
ଭୁବନେଶ୍ୱର, 14 ଡିସେମ୍ବର (ହି.ସ.)- ବର୍ଦ୍ଧିତ ଦରମାକୁ ନବୀନଙ୍କ ନା ପ୍ରସଙ୍ଗରେଗଣେଶ୍ବର ବେହେରା
ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ନବୀନ
ବାବୁ ଦରମା ଉପରେ ନିର୍ଭରଶୀଳ ନୁହନ୍ତି, ସେଥିପାଇଁ ମନା କରିଛନ୍ତି ।କିନ୍ତୁ ମୁଁ ଏବଂ ମୋ ଭଳି ଅନେକ
ବିଧାୟକଙ୍କର ବର୍ଦ୍ଧିତ ଦରମା ଆବଶ୍ୟକ । ନବୀନ ବାବୁଙ୍କର ନିଷ୍ପତ୍ତି ତାଙ୍କର ବ୍ୟକ୍ତିଗତ । ଦଳୀୟ
ବିଧାୟକଙ୍କୁ ବର୍ଦ୍ଧିତ ଦରମା ନେବା ପାଇଁ ସେ ବାରଣ କରି ନାହାନ୍ତି ।ବିଜେଡି ଦରମା ବୃଦ୍ଧି
ପାଇଁ ଦାବି କରିବା ସହ ବିଲ୍କୁ ସମର୍ଥନ କରିଥିଲା । ତେଣୁ ଦରମା ବୃଦ୍ଧିକୁ ବିରୋଧ କରିବାର
ପ୍ରଶ୍ନ କାହିଁକି ଉଠୁଛି ବୋଲି ସେ କହିଛନ୍ତି । ବିଧାୟକମାନେ ବହୁ କଷ୍ଟରେ ଚଳୁଛନ୍ତି, ଲୋକେ ବୁଝିବା
ଦରକାର ବୋଲି ଗଣେଶ୍ୱର ବେହେରା କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା