କରଶର୍ମା,କାର୍ଯ୍ୟକାରୀ ସଭାପତି ଓଷ୍ଟା ଅନିଲ୍ କୁମାର ମିଶ୍ର,ସମ୍ପାଦକ ପ୍ରଭାତ କୁମାର ପାଣିଗ୍ରାହୀ, କବି ଚର୍ତୁଭୂଜ ପହି,ଅଡାଳପଙ୍କ ବିଦ୍ୟାଳୟର ପ୍ରଧାନଶିକ୍ଷକ ପିତବାସ ଜେନା, ପୂର୍ବତନ ଜିଲ୍ଲା ଓଷ୍ଟା ସମ୍ପାଦକ ତଥା ରୋଟାରିଆନ୍ ପ୍ରଣବ କୁମାର ସାହୁ, ବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷ ମଧୁସୂଦନ ଶଙ୍ଖୁଆ, ଆଡିଆ ସରପଚଂ ମିନା କୁମାରୀ ଜେନା ପ୍ରମୁଖ ଯୋଗ ଦେଇ ତାଙ୍କ ବକ୍ତବ୍ୟରେ କହିଲେ, ବିଭିନ୍ନ କ୍ଷେତ୍ରରେ ଛାତ୍ରଛାତ୍ରୀ ମାନେ ପାରଦର୍ଶିତାର ମୂଲ୍ୟାୟନ ପାଇଁ ଶିଶୁ ଉତ୍ସବ ଗୁରୁତ୍ୱ ବହନ କରେ ବୋଲି କହିଥିବା ବେଳେ ପ୍ରତ୍ୟେକ ବର୍ଷ ସଂଘ ପକ୍ଷରୁ ଶିଶୁ ଉତ୍ସବ ଆୟୋଜନ କରି ପ୍ରତିଭ ଚୟନ କାର୍ଯ୍ୟକ୍ରମକୁ ଉଚ୍ଚ ପ୍ରଶଂସା କରିଥିଲେ । ବିଦ୍ୟାଳୟର ଆଲୋକ ମୁଖାର୍ଜିର୍ର୍ ଅତିଥି ପରିଚୟ, ବ୍ଲକ ଓଷ୍ଟା ସମ୍ପାଦକ ସନ୍ତୋଷ କୁମାର ଜେନା ଉଦ୍ଦେଶ୍ୟ ଜ୍ଞାପନ, ଶିକ୍ଷକ ଆଲୋକ କୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ତର୍କ, କଣ୍ଠସଙ୍ଗୀତ, ଚିତ୍ରାଙ୍କନ, ଆବୃତି, ଗଳ୍ପ ଲିଖନ, କବିତା ରଚନା, ଏକକ ଅଭିନୟ, ଏକକ ନୃତ୍ୟ, ସାଧାରଣ ଜ୍ଞାନ, କୁଇଜ୍ ଆଦି ପ୍ରତିଯୋଗିତା କରାଯାଇଥିଲା । ବିଚାରକ ଭାବେ ଶିକ୍ଷାବିତ୍ ଭାସ୍କର ଚନ୍ଦ୍ର ପାଢୀ, ଜଗନ୍ନାଥ ପାତ୍ର, ଅଲେଖ ଚନ୍ଦ୍ର ନାୟକ, ଅଜୟ କୁମାର ପୃଷ୍ଟି, ରବିନ୍ଦ୍ର ଜେନା, ପ୍ରଭାତ କୁମାର ସେନାପତି, ରମେଶ ପ୍ରସାଦ କର, ପର୍ଶୁରାମ ନାୟକ,ହୃଷିକେଷ ମିଶ୍ର, ସୁକାନ୍ତ କୁମାର ବେହେରା, ନିରଞ୍ଜନ ପଣ୍ଡା, ଭାସ୍କର ଚନ୍ଦ୍ର ସେନାପତି, ଅଭୟ କୁମାର ପ୍ରଧାନ ଦାୟିତ୍ୱ ତୁଲାଇଥିଲେ । ବ୍ଲକର ବିଭିନ୍ନ ବିଦ୍ୟାଳୟରୁ ୯୬ ଜଣ ଛାତ୍ରଛାତ୍ରୀ ପ୍ରତିଯୋଗିତାରେ ଭାଗ ନେଇଥିଲେ । ଶିକ୍ଷୟିତ୍ରୀ ଆଶାଲତା ରାଜ, ଲିନାରାଣୀ ସାହୁ, ବନଲତା ଦାସ, ପ୍ରାଚୀପ୍ରଭା ନାୟକ, ସସ୍ମିତା ଦାସ, ଶୁଷମା ମଲ୍ଲିକ, ଜାନକୀ ପାଳ, ବିଣାପାଣୀ ବେହେରା,ମନ୍ମଥ ଯେନା,ମହେଶ୍ୱର ଯେନା ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande