
ଭୁବନେଶ୍ୱର, 14 ଡିସେମ୍ବର (ହି.ସ.)
ବନ୍ଦର ଭିତ୍ତିକ ବିକାଶ ଏବଂ ବ୍ଲୁ ଇକୋନୋମିକୁ ଉପରେ ଗୁରୁତ୍ୱ
- ଇଣ୍ଟରନ୍ୟାସନାଲ କନ୍ଫରେନ୍ସ ପୂର୍ବୋଦ୍ୟୋୟ
ପରସ୍ପେପେକ୍ଟିଭ 2025ର ଦ୍ୱିତୀୟ ଦିନ । ଏନର୍ଜି ଫୋରମ୍, କେନ୍ଦ୍ର ବୈଦେଶିକ
ବ୍ୟାପାର ମନ୍ତ୍ରଣାଳୟ ଏବଂ ସିଆଇଆଇର ମିଳିତ ସହଯୋଗରେ ଆୟୋଜିତ ହୋଇଛି ଏହି ପୂର୍ବଦ୍ୟୋୟ
ସମ୍ମିଳନୀର ତୃତୀୟ ସଂସ୍କରଣର ଆଜି ଦ୍ୱିତୀୟ ଦିନରେ ଆଜି ଦୁଇଟି ସେଶନ ଆୟୋଜିତ ହୋଇଯାଇଛି । ଏହି
ଅବସରରେ ଡ. ଅଜୟ ପ୍ରଧାନ, ସିଇଓ ଆଣ୍ଡ
ପ୍ରେସିଡେଂଟ ସି2ଏସ2 ନୂଆଦିଲ୍ଲୀ, ସୁବ୍ରତ ତ୍ରିପାଠୀ, ସିଇଓଏସଇଜେଡ୍, ଆଦାନୀ ପୋର୍ଟ, ଡ. ସତିଶ ଚନ୍ଦ୍ର
ମିଶ୍ର,ସିଇଓ, ଅର୍ଥ
ଶାସ୍ତ୍ର ଇନଷ୍ଟିଚିୟୁଟ ଇଣ୍ଡୋନେସିଆ, ରିକେଶ ଗୁରୁଙ୍ଗ,ପ୍ରତିଷ୍ଠାତା ଓ
ସିଇଓଗ୍ରିନ ରୋଡର ମାନ୍ୟ ଗଣ୍ୟ ଅତିଥି ମାନେ ଯୋଗ ଦେଇଥିଲେ।
ବିଶେଷ ଭାବେ ଆଜି ଅନ୍ତିମ ଦିନରେ ବ୍ଲୁ ଇକୋନୋମି ଓ ଅର୍ନ୍ତଜାତୀୟ ଜଳ ପଥର ବ୍ୟବହାର ଓ ବ୍ୟବସାୟ
ଠୁ ନେଇ ବିଦେଶର ଟ୍ରେଡ ପଲିସି ଓ ପୂର୍ବୋଦୟର ବିକାଶ ଯାଏଁ ଅନେକ ପ୍ରସଙ୍ଗରେ ଆଲୋଚନା କରାଯାଇଛି
। ଏହା ସହ ବିଦେଶରେ ସମୟ ବିତେଇଥିବା ଛାତ୍ର ଛାତ୍ରୀ ମାନେ ସେମାନଙ୍କର ଅଭିଜ୍ଞତା ଓ ଭାରତର ଦିଶା
ଓ ଯୁବପିଢୀଙ୍କ ଆଶା ସମ୍ପର୍କରେ ବିଭିନ୍ନ ଆଲୋଚନା କରିଛନ୍ତି। ସୁଦୀର୍ଘ ବେଳାଭୂମି, ସାମୁଦ୍ରିକ ଭିତ୍ତିଭୂମି ବିକାଶ, ଶିଳ୍ପ କ୍ଷେତ୍ରରେ ବିକାଶ ଉପରେ ଗୁରୁତ୍ବ ଦେଲେ
ପୂର୍ବୋଦ୍ୟାୟର ବିକାଶ ବିକଶିତ ହେବ । ପୂର୍ବୋଦୟ ରାଜ୍ୟ ଗୁଡ଼ିକର ବିକାଶ ହେଲେ ତାହା ଦେଶ
ବିକାଶରେ ସହଭାଗୀ ହୋଇପାରିବ । ଯାହାଦ୍ବାରା 2047 ସୁଦ୍ଧା ବିକଶିତ ଭାରତ ଗଠନ ଦିଗରେ ବେଶ୍
ସହାୟକ ହୋଇପାରିବ ବୋଲି କୁହାଯାଉଛି। ଓଡ଼ିଶା
ଆଜି 'ପୂର୍ବୋଦୟର ଗେଟୱେ' ଭାବେ ଛିଡ଼ା ହୋଇଛି
। ଶକ୍ତି ନିରାପତ୍ତାର ପ୍ରବେଶପଥ ପାଲଟିବ ପୂର୍ବ ଭାରତ । ବନ୍ଦର ଭିତ୍ତିକ ବିକାଶ ଏବଂ ବ୍ଲୁ
ଇକୋନୋମିକୁ ସରକାର ପ୍ରାଥମିକତା ଦେବାର ଆବଶ୍ୟକତା ଅଛି ବୋଲି ଅତିଥି ମାନେ କହିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା