
ଭୁବନେଶ୍ୱର, 14 ଡିସେମ୍ବର (ହି.ସ.)- ଔଷଧ ଦୋକାନ
ସମ୍ମୁଖରେ ଲାଗିବ କ୍ୟୁଆର୍ କୋଡ୍, ଟୋଲ୍-ଫ୍ରି ନମ୍ବର । ଦୋକାନରୁ ଔଷଧ କିଣି ବ୍ୟବହାର ପରେ କୌଣସି ପାର୍ଶ୍ୱ ପ୍ରତିକ୍ରିୟା
ଶିକାର ହୁଅନ୍ତି, ତାହେଲେ
ଅଭିଯୋଗ କରିପାରିବେ । ଏନେଇ କେନ୍ଦ୍ରୀୟ ଔଷଧ ମାନକ ନିୟନ୍ତ୍ରଣ ସଂଗଠନ ସମସ୍ତ ରାଜ୍ୟ ସମେତ
କେନ୍ଦ୍ରଶାସିତ ଔଷଧ ଲାଇସେନିଂ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି । ପୂର୍ବରୁ
ଲୋକେ ଦୋକାନରୁ ଔଷଧ ଖାଇ ପାର୍ଶ୍ଵ ପ୍ରତିକ୍ରିୟାର ଶିକାର ହେଲେ କାହାକୁ ଅଭିଯୋଗ କରିବେ ତାହାର
ଥଳକୂଳ ପାଉନଥିଲେ । ସେମାନେ ଶାରୀରିକ ଓ ମାନସିକ ଯନ୍ତ୍ରଣା ପାଇ ବି ନିରବରେ ସହି ଯାଉଥିଲେ।
ହେଲେ ଏବେ ଆଉ ସେମିତି ହେବନି । କ୍ୟୁଆର କୋଡ଼ ଯେପରି ସମସ୍ତେ ଦେଖି ପାରିବେ ତାହା ଉପରେ ଧ୍ୟାନ
ଦିଆଯିବ। କ୍ୟୁଆର କୋଡ୍ ଓ ଟୋଲ୍-ଫ୍ରି ନମ୍ବର ୧୮୦୦-୧୮୦-୩୦୨୪ ସ୍ପଷ୍ଟ ଭାବରେ ଉଲ୍ଲେଖ ରହିବ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା