
ଭୁବନେଶ୍ୱର, 14 ଡିସେମ୍ବର (ହି.ସ.)-ରାଜଧାନୀରେ ବାରରେ
ରେଡ ବେଳେ ଅବକାରୀ ପୋଲିସକୁ ଆକ୍ରମଣ ଘଟଣା । 3ଜଣଙ୍କୁ ଅଟକ ରଖି ଖୋଳତାଡ଼ କରୁଛି
ଚନ୍ଦ୍ରଶେଖରପୁର ଥାନା ପୋଲିସ । ରେଡ୍ ସାରି ରୋମୀୟ ଲେନରୁ ବାହାରୁ ଥିବା ବେଳେ କିଛି ନିଶା
ଶକ୍ତ ଯୁବକ ଅବକାରୀ ବିଭାଗ ଗାଡି ଓ ପୋଲିସକୁ ବିୟର ବୋତଲରେ ଆକ୍ରମଣ କରିଥିଲେ । ଏନେଇ ଅବକାରୀ
ବିଭାଗ ପକ୍ଷରୁ ଥାନାରେ ମାମଲା ରୁଜୁ କରାଯାଇଛି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା