ନବୀନ ବାବୁଙ୍କ ଡ୍ରାମାକୁ ଆଉ କେହି ଗ୍ରହଣ କରୁନାହାନ୍ତି- ଜୟନାରାୟଣ ମିଶ୍ର
ଭୁବନେଶ୍ୱର, 14 ଡିସେମ୍ବର (ହି.ସ.)- ନବୀନ ବାବୁଙ୍କ ଡ୍ରାମାକୁ ଆଉ କେହି ଗ୍ରହଣ କରୁନାହାନ୍ତି ବୋଲି ବରିଷ୍ଠ ବିଜେପି ବିଧାୟକ ଜୟନାରାୟଣ ମିଶ୍ର କହିଛନ୍ତି । ଜୟ ନାରାୟଣ କହିଛନ୍ତିନବୀନ ବାବୁ ବହୁତ ଧନୀ ଲୋକ। ଏଗୁଡା ସବୁ ଡ୍ରାମା। ଓଡ଼ିଶାରେ ଖଣି ଖାଦାନର ଅନେକ ଦ
ନବୀନ ବାବୁଙ୍କ ଡ୍ରାମାକୁ ଆଉ     କେହି ଗ୍ରହଣ କରୁନାହାନ୍ତି- ଜୟନାରାୟଣ ମିଶ୍ର


ଭୁବନେଶ୍ୱର, 14 ଡିସେମ୍ବର (ହି.ସ.)- ନବୀନ ବାବୁଙ୍କ

ଡ୍ରାମାକୁ ଆଉ କେହି ଗ୍ରହଣ କରୁନାହାନ୍ତି ବୋଲି ବରିଷ୍ଠ ବିଜେପି ବିଧାୟକ ଜୟନାରାୟଣ ମିଶ୍ର

କହିଛନ୍ତି ।

ଜୟ ନାରାୟଣ କହିଛନ୍ତିନବୀନ ବାବୁ ବହୁତ ଧନୀ ଲୋକ।

ଏଗୁଡା ସବୁ ଡ୍ରାମା। ଓଡ଼ିଶାରେ ଖଣି ଖାଦାନର ଅନେକ ଦୁର୍ନୀତି ହୋଇଛି। ତଦନ୍ତ ହେବା

ଦରକାର। ଦରମା ଆବଶ୍ୟକତା ନାହିଁ। ନବୀନ ବାବୁଙ୍କ ଡ୍ରାମାକୁ ଆଉ କେହି ଗ୍ରହଣ କରୁନାହାନ୍ତି।

ନବୀନ ବାବୁଙ୍କ ବାପା ଏକ ଟଙ୍କା ନେଉଥିଲେ ଦରମା। କିନ୍ତୁ ଏକଥା ସେ ଦଳ ପାଇଁ ଲାଗୁ କରିଥିଲେ ଭଲ

ହୋଇଥାନ୍ତା। ପ୍ରମିଳା ମଲ୍ଲିକ ନିଜେ ଦରମା ବୃଦ୍ଧି କରିବାକୁ ବାରମ୍ବାର ଦାବି କରିଛନ୍ତି

ବିଧାନସଭାରେ। ଅର୍ଥାତ ନବୀନ ବାବୁଙ୍କର ବି ସମର୍ଥନ ଥିଲା।

ବିଧାନସଭାରେ ନବୀନ ବାବୁ

କାହିଁକି ରହିଲେ ନାହିଁ। ବିରୋଧୀ ଦଳ ନେତା ବିଧାନସଭା ଅଧିବେଶନ ଶେଷ ଦିନରେ ରହି ବିଲ ଆଲୋଚନାରେ

ଭାଗ ନେଇପାରିଥାନ୍ତେ। ବିରୋଧ କରି ପାରିଥାନ୍ତେ। ବିରୋଧ କରିଥିଲେ ସରକାର ବିଲ୍ ଟି କ

ପ୍ରତ୍ୟାହାର କରି ନେଇଥାଆନ୍ତେ ବୋଲି ଜୟ ନାରାୟଣ ମିଶ୍ର କହିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande