
ଭୁବନେଶ୍ୱର, 14 ଡିସେମ୍ବର (ହି.ସ.)- ସତ୍ୟବିହାର ନୋ
ଲିମିଟି ଏୟାର ବାରରେ ଅଗ୍ନିକାଣ୍ଡ ପରେ ଆକ୍ସନ ମୁଡରେ ଅବକାରୀ ବିଭାଗ । ରାଜଧାନୀର 150ରୁ ଅଧିକ ବାର ପବରେ ରେଡ କରିଛି ଅବକାରୀ ବିଭାଗ । ଭୁବନେଶ୍ବରରେ
ଥିବା ସମସ୍ତ ବାର୍ ଏବଂ ରେଷ୍ଟୁରାଣ୍ଟ ଗୁଡ଼ିକୁ ଦିଆ ଯାଇଥିବା ଗାଇଡ ଲାଇନ୍ ସଠିକ୍ ଭାବେ ପାଳନ
କରାଯାଉଛି ନା ନାହିଁ ତାହାର ତଦାରଖ କରାଯାଇଛି । 7ଟି ଟିମ୍
ଦ୍ଵାରା କରାଯାଇଥିଲା ଚଢାଉ । ଯେଉଁମାନେ ଅବକାରୀ ନିୟମ ନମାନି ଅଧିକ ବିଳମ୍ବିତ ରାତି ଯାଏ ବାର
ଖୋଲିଥିଲେ ସେମାନଙ୍କୁ ଚେତାବନୀ ଦେଇଛି ଅବକାରୀ ବିଭାଗ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା