
ଭୁବନେଶ୍ୱର, 14 ଡିସେମ୍ବର (ହି.ସ.)-କିସରେ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ରିପୋର୍ଟ
ଆସିବା ପରେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ରାଜ୍ୟ ଶିଶୁ ଅଧିକାର ସୁରକ୍ଷା କମିଶନ । କମିଶନ
ପକ୍ଷରୁ କୁହାଯାଇଛି ଯେ,କେନ୍ଦୁଝର ଡିସିପି ୟୁନିଟ୍ର ଏକ ଟିମ୍ ମୃତ ଛାତ୍ରଙ୍କ ପରିବାର ପାଖକୁ
ଯାଇଛି ।ସେମାନେ ପିଲାର ପରିବାରର ଅଭିଯୋଗ ଅନୁଧ୍ୟାନ କରିବେ ।ପୋଷ୍ଟମର୍ଟମ ରିପୋର୍ଟକୁ ମଧ୍ୟ
ଅନୁଧ୍ୟାନ କରାଯିବ । ଅଭିଯୋଗ ଆସୁଥିବାରୁ ମୁଁ ନିଜେ ଏକ ଟିମ୍ ସହ କିସ୍ ଯାଇ ଅନୁଧ୍ୟାନ
କରିବି ।କିସ୍ର ପିଲାମାନଙ୍କୁ ପଚରାଉଚରା କରିବୁ, ତ୍ରୁଟି ବାହାରିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କମିଶନ
କହିଛନ୍ତି । ଆମ ପକ୍ଷରୁ ମଧ୍ୟ ଏନେଇ ଏକ ମାମଲା କରିବୁ ଏହାର ଅଧ୍ୟକ୍ଷା ବବିତା ପାତ୍ର
କହିଛନ୍ତି । ସ୍ବାଭାବିକ ମୃତ୍ୟୁ ହୋଇ ନ ଥିଲେ କିସ୍ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି
ସେ କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା