
ଭୁବନେଶ୍ୱର, 14 ଡିସେମ୍ବର (ହି.ସ.)-ଜାତୀୟ ଶକ୍ତି ସଂରକ୍ଷଣ
ଦିବସ ୨୦୨୫ ଅବସରରେ, ଶକ୍ତି
ବିଭାଗ ପକ୍ଷରୁ ରାଜ୍ୟସ୍ତରୀୟ ସଚେତନତା ଅଭିଯାନ ଆରମ୍ଭ ହୋଇଛି ।
ଆଜି କଳିଙ୍ଗ ଷ୍ଟାଡିୟମ୍
ଗେଟ୍ ନମ୍ବର ୩ ଠାରେ ଜାତୀୟ ଶକ୍ତି ସଂରକ୍ଷଣ ଦିବସ ଅବସରରେ ଶକ୍ତି ବିଭାଗ ପକ୍ଷରୁ ଆୟୋଜିତ
ରାଜ୍ୟସ୍ତରୀୟ ସଚେତନତା ଅଭିଯାନ ପଦଯାତ୍ରାରେ ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହ ଦେଓ, ମୁଖ୍ୟ ସଚିବ (ଉର୍ଜା) ଶ୍ରୀ ବିଶାଲ କୁମାର ଦେବ ଏବଂ ଅନ୍ୟାନ୍ୟ
ଗଣ୍ୟମାନ୍ୟ ବ୍ୟକ୍ତିମାନଙ୍କ ଉପସ୍ଥିତିରେ ଏକ ସଚେତନତା ରାଲିର ଉଦ୍ଘାଟନ କରାଯାଇଥିଲା।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା