ମିତ୍ରସଂଘ ପକ୍ଷରୁ ରାଜ୍ୟସ୍ତରୀୟ ପ୍ରତିଯୋଗିତା
ପୁରୀ, ୧୪ ଡିସେମ୍ବର (ହି.ସ.) - ଶ୍ରୀକ୍ଷେତ୍ରର ଅଗ୍ରଣୀ ସ୍ୱେଛାସେବୀ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ମିତ୍ରସଂଘର ରୌପ୍ୟ ଜୟନ୍ତୀ ଉପଲେକ୍ଷ ନବକଳେବର ରୋଡ ସ୍ଥିତ ଗଙ୍ଗାମାତା ଲେନର ସ୍ୱାମୀ ବିବେକାନନ୍ଦ ବିଦ୍ୟା ନିକେତନ ପରିସରରେ ବିଭିନ୍ନ ବିଦ୍ୟାଳୟ ଓ ଅନୁଷ୍ଠାନର ସିନିୟର,ସବ ଜୁନିୟର ଓ ଜୁନିୟର
ମିତ୍ରସଂଘ ପକ୍ଷରୁ ରାଜ୍ଯସ୍ତରୀୟ ପ୍ରତିଯୋଗିତା


ପୁରୀ, ୧୪ ଡିସେମ୍ବର (ହି.ସ.) - ଶ୍ରୀକ୍ଷେତ୍ରର ଅଗ୍ରଣୀ ସ୍ୱେଛାସେବୀ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ମିତ୍ରସଂଘର ରୌପ୍ୟ ଜୟନ୍ତୀ ଉପଲେକ୍ଷ ନବକଳେବର ରୋଡ ସ୍ଥିତ ଗଙ୍ଗାମାତା ଲେନର ସ୍ୱାମୀ ବିବେକାନନ୍ଦ ବିଦ୍ୟା ନିକେତନ ପରିସରରେ ବିଭିନ୍ନ ବିଦ୍ୟାଳୟ ଓ ଅନୁଷ୍ଠାନର ସିନିୟର,ସବ ଜୁନିୟର ଓ ଜୁନିୟର ପିଲାମାନଙ୍କ ମଧ୍ୟରେ ଚିତ୍ରାଙ୍କନ, ଯୋଗ, ଡ୍ୟାନ୍ସ ଚେସ ,ଫେନସି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଯୋଗର ସିନିୟର ବିଭାଗରେ ପ୍ରଥମ ଓମପ୍ରକାଶ ସାହୁ, ଦ୍ୱିତୀୟ ତୁଳସୀ ଜେନା, ତୃତୀୟ ଅନିତା ସାମନ୍ତରାୟ, ସବଜୁନିୟର ବିଭାଗରେ ସ୍ୱୟଂ ପ୍ରକାଶ, ଦ୍ୱିତୀୟ ସ୍ୱାତୀ କୁମାରୀ ଦାସ, ତୃତୀୟ ପିୟୁଷ ମହାପାତ୍ର, ଜୁନିଅର ପ୍ରଥମ ଜୀବନ ଜେନା, ଦ୍ୱିତୀୟ ଆୟୁଷ ଜେନା, ପ୍ରିତମ ସାହୁ ତୃତୀୟ ସ୍ଥାନ ଅଧିକାର କରିଥିଲେ । ବିଚାରକ ଭାବେ ମୃତ୍ୟୁଞ୍ଜୟ ପାଣି ଓ ସୌମ୍ୟଶ୍ରୀ ଦାସ ଯୋଗ ଦେଇଥିଲେ । ଚେସରେ ଚାରି ପଏଂଟ ପାଇ ରୁଦ୍ର ନାରାୟଣ ପୁରଣ ପଣ୍ଡା ପ୍ରଥମ ଓ ଦ୍ୱିତୀୟ ଅଭିଷେକ ସୁବୁଦ୍ଧି , ତୃତୀୟ ଅନିକେତ ସରାଫ, ଚତୁର୍ଥ ସୋଭିତ ସାହୁ ଓ ପଞ୍ଚମ ଅଭିଦ୍ୱୟ ପାତ୍ର ଏବଂ ସ୍ୱୟାନ୍ତନ ଦାସ ଷଷ୍ଠ ସ୍ଥାନ ଅଧିକାର କରିଛନ୍ତି । ବିଚାରକ ଭାବେ ଅଶୋକ ଶତପଥୀ ଓ ଦାଶରଥୀ ମହାନ୍ତି ଯୋଗ ଦେଇଥିଲେ । ଡ୍ୟାନ୍ସ ବିଚାରକ ଭାବେ ଭୁବନେଶ୍ୱର ଡ୍ୟାନ୍ସ କୋରିଓଗ୍ରାଫର କବିର ପ୍ରସାଦ ପ୍ରଧାନ, ବିଭୁବଚନ ସିଂ,ଜଗନ ରେଡ୍ଡୀ ଉପସ୍ଥିତ ଥିଲେ । ମଡର୍ଣ୍ଣ ଡ୍ୟାନ୍ସ ସବଜୁନିୟରେ ପ୍ରଥମ ସାଇକ୍ରିଷ୍ଣା ରାଉତ, ଦ୍ୱିତୀୟ କଳ୍ପନା ବେହେରା, ତୃତୀୟ ଐଶ୍ୱର୍ଯ୍ୟ ପାତ୍ର, ଜୁନିୟରରେ ପ୍ରଥମ ଆୟୁଷ ରଞ୍ଜନ ଦାସ, ଦ୍ୱିତୀୟ ଆଦିକନ୍ତ ସାହୁ ,ତୃତୀୟ ରିତେଶ ଭୋଳ ଏବଂ ସିନିୟରରେ ପ୍ରଥମ ବିଶ୍ୱଜିତ ଦାସ,ଦ୍ୱିତୀୟ ବି ବୟ କିଡ୍ନୀ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ ରାଜୀବ ଲୋଚନ ପରିଡା। ସେହିପରି ଫେନସି ବିଚାରକ ଭାବେ ରାଜଲକ୍ଷ୍ଭୀ ମିଶ୍ର ଉପସ୍ଥିତ ରହି ପିଲାମାନଙ୍କୁ ଉତ୍ସାହିତ କରିଥିଲେ । ଅନୁଷ୍ଠାନର ସଭାପତି ସୁବାସିନୀ ଶତପଥୀ , ଆବାହକ ଅନନ୍ତ ଶତପଥୀ,ସମ୍ପାଦକ ରାଜୀବ କୁମାର ମହାପାତ୍ର, ସହ ସମ୍ପାଦକ ସସ୍ମିତା ଶତପଥୀ, ଶ୍ୟାମଲ କୁଣ୍ଡୁ, ଦେବାଶିଷ ମହାପାତ୍ର, ଦେବାଶିଷ ଦାସ, ନମିତା ଶତପଥୀ ,ମନିଷା ମହାନ୍ତି, ମୃତ୍ୟୁଞ୍ଜୟ ପାଣି, ଆଲୋକ ମହାନ୍ତି ଉପସ୍ଥିତ ରହି କୃତି ପ୍ରତିଯୋଗୀଙ୍କୁ ପ୍ରମାଣପତ୍ର ଓ ପୁରସ୍କାର ପ୍ରଦାନ କରିଥିଲେ । ପ୍ରତିଯୋଗିତାକୁ ସ୍ୱୟଂ ଶୁଭମ ଦାସ ,ଜଗଜିତ ବିଶୋଇ,ରାଜା ଲେଙ୍କା,ସ୍ମୃତି ରଞ୍ଜନ ପାଲ ଓ ଅନୁଷ୍ଠାନର ସମସ୍ତ ସଦସ୍ୟ ସହଯୋଗ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande